Gujarat Couple: ଦିନରାତି ୨୪ ଘଣ୍ଟା Sex ପାଇଁ ବାଧ୍ୟ କରୁଥିଲେ ୯୦ ବର୍ଷୀୟ ବୃଦ୍ଧ, ପତ୍ନୀ ନେଲେ ଏମିତି ପଦକ୍ଷେପ
Advertisement
Article Detail0/zeeodisha/odisha1492761

Gujarat Couple: ଦିନରାତି ୨୪ ଘଣ୍ଟା Sex ପାଇଁ ବାଧ୍ୟ କରୁଥିଲେ ୯୦ ବର୍ଷୀୟ ବୃଦ୍ଧ, ପତ୍ନୀ ନେଲେ ଏମିତି ପଦକ୍ଷେପ

Gujarat Couple News: ଟିମ୍ ଅଭୟମ୍ ବୃଦ୍ଧ ସ୍ୱାମୀଙ୍କୁ ଯୋଗ କରିବା ଏବଂ ତାଙ୍କର ଚିକିତ୍ସା ସେକ୍ସୋଲୋଜିଷ୍ଟଙ୍କ ଦ୍ୱାରା କରିବାକୁ ପରାମର୍ଶ ଦେଇଛନ୍ତି। ସେଥିପାଇଁ ତାଙ୍କ ଜୀବନ ବହୁତ କଷ୍ଟସାଧ୍ୟ ହୋଇପଡ଼ିଛି । ଟିମ୍ ଅଭୟମ୍ ର ସଦସ୍ୟଙ୍କ ଅନୁଯାୟୀ, ଏହି ବିଷୟ ଏକ ସମ୍ମାନଜନକ ପରିବାରର ଅଟେ। 

Gujarat Couple: ଦିନରାତି ୨୪ ଘଣ୍ଟା Sex ପାଇଁ ବାଧ୍ୟ କରୁଥିଲେ ୯୦ ବର୍ଷୀୟ ବୃଦ୍ଧ, ପତ୍ନୀ ନେଲେ ଏମିତି ପଦକ୍ଷେପ

Gujarat Couple: ଗୁଜରାଟ ରାଜ୍ୟର ଭଦୋଦୌରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଜୁରାଟରେ ମହିଳାଙ୍କୁ ଅଧିକାର ଦେବା ପାଇଁ ଚାଲୁଥିବା ହେଲ୍ପଲାଇନ ନମ୍ବର ୧୮୧ ଅଭୟମରେ ପୀଡିତା ମାନେ ସେମାନଙ୍କ ଅଭିଯୋଗ ପଞ୍ଜିକରଣ କରୁଛନ୍ତି। ତେବେ ଏହି ହେଲ୍ପଲାଇନ ନମ୍ବରରେ ମିଳିଥିବା ଅଭିଯୋଗ ଲୋକଙ୍କୁ ଏବେ ଆଶ୍ଚର୍ଯ୍ୟ କରିଛି। ଭଦୋଦୌରାର ଜଣେ ୮୭ ବର୍ଷୀୟା ବୟସ୍କା ମହିଳା ହେଲ୍ପଲାଇନ ନମ୍ବରକୁ ଫୋନ କରି କହିଥିଲେ ଯେ ତାଙ୍କ ୯୦ ବର୍ଷିୟ ସ୍ୱାମୀଙ୍କ ହାଇପର ସେକ୍ସୁଆଲିଟି ଇଚ୍ଛା ତାଙ୍କୁ ଅସୁବିଧାରେ ପକାଉଛି। ତାଙ୍କ ସ୍ୱାମୀ ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରୁଛନ୍ତି।

ଏକ ଖବର ସରବରାହ (News Agency) ସଂସ୍ଥା ଅନୁସାରେ, ଅଭିଯୋଗ ମିଳିବା ମାତ୍ର ଅଭୟମ ଟିମର ସଦସ୍ୟ ସେଠାରେ ପହଞ୍ଚିଥିଲେ । ପରାମର୍ଶ ଅନୁଯାୟୀ ପୀଡିତାଙ୍କ ସ୍ୱାମୀଙ୍କୁ ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଟିମ୍ ଅଭୟମ୍ ବୃଦ୍ଧ ସ୍ୱାମୀଙ୍କୁ ଯୋଗ କରିବା ଏବଂ ତାଙ୍କର ଚିକିତ୍ସା ସେକ୍ସୋଲୋଜିଷ୍ଟଙ୍କ ଦ୍ୱାରା କରିବାକୁ ପରାମର୍ଶ ଦେଇଛନ୍ତି। ସେଥିପାଇଁ ତାଙ୍କ ଜୀବନ ବହୁତ କଷ୍ଟସାଧ୍ୟ ହୋଇପଡ଼ିଛି । ଟିମ୍ ଅଭୟମ୍ ର ସଦସ୍ୟଙ୍କ ଅନୁଯାୟୀ, ଏହି ବିଷୟ ଏକ ସମ୍ମାନଜନକ ପରିବାରର ଅଟେ। ସେଥିପାଇଁ ଥାନା କଚେରୀକୁ ମାମଲା ନନେଇ ଘର ମଧ୍ୟରେ ଏହାକୁ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। 

