ଏମିତି ଉପାୟରେ ହେଉଥିଲା Spider Smuggling, ଜାଣିଲେ ଉଡ଼ିଯିବ ହୋସ
Advertisement
Article Detail0/zeeodisha/odisha933506

ଏମିତି ଉପାୟରେ ହେଉଥିଲା Spider Smuggling, ଜାଣିଲେ ଉଡ଼ିଯିବ ହୋସ

ପରୀକ୍ଷାରୁ ଜଣାପଡିଥିଲା ଏହା ହେଉଛି ଟାରାନଟୁଲସ୍ ପ୍ରଜାତିର ବୁଢିଆଣୀ। 

ଏମିତି ଉପାୟରେ ହେଉଥିଲା Spider Smuggling, ଜାଣିଲେ ଉଡ଼ିଯିବ ହୋସ

ନୂଆଦିଲ୍ଲୀ: ମେରୁଦଣ୍ଡୀ ପ୍ରଜାତି ରହିଥିବା ଏକ ପାର୍ସଲକୁ ଠାବ କରିଛି ଚେନ୍ନାଇ ଏୟାର କଷ୍ଟମ ବିଭାଗ। ଏହି ପାର୍ସଲ୍ ୟୁରୋପୀୟ ଦେଳଶ ପୋଲାଣ୍ଡସ୍ଥିତ ଏକ ଡାକଘରୁ ତାମିଲନାଡୁର ଅରୁପୁକୋଟାଇ ନାମକ ସ୍ଥାନର ଜଣେ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଆସିଥିଲା। 

ପୋଲାଣ୍ଡସ୍ଥିତ (Poland) ଏକ ଡାକଘରୁ ତାମିଲନାଡୁ (Tamilnadu) ପର୍ଯ୍ୟନ୍ତ ପଠାଇଥିବା ଏହି ପାର୍ସଲ (Postal Parcel) ଯେତେବେଳେ ଖୋଲାଯାଇଥିଲା ସେଥିରେ ଏକ ଥର୍ମୋକଲ୍ ବାକ୍ସ ମିଳିଥିଲା ଯେଉଁଥିରେ ୧୦୭ଟି ପ୍ଲାଷ୍ଟିକ ଡବା ରହିଥିଲା। ଯାହାକୁ ରୂପା ଜରି ଦ୍ୱାରା କପଡାରେ ଆବୃତ୍ତ କରାଯାଇଥିଲା। ଏହାକୁ ପରୀକ୍ଷା କରାଯିବା ପରେ ଏହାର ପ୍ରତ୍ୟେକ ଡବାରେ ଜୀବନ୍ତ ବୁଢିଆଣୀ (Live Spider) ମିଳିଥିଲା। 

ଏପରି ପ୍ରଜାତିକୁ ଚିହ୍ନଟ କରିବା ପାଇଁ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (Wild Life Crime Control Bureau) ଡବ୍ଲୁସିସିବି ଅଧିକାରୀ (WCCB Officials) ଏବଂ ଜିଓଲୋଜିକାଲ ସର୍ଭେ ଇଣ୍ଡିଆ (Zoological Survey of India) ବୈଜ୍ଞାନିକଙ୍କୁ ଡକାଯାଇଥିଲା। ଏ ଘଟଣାରେ ମାର୍ଫୋଲୋଜିକାଲ୍ ପରୀକ୍ଷଣ (Morphological Examination) କରାଯାଇଥିଲା। କଷ୍ଟମ୍ସ ଆକ୍ଟ ୧୯୬୨ (Customs Act 1962) ଅନୁସାରେ ଏହି ଜୀବନ୍ତ ବୁଢିଆଣୀକୁ ଜବତ କରାଯିବା ପରେ ଏହି ପାର୍ସଲକୁ ମୂଳ ଦେଶ ପୋଲାଣ୍ଡକୁ ପଠାଇବା ପାଇଁ ଡାକ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି।
  
ଏହି ପରୀକ୍ଷାରୁ ଜଣାପଡିଥିଲା ଏହା ହେଉଛି ଟାରାନଟୁଲସ୍ ପ୍ରଜାତିର (Tarantulas Species) ଜେନସ୍ ଫୋନୋପେଲମା (Genus Phonopelma) ଏବଂ ବ୍ରାଚିପେଲମା (Brachypelma) ବୁଢିଆଣୀ। ଯାହା ଦକ୍ଷିଣ-ମଧ୍ୟ ଆମେରିକା (South-Central America) ଏବଂ ମେକ୍ସିକୋ (Mexico) ଭଳି ଦେଶରେ ଦେଖାଯାଇଥାଏ। ଏହି ପାର୍ସଲ ସେଠାକୁ ପଠାଇଦେବା ଲାଗି ପରାମର୍ଶ ଦେଇଛନ୍ତି ବନ୍ୟ ପ୍ରାଣୀ ଅଧିକାରୀ। କାରଣ ଏହାର କୌଣସି ଦସ୍ତାବିଜ ନଥିବାରୁ ଦେଶକୁ ଏହାର ଆମଦାନୀ କରିବା ହେଉଛି ବେଆଇନ।