୯/୧୧ ଆକ୍ରମଣରେ ସାମିଲ, ଲାଦେନର ଡାହାଣ ହାତ; ଜାଣନ୍ତୁ କିଏ ସେ ଅଲ-ଜୱାହିରି ଯାହାକୁ ୨ ଦଶନ୍ଧି ଧରି ଖୋଜୁ ଥିଲା ଆମେରିକା
Advertisement
Article Detail0/zeeodisha/odisha1284455

୯/୧୧ ଆକ୍ରମଣରେ ସାମିଲ, ଲାଦେନର ଡାହାଣ ହାତ; ଜାଣନ୍ତୁ କିଏ ସେ ଅଲ-ଜୱାହିରି ଯାହାକୁ ୨ ଦଶନ୍ଧି ଧରି ଖୋଜୁ ଥିଲା ଆମେରିକା

Ayman Al-Zawahiri Killed In US Drone Strike: ଇଜିପ୍ଟର ଗିଜା ସହରରେ ଜନ୍ମଗ୍ରହଣ କରିଥିବା ଜୱାହିରି ପେଶାରେ ଜଣେ ଚକ୍ଷୁ ସର୍ଜନ ଥିଲା । ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ତାଙ୍କ ଜେଜେବାପା ରବିଆ ଅଲ-ଜୱାହିରି କାହିରାରେ ଅଲ-ଅଜହର ବିଶ୍ୱବିଦ୍ୟାଳୟରେ ଇମାମ ଥିଲେ । 

୯/୧୧ ଆକ୍ରମଣରେ ସାମିଲ, ଲାଦେନର ଡାହାଣ ହାତ; ଜାଣନ୍ତୁ କିଏ ସେ ଅଲ-ଜୱାହିରି ଯାହାକୁ ୨ ଦଶନ୍ଧି ଧରି ଖୋଜୁ ଥିଲା ଆମେରିକା

ନୂଆଦିଲ୍ଲୀ: Ayman Al-Zawahiri Killed In US Drone Strike: ଆଫଗାନିସ୍ତାନ (Afghanistan) ର କାବୁଲରେ ଡ୍ରୋନ୍‌ ଆକ୍ରମଣ (Drone Strike) ରେ ଅଲ-କାଏଦା (Al-Qaeda) ର ନେତା ଅୟମାନ ଅଲ-ଜାୱାହିରି (Ayman Al-Zawahiri) ନିହତ ହୋଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଏହି ସୂଚନା ଦେଇଛନ୍ତି । ବାଇଡେନ କହିଛନ୍ତି ଯେ, ସେ ୭୧ ବର୍ଷୀୟ ଅଲ-କାଏଦା ନେତାଙ୍କ ଉପରେ ସଠିକ୍ ଷ୍ଟ୍ରାଇକ୍ ପାଇଁ ଅନ୍ତିମ ଅନୁମତି ଦେଇଛନ୍ତି । ଓସାମା ବିନ୍ ଲାଦେନ (Osama bin Laden) ର ମୃତ୍ୟୁ ପରେ ଦୁଇ ଦଶନ୍ଧି ଧରି ଅଲ କାଏଦାର କମାଣ୍ଡର ଦାୟିତ୍ୱ ଗ୍ରହଣ କରିଥିବା ଜୱାହିରିକୁ ଶେଷରେ ଆମେରିକା ଖୋଜି ମାରିବାରେ ସଫଳ ହୋଇଛି ।

ଇଜିପ୍ଟର ଗିଜା ସହରରେ ଜନ୍ମଗ୍ରହଣ କରିଥିବା ଜୱାହିରି ପେଶାରେ ଜଣେ ଚକ୍ଷୁ ସର୍ଜନ ଥିଲା । ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ତାଙ୍କ ଜେଜେବାପା ରବିଆ ଅଲ-ଜୱାହିରି କାହିରାରେ ଅଲ-ଅଜହର ବିଶ୍ୱବିଦ୍ୟାଳୟରେ ଇମାମ ଥିଲେ । ତାଙ୍କର ଜେଜେବାପା ଅବଦେଲ ରହମାନ ଆଜମ ଆରବ ଲିଗର ପ୍ରଥମ ସଚିବ ଥିଲେ ।