ଯେତେବେଳେ ମହିଳା ଜଣଙ୍କ ଟିମ୍ ଅଭୟମ୍ କୁ (Team Abhayam) ଡାକିଲେ ଏବଂ ତାଙ୍କୁ ୮୭ ବର୍ଷ ବୟସ ବୋଲି କହିଥିଲେ, ସେତେବେଳେ ପୁରା ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ମହିଳା ଜଣକ ସ୍ୱାମୀଙ୍କ ସମସ୍ତ କଥା ଗୋଟିଏ ପରେ ଗୋଟିଏ କହିଥିଲେ। ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ଏହି କାର୍ଯ୍ୟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ଏହି ଘଟଣା ଭଦୋଦୌରା ଠାରୁ ଟିକିଏ ଦୂରରେ ଥିବା ସାୟାଜିଗଞ୍ଜ ଅଞ୍ଚଳର । ୯୦ ବର୍ଷୀୟ ବୃଦ୍ଧ ନିଜ ପତ୍ନୀଙ୍କୁ ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ଜିଦ୍ ଧରନ୍ତି। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଉଭୟ ଦମ୍ପତିଙ୍କର ସର୍ବଦା ଭଲ ସମ୍ପର୍କ ରହିଆସିଛି। ସେ ତାଙ୍କ ପୁଅ ଓ ବୋହୂ ସହିତ ରହୁଛନ୍ତି। ହେଲେ ସବୁବେଳେ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ବୃଦ୍ଧା ଜଣଙ୍କ ଅତିଷ୍ଠ ହୋଇ ହେଲ୍ପଲାଇନ ଠୁ ସାହାଯ୍ୟ ଲୋଡ଼ିଛନ୍ତି। 

ମହିଳା ଜଣକ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରନ୍ତି, ସେତେବେଳେ ସେ ଅତ୍ୟଧିକ ଆକ୍ରମଣାତ୍ମକ ହୋଇ ଉଠନ୍ତି ଓ ଝଗଡ଼ା କରିବାରେ ଲାଗନ୍ତି। ସ୍ୱାମୀ ଚିତ୍କାର କରି ଗାଳିଗୁଲଜ କରନ୍ତି । ଗତ କିଛି ଦିନ ହେବ ମହିଳା ଜଣକ ଅସୁସ୍ଥ ଥିଲେ। ଅସୁସ୍ଥ ହେବା ପରେ ମଧ୍ୟ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଏହି ୯୦ ବର୍ଷୀୟ ବୃଦ୍ଧ ତାଙ୍କୁ ବାଧ୍ୟ କରୁଥିଲେ । ତେବେ ମନା କରିବା ପରେ ବୃଦ୍ଧ ଜଣଙ୍କ ରାଗିଯାଇ ଝଗଡ଼ା ଆରମ୍ଭ କରିଥିଲେ । ଯାହା ପରେ ୮୭ ବର୍ଷୀୟ ବୃଦ୍ଧା ଜଣଙ୍କ ହେଲ୍ପଲାଇନ ନମ୍ବର ଡାଏଲ କରିବାକୁ ବାଧ୍ୟ ହୋଇଥିଲେ। ଅଭିଯୋଗ ପରେ ଅଭୟ ଟିମ୍ ଘରେ ପହଞ୍ଚି ବୃଦ୍ଧଙ୍କୁ ପରାମର୍ଶ ଦେଇଥିଲେ।  

Also Read:Accident: ସ୍କୁଲ ଛୁଆଙ୍କୁ ଦଳିଦେଲା ଅବୋଲକରା ଗାଡ଼ି !, ଛେଚା ଖାଇଲେ ଚାଳକ

Also Read: Train Cancelled Today: ରେଲୱେ ବାତିଲ କଲା ପୁଣି ୩୦୦ ଟ୍ରେନ୍, ଦେଖନ୍ତୁ ଓଡ଼ିଶାର କେତେ ଟ୍ରେନ ଅଛି ସାମିଲ