Bhubaneswar: ନବଜାତ ଶିଶୁକୁ ଆଚାର୍ଯ୍ୟ ବିହାର ରାସ୍ତାରେ ଫିଙ୍ଗିଦେଲେ ମହିଳା, ବସ୍ତିକୁ ଉଠାଇ ନେଲେ ଆଉ ଜଣେ...
Advertisement

Bhubaneswar: ନବଜାତ ଶିଶୁକୁ ଆଚାର୍ଯ୍ୟ ବିହାର ରାସ୍ତାରେ ଫିଙ୍ଗିଦେଲେ ମହିଳା, ବସ୍ତିକୁ ଉଠାଇ ନେଲେ ଆଉ ଜଣେ...

Bhubaneswar News: ଦିନ ପ୍ରାୟ ୧ଟା ବେଳେ ଜଣେ ମହିଳା ଏକ ଅଟୋ ରକ୍ସାରେ ଆସି ନବଜାତ ଶିଶୁକୁ ରାସ୍ତା କଡ଼ରେ ପିଙ୍ଗି ଦେଇ ଅଟୋରେ ବସି ଚାଲିଯାଇଥିଲେ । ଏହାର କିଛି ସମୟ ପରେ ରିତାଞ୍ଜଳି ମହାନ୍ତି ନାମକ ଅନ୍ୟ ଏକ ମହିଳା ଆଉ ଏକ ଅଟୋ-ରିକ୍ସାରେ ଆସି ସେଠାରେ ପହଁଞ୍ଚିଥିଲେ । ମହିଳା ଜଣଙ୍କ ଶିଶୁକୁ ନେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନ୍ (child line) ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । 

ସୌ(ସୋସିଆଲ ମିଡିଆ)

Bhubaneswar News: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ରାସ୍ତାରେ ଉପରେ ନବଜାତ ଶିଶୁକୁ (New born baby) ଫୋପାଡ଼ି ଛୁ ମାରିଲେ ମହିଳା। ଖୋଦ ରାଜଧାନୀ ଭୁବନେଶ୍ବର (Bhubaneswar) ଛାତି ଉପରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଜଣେ ମହିଳା ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଏକ ନବଜାତ ଶିଶୁକୁ ଫୋପାଡି ଦେଇ ଚାଲିଯାଇଥିଲେ । ସୂଚନାଯୋଗ୍ୟ, ବୁଧବାର ଦିନ ରାଜଧାନୀର ଆଚାର୍ଯ୍ୟ ବିହାର (Acharya vihar) ଏପରି ଏକ ଛାତିଥରେ ଘଟଣା ସାମ୍ନାକୁ ଆସିଛି । ଦିନ ପ୍ରାୟ ୧ଟା ବେଳେ ଜଣେ ମହିଳା ଏକ ଅଟୋ ରକ୍ସାରେ ଆସି ନବଜାତ ଶିଶୁକୁ ରାସ୍ତା କଡ଼ରେ ପିଙ୍ଗି ଦେଇ ଅଟୋରେ ବସି ଚାଲିଯାଇଥିଲେ । ଏହାର କିଛି ସମୟ ପରେ ରିତାଞ୍ଜଳି ମହାନ୍ତି ନାମକ ଅନ୍ୟ ଏକ ମହିଳା ଆଉ ଏକ ଅଟୋ-ରିକ୍ସାରେ ଆସି ସେଠାରେ ପହଁଞ୍ଚିଥିଲେ । ମହିଳା ଜଣଙ୍କ ଶିଶୁକୁ ନେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନ୍ (child line) ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ସହିଦନଗର ଥାନା ପୋଲିସକୁ (Saheed nagar police station) ଏନେଇ ଖବର ଦିଆଯାଇଥିଲା ।  ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଥିଲା । ମହିଳା ଜଣକ ଫେରାର ହୋଇଯାଇଥିବା ଅଟୋ-ରିକ୍ସା ନମ୍ବରକୁ ଟ୍ରାକ୍ କରି ପୋଲିସ ମହିଳାଙ୍କ ନିକଟରେ ପହଁଞ୍ଚିଥିଲା । ଶେଷରେ ନବଜାତ ଶିଶୁକୁ ଆଖଣ୍ତଳିମଣି ବସ୍ତିରୁ (Akhandalamani Basti) ଉଦ୍ଧାର କରଯାଇଥିଲା । ଏହାପରେ ପୋଲିସ ନବଜାତ ଶିଶୁ କନ୍ୟାକୁ ଚାଇଲ୍ଡ ଲାଇନ୍ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା।

ଏହା ବି ପଢନ୍ତୁ-School Uniform: ରାଜ୍ୟ ରାଜନୀତିରେ ‘ସ୍କୁଲ ୟୁନିଫର୍ମ’ର ରଙ୍ଗ, ବିରୋଧୀଙ୍କ ଟାର୍ଗେଟ୍ ପରେ ଜବାବ ରଖିଲା ବିଜେଡ଼ି

ଏହା ବି ପଢନ୍ତୁ-Plus II instant exam: ଆଜି ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା, ୩୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ଏତିକି ପରୀକ୍ଷାର୍ଥୀ

ପ୍ରକାଶ ଥାଇଉ କି, ଶିଶୁଟିକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ (capital hospital bhubaneswar ) ଭର୍ତ୍ତି କରାଯାଇଛି। ସହିଦ ନାଗର ପୋଲିସ ମଧ୍ୟ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପ୍ରଥମେ ଅଟେ ରିକ୍ସାରେ ଆସିଥିବା ମହିଳା ଜଣଙ୍କ କାହଁକି ନବଜାତ ଶିଶୁ ଏପରି ରାସ୍ତା କଡ଼ରେ ପିଙ୍ଗି ଦେଇଥିଲେ ସେନେଇ ପୋଲିସ ଖୋଲତାଡ଼ ଆରମ୍ଭ କରିଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

ଅଧିକ ଅପଡ଼େଟ ନେଇ ଅପେକ୍ଷା କରାଯାଇଛି....

ଏହା ବି ପଢନ୍ତୁ-Puri Anand Bazaar: ଆନନ୍ଦ ବଜାରର ବିଶୃଙ୍ଖଳା ପରେ ସୁଆର ମହାସୁଆର ନିଯୋଗର ଚେତାବନୀ

ଏହା ବି ପଢନ୍ତୁ-Jagatsinghpur News Today: ହକ୍ ପାଇଁ ଶାଶୁଘର ଆଗରେ ଅନଶନରେ ବସିଲେ ନବବଧୁ, ପୋଲିସ ପ୍ରଶାସନ ଚୁପ୍

ଏହା ବି ପଢନ୍ତୁ-Two Drunken man Eat Dead Girl Flesh: ନିଶାରେ ମଣିଷ ମାଂସ ଖାଇଗଲା ମଦ୍ୟପ