Shocking News: ଦେଶର ଏହି ଗାଁରେ ୪ ଥର ବିବାହ କରିଥାଆନ୍ତି ଯୁବତୀ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ!
Advertisement

Shocking News: ଦେଶର ଏହି ଗାଁରେ ୪ ଥର ବିବାହ କରିଥାଆନ୍ତି ଯୁବତୀ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ!

Unique Marriage Rituals: ଦେଶର ପ୍ରତି କୋଣ ଅନୁକୋଣରେ ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ପରମ୍ପରା ଦେଖିବାକୁ ମିଳିଥାଏ । ସବୁ ରାଜ୍ୟରେ ବିବାହ ବିଧି ବିଧାନ ଯେପରି ଭିନ୍ନ ଏଗୁ଼ଡ଼ିକର ପରମ୍ପରା ମଧ୍ଯ ସେହିପରି ଭିନ୍ନ ଅଟେ । ତେବେ ବିବାହର ରୀତିନୀତି ପରମ୍ପରାକୁ ନେଇ ଅନେକ ସମୟରେ ଏମିତି ଅନେକ କଥା ସାମ୍ନାକୁ ଆସିଥାଏ ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଥାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିନ୍ନ ପରମ୍ପରା ବିଷୟରେ କହିବୁ ଯାହା ଶୁଣି ଆପଣ ମୁଣ୍ତରେ ହାତ ଦେବେ ।

ସୌ(ସୋସିଆଲ ମିଡିଆ)

Unique Marriage Rituals: ଭାରତ ଏହାର ପରମ୍ପରାକୁ ନେଇ ସାରା ବିଶ୍ବରେ ପରିଚିତ । ଦେଶର ପ୍ରତି କୋଣ ଅନୁକୋଣରେ ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ପରମ୍ପରା ଦେଖିବାକୁ ମିଳିଥାଏ । ସବୁ ରାଜ୍ୟରେ ବିବାହ ବିଧି ବିଧାନ ଯେପରି ଭିନ୍ନ ଏଗୁ଼ଡ଼ିକର ପରମ୍ପରା ମଧ୍ଯ ସେହିପରି ଭିନ୍ନ ଅଟେ । ତେବେ ବିବାହର ରୀତିନୀତି ପରମ୍ପରାକୁ ନେଇ ଅନେକ ସମୟରେ ଏମିତି ଅନେକ କଥା ସାମ୍ନାକୁ ଆସିଥାଏ ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଥାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିନ୍ନ ପରମ୍ପରା ବିଷୟରେ କହିବୁ ଯାହା ଶୁଣି ଆପଣ ମୁଣ୍ତରେ ହାତ ଦେବେ । ହିମାଚଳ ପ୍ରଦେଶର (Himachal Pradesh) ସାଙ୍ଗଳା ଠାରୁ ୨୮ କିଲୋମିଟର ଦୂରରେ ରହିଛି ଚିତ୍ରକୁଲ (Chitkul) ନାମକ ଏକ ଗାଁ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏହି ଗାଁରେ ଯୁବତୀ ବା ମହିଳା ମାନଙ୍କୁ ୪ଟି ବିବାହ କରିବା ନେଇ ସ୍ୱାଧୀନତା ଦିଆଯାଇଛି । ଏହି ପରମ୍ପରା ବହୁ ବର୍ଷ ପୁରୁଣା ହୋଇଥିବା ବେଳେ, କାହିଁ କେଉଁ କାଳରୁ ଗାଁରେ ଏହି ପରମ୍ପରା ଚାଲିଆସୁଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଗାଁରେ ଖାଦ୍ୟ, ଜୀବନଶୈଳୀ, ପୋଷାକ, ସଂସ୍କୃତି  ଓ ପରମ୍ପରା ଦେଶର ଅନ୍ୟ ରାଜ୍ୟ ମାନଙ୍କଠାରୁ ବେଶ ଅଲଗା ଅଟେ । ଚିତ୍ରକୁଲ (Chitkul) ତିବ୍ଦତ ଓ ଚୀନ୍ (china) ସୀମାରେ ଅତି ନିକଟରେ ଅବସ୍ଥିତ । ଏହାକୁ ଦେଶର “ଶେଷ ଗାଁ” ବୋଲି ମଧ୍ୟ କୁହାଯାଏ (last village of india) । ଦେଶର ଶେଷ ବସଷ୍ଟାଣ୍ତ, (last bus stand of india) ଶେଷ ଡାକଘର ଓ ଶେଷ ବିଦ୍ୟାଳୟ ମଧ୍ୟ ଏଠାରେ ଅବସ୍ଥିତ । ତେବେ ଏହି ଗାଁରେ ମହିଳାମାନଙ୍କୁ ୪ ଥର ବିବାହ କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଏଠାରେ ମହିଳାମାନେ ଦୁଇ କିମ୍ବା ଚାରି ଭାଇଙ୍କୁ ଏହା ସଙ୍ଗେ ବିବାହ (Unique marriage) କରିଥାଆନ୍ତି ।  ଯଦିଓ, ଏହା ଜରୁରୀ ନୁହେଁ, କିନ୍ତୁ ଯଦି ବିବାହ ହୁଏ ତେବେ ମହିଳା ଜଣକ ସମସ୍ତ ସ୍ୱାମୀଙ୍କ ସହିତ ଗୋଟିଏ ଘରେ ରହିଥାଆନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମହାଭାରତ ସମୟରେ କୁନ୍ତୀ (kunti) ଓ ଦ୍ରୌପଦୀ (Draupadi) ଏହି ଗାଁର ଏକ ଗୁମ୍ଫାରେ ରହୁଥିଲେ। ଗାଁର ଲୋକେ ଦ୍ରୌପଦୀ ଓ କୁନ୍ତୀଙ୍କ ସହ ମଧ୍ୟ ସମୟ ଅତିବାହିତ କରିଥିଲେ, ସେ ସମୟରେ ମହିଳାଙ୍କ ୪ଟି ବିବାହ ପରମ୍ପରାକୁ ଗାଁ ଲୋକେ ମଧ୍ୟ ଗ୍ରହଣ କରିଥିଲେ, ସେହି ଦିନଠାରୁ ଏହି ପରମ୍ପରା ଏଠାରେ ପାଳନ ହୋଇଆସୁଛି ।