୮୦ ଦଶକରେ ଆତଙ୍କବାଦୀ କାର୍ଯ୍ୟକଳାପରେ ହୋଇଥିଲା ସାମିଲ

୧୯୮୦ ଦଶକରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ଜୱାହିରିକୁ ଗିରଫ କରାଯାଇଥିଲା । ମୁକ୍ତ ହେବା ପରେ ସେ ଦେଶ ଛାଡି ହିଂସାତ୍ମକ ଅନ୍ତର୍ଜାତୀୟ ଜିହାଦୀ ଆନ୍ଦୋଳନରେ ଯୋଗ ଦେଇଥିଲା । ଶେଷରେ ସେ ଆଫଗାନିସ୍ତାନରେ ବସବାସ କଲେ ଓ ସାଉଦିର ଜଣେ ଧନୀ ଓସାମା ବିନ ଲାଦେନ ସହ ହାତ ମିଳାଇଲା । ଉଭୟ ମିଳିତ ଭାବେ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କଲେ ଓ ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକା ଉପରେ ଆକ୍ରମଣ କରିଥିଲେ ।

ଲାଦେନର 'ଡାହାଣ ହାତ'

ଜୱାହିରିକୁ ଓସାମା ବିନ ଲାଦେନର ଡାହାଣ ହାତ କୁହାଯାଉଥିଲା । ତାକୁ ଅଲ-କାଏଦାର ମୁଖ୍ୟ ବିଚାରକ ମନେ କରାଯାଉଥିଲା । ସେ ଲାଦେନର ବ୍ୟକ୍ତିଗତ ଡାକ୍ତର ମଧ୍ୟ ଥିଲା । ଆମେରିକୀୟମାନଙ୍କ ବିରୁଦ୍ଧରେ ଆକ୍ରମଣ ପାଇଁ ଆହ୍ୱାନ ଦେଇଥିବା ବିନ୍ ଲାଦେନର ୧୯୯୮ମସିହାରେ ହୋଇଥିବା "ଫତୱା" ର ପାଞ୍ଚ ଦସ୍ତଖତ ମଧ୍ୟରୁ ଜବାହିରି ଅନ୍ୟତମ ଥିଲା ।

ଅଗଷ୍ଟ ୧୯୯୮ରେ କେନିଆ ଓ ତାଞ୍ଜାନିଆରେ ଆମେରିକାର ଦୂତାବାସ ବିସ୍ଫୋରଣରେ ଜୱାହିରୀ ମଧ୍ୟ ଭୂମିକା ଗ୍ରହଣ କରିଥିଲା । ଏହି ଆକ୍ରମଣରେ ୨୨୪ ଜଣଙ୍କର ମୃତ୍ୟୁ ଘଟିଥିଲା । କିଛି ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ, ୧୧ ସେପ୍ଟେମ୍ବର ୨୦୦୧ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପ୍ରକୃତ "କାର୍ଯ୍ୟକ୍ଷମ ପ୍ଲାନ" ଜୱାହିରିର ଥିଲା ।

ଏହା ବି ପଢ଼ନ୍ତୁ:-ଗୁରୁଙ୍କ ଘରେ କିପରି ମୁକାବିଲା କରିବେ ଏକନାଥ? ସିନ୍ଦେଙ୍କ ଗଡ଼ରେ ଉଦ୍ଧବ ଠାକରେ ଖେଳିଲେ ଏହି ଚାଲ୍

ଏହା ବି ପଢ଼ନ୍ତୁ:-ଆମେରିକାର ଅପରେସନରେ ଅଲ-କାଏଦା ମୁଖ୍ୟ ଅଲ-ଜୱାହିରି ନିହତ, ