ଅନଲକ1: ଜୁନ ୩୦ ମଧ୍ୟରେ ସାରି ଦିଅନ୍ତୁ ଏହି କାମ
Advertisement

ଅନଲକ1: ଜୁନ ୩୦ ମଧ୍ୟରେ ସାରି ଦିଅନ୍ତୁ ଏହି କାମ

ଜୁନ ୩୦ ମଧ୍ୟରେ ସାରି ଦିଅନ୍ତୁ ଏହି ସବୁ କାମ, ନହେଲେ ସମସ୍ୟାରେ ପଡିପାରନ୍ତି ଆପଣ | 

ଅନଲକ1: ଜୁନ ୩୦ ମଧ୍ୟରେ ସାରି ଦିଅନ୍ତୁ ଏହି  କାମ

ନୂଆଦିଲ୍ଲୀ: କୋଭିଡ19 ମୁକାବିଲା ପାଇଁ ଦେଶବ୍ୟାପୀ ପ୍ରାୟ ଦୁଇ ମାସ ଧରି ଲାଗୁ ହୋଇଥିବା ଲକ ଡାଉନର ଶେଷ ଅବଧି ମେ ୩୧ ତାରିଖ ରହିଥିଲା | ଏହା ପରେ  ଦେଶରେ ଜୁନ ପହିଲାରୁ ଅନଲକ1 କାର୍ଯ୍ୟକାରୀ କରାଯିବା ସହ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି | ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଗରିବ କଲ୍ୟାଣ ପ୍ୟାକେଜ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଆତ୍ମନିର୍ଭର ଭାରତ ପ୍ୟାକେଜ, ଆରବିଆ ପକ୍ଷରୁ ଲୋନ ମୋରାଟୋରିୟମ ଆଦି ସହାୟତା ବାବଦରେ ଘୋଷଣା କରାଯାଇଥିଲା |        

କୋରୋନ କାରଣରୁ ମାର୍ଚ୍ଚ ୩୧ ମଧ୍ୟରେ ଶେଷ ହେବାକୁ ଆର୍ଥିକ କାର୍ଯ୍ୟକ୍ରମ ଯାହା ବନ୍ଦ ହୋଇ ପଡି ରହିଥିଲା, ତାହାକୁ ଜୁନ ୩୦ ମଧ୍ୟରେ ସାରିବା ପାଇଁ  ଜଣାଇ ଦିଆଯାଇଛି | ଏହି ସମୟ ମଧ୍ୟରେ ଆପଣଙ୍କୁ  ୬ଟି କାମ ସାରିବାକୁ ହେବ | ଯଦି ଆପଣ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପ୍ୟାନ-ଆଧାର ଲିଙ୍କ କରିନାହାଁନ୍ତି ଏହାକୁ ଜୁନ ୩୦ ମଧ୍ୟରେ ଏହି କାର୍ଯ୍ୟକୁ ଶେଷ କରନ୍ତୁ | ନହେଲେ ପ୍ୟାନ କାର୍ଡ ରଦ୍ଦ ହୋଇ ଯାଇପାରେ | ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣର ଶେଷ ତାରିଖକୁ ୩୧ ଜୁଲାଇରୁ ବଢାଯାଇ ନଭେମ୍ବର ୩୦ କରାଯାଇଛି |

ଯଦି ଆପଣ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଇଟିଆର ରିଟନ ଫର୍ମ ଭରିନାହାଁନ୍ତି ଏହାକୁ ଆପଣ ଫାଇଲ କରିପାରନ୍ତି | ଏହା ସହିତ ସଂଶୋଧିତ ଆଇଟିଆରକୁ ଜୁନ ୩୦ ମଧ୍ୟରେ ଦାଖଲ କରିପାରନ୍ତି | ଏହି ଆଇଟିଆର ଫାଇଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ରହିଥିଲା ଯାହାକୁ ଆଗକୁ ବଢାଯାଇଛି | କମ୍ପାନୀରେ କରୁଥିବା କର୍ମଚାରୀଙ୍କୁ ଫର୍ମ-16 ମେ ମାସରେ ମିଳିଥାଏ | ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯାଇ  ଜୁନ ୧୫ରୁ ୩୦ ତାରିଖ ମଧ୍ୟରେ ଫର୍ମ-16 ପ୍ରଦାନ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା |

ଫର୍ମ-16 ଏକ ପ୍ରକାର ଟିଡିଏସ(tax deducted at source) ସାର୍ଟିଫିକେଟ ଭଳି ଯାହା ଆଇଟିଆର ଦାଖଲ କରିବା ସମୟରେ ଆବଶ୍ୟକ ପଡିଥାଏ | ଯଦି ଆପଣ ପିପିଏଫ(public provident fund) କିମ୍ବା ସୁକନ୍ୟା ସମୃଦ୍ଧି ଆକାଉଣ୍ଟରେ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ କୌଣସି ସର୍ବନିମ୍ନ ରାଶି ଜମା କରିନାହାଁନ୍ତି ଜୁନ ୩୦ ମଧ୍ୟରେ ଏହି କାର୍ଯ୍ୟ ସାରନ୍ତୁ | ନହେଲେ ଆପଣଙ୍କୁ ଜୋରିମାନା ଗଣିବାକୁ ପଡିପାରେ | ଡାକ ବିଭାଗ ପକ୍ଷରୁ ଏହାକୁ ହଟାଇ ଦିଆଯାଇଛି | 

ଯଦି ଆପଣଙ୍କ ପିପିଏଫ ଖାତାର ମାଚ୍ୟୁରିଟି ମାର୍ଚ୍ଚ ୩୧ ମଧ୍ୟରେ ପୂରଣ ହେଉଛି, ଏହି ଖାତାକୁ ଆଗକୁ ୫ ବର୍ଷ ବଢାଇବା ପାଇଁ ଚାହୁଁଥିଲେ ଜୁନ ୩୦ ମଧ୍ୟରେ ଏହି କାର୍ଯ୍ୟ ସାରନ୍ତୁ | ଏନେଇ ଡାକ ବିଭାଗ ପକ୍ଷରୁ ଏପ୍ରିଲ ୧୧ ତାରିଖରେ ଏକ ସର୍କ୍ୟୁଲାର ଜାରି ହୋଇଥିଲା |