Also Read-Wedding Makeup Kit: ବାହାଘର ବେଳେ କନ୍ୟାଙ୍କୁ ଗିଫ୍ଟରେ ଦିଆଗଲା ଗର୍ଭନିରୋଧକ ବଟିକା ଓ କଣ୍ଡୋମ ପ୍ୟାକେଟ୍

ଯେତେବେଳେ ଜଣେ ସ୍ୱାମୀ ପତ୍ନୀଙ୍କ ସହିତ କୋଠରୀରେ ଥାଆନ୍ତି, ସେତେବେଳେ ସେ ନିଜର ଟୋପିକୁ (Cap) କବାଟ ବାହାରେ ଛାଡିଥା’ନ୍ତି । ଏହାର ଅର୍ଥ ସ୍ୱାମୀ ଓ ସ୍ତ୍ରୀ ଏକାକୀ ସମୟ ବିତାଇବାକୁ ଚାହୁଁଛନ୍ତି । ଏହି କାରଣରୁ ଦ୍ୱିତୀୟ ସ୍ୱାମୀ ସେ ସମୟରେ ହସ୍ତକ୍ଷେପ କରନ୍ତି ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଠାରେ ବିବାହ ସମୟରେ ସାତ ଘେରା ହୋଇନଥାଏ । ଏହା ବଦଳରେ ଏଠାରେ ବଳି ଦିଆଯାଇଥାଏ । ସେହିପରି ବିବାହ ପରେ ଏଠାରେ ଝିଅ ମାନଙ୍କୁ ବାପା ଘର ସମ୍ପତ୍ତି ଉପରେ କୌଣସି ଅଧିକାର ନଥାଏ ।

Also Read-Wedding News: ବାନ୍ତି ଲାଗୁଛି କହି ଛୁ ମାରିଲା କନିଁଆ, ୧୩ ଦିନ ଧରି ବେଦିରେ ବସି ରହିଲା ବର...

Also Read-Longest Straight Road In The World: ବିଶ୍ୱର ଦୀର୍ଘତମ ସିଧା ରାସ୍ତା ଯେଉଁଠି ନାହିଁ କୌଣସି ବୁଲାଣି, ଜାଣନ୍ତୁ ଏହାର ବିଶେଷତ୍ୱ