ପୁଣି ସାହାଯ୍ୟ ଲାଗି ଆଗେଇ ଆସିଲେ ସୋନୁ ସୁଦ, ନିଟ ପରୀକ୍ଷାର୍ଥୀ ଯୋଗାଇ ଦେଲେ ସ୍ମାର୍ଟ ଫୋନ
Advertisement

ପୁଣି ସାହାଯ୍ୟ ଲାଗି ଆଗେଇ ଆସିଲେ ସୋନୁ ସୁଦ, ନିଟ ପରୀକ୍ଷାର୍ଥୀ ଯୋଗାଇ ଦେଲେ ସ୍ମାର୍ଟ ଫୋନ

ଆସନ୍ତା କାଲି ରହିଛି ଲିପସାଙ୍କ ନିଟ ପରୀକ୍ଷା । ଲିପସା ମାଟ୍ରିକ ପରୀକ୍ଷାରେ (Matric Exam) ୯୦.୬ ପ୍ରତିଶତ ଓ ଯୁକ୍ତ ଦୁଇ ପରୀକ୍ଷାରେ (Plus Two ExaM) ୯୩ ପ୍ରତିଶତ ରଖିଛନ୍ତି । 

ପୁଣି ସାହାଯ୍ୟ ଲାଗି ଆଗେଇ ଆସିଲେ ସୋନୁ ସୁଦ, ନିଟ ପରୀକ୍ଷାର୍ଥୀ ଯୋଗାଇ ଦେଲେ  ସ୍ମାର୍ଟ ଫୋନ

ଅଜୟ କୁମାର ନାଥ, ସମ୍ବଲପୁର: ସେପ୍ଟମ୍ବର ୧୩ ତାରିଖ ରବିବାର ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷ ନିଟ ପରୀକ୍ଷା (NEET Exam 2020)। ଏହି ଅବସରରେ ଆସନ୍ତାକାଲି ନିଟ ପରୀକ୍ଷା ଦେବାକୁ ଯାଉଥିବା ଜଣେ ଛାତ୍ରୀଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରିଛନ୍ତି ବଲିଉଡ ତାରକା ସୋନୁ ସୁଦ (Bollywood Star Sonu Sood)।

ସମ୍ବଲପୁର କ୍ଷେତରାଜପୁର ଚନ୍ଦନନଗର ଲିପସାଙ୍କ ପାଇ ତାଙ୍କ ବାନ୍ଧବୀ ଛବିରାଣୀ ସେପ୍ଟେମ୍ବର ୧ ତାରିଖରେ ସୋନୁ ସୁଦଙ୍କୁ ଏକ ଟ୍ଵିଟ କରିଥିଲେ । ଏହାକୁ ଅନେକ ରିଟ୍ୱିଟ (Retweet) ମଧ୍ୟ କରିଛନ୍ତି । କିଛି ଦିନ ପରେ ସୋନୁଙ୍କ ଟିମର ଜଣେ ସଦସ୍ୟ ବିଲହୋତ୍ରା  ଛବିଙ୍କୁ  ଲିପସା ବିଷୟରେ ପଚାରିଥିଲେ । ଲିପସାଙ୍କ ବିଷୟରେ ବିସ୍ତୃତ ଭାଵେ ସୋନୁଙ୍କ ଟିମ ଜାଣିବାକୁ ପାଇଥିଲେ । ସ୍ମାର୍ଟ ଫୋନ (Smart Phone) ନଥିବାରୁ ଲିପ୍ସାଙ୍କୁ ଅନଲାଇନରେ କ୍ଲାସ କରିବା ତଥା NEET Exam Preparetion କରିବାକୁ ଅସୁବିଧା ହେଉଥିଲା । 

ସୋନୁ ସୁଦଙ୍କ କାର୍ଯ୍ୟଲୟରୁ ସମ୍ବଲପୁରର ଯୁବନେତା ସଞ୍ଜିତ ମହାନ୍ତିଙ୍କୁ ଯୋଗାଯୋଗ କରି ଲିପସାଙ୍କ ଆର୍ଥିକ ଅବସ୍ଥା ବାବଦରେ ବୁଝିବା ପାଇଁ କୁହାଯାଇଥିଲା। ତା'ପରେ ସମସ୍ତ ବିଷୟରେ ଅବଗତ ହେବା ପରେ ତାଙ୍କୁ ଏକ ସ୍ମାର୍ଟ ଫୋନ ଯୋଗାଇବା ପାଇ କୁହାଯାଇଥିଲା ।ପ୍ରୋଗ୍ରେସିଭ ସମ୍ବଲପୁରର ସଭ୍ୟ ମିଳନ ହୋତା ଓ ତାଙ୍କ ସଂଗଠନ ର ଯୁବକ ମାନେ ଯାଇ ଲିପସା ଙ୍କୁ ଗତକାଲି ସନ୍ଧ୍ୟାରେ ଏକ ସ୍ମାର୍ଟଫୋନ ଯୋଗାଇଥିଲେ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ। 

ଆସନ୍ତା କାଲି ରହିଛି ଲିପସାଙ୍କ ନିଟ ପରୀକ୍ଷା । ଲିପସା ମାଟ୍ରିକ ପରୀକ୍ଷାରେ (Matric Exam) ୯୦.୬ ପ୍ରତିଶତ ଓ ଯୁକ୍ତ ଦୁଇ ପରୀକ୍ଷାରେ (Plus Two ExaM) ୯୩ ପ୍ରତିଶତ ରଖିଛନ୍ତି । ତାଙ୍କ ବାପା ଜଣେ ଅଟୋରିକ୍ସା ଚାଳକ । କୋରୋନା ଯୋଗୁ ଆର୍ଥିକ ସ୍ଥିତି ଠିକ ନଥିବାରୁ ଅନଲାଇନ ପାଠ ପଢାରେ ଅସୁଵିଧା ହେଉଥିଲା ।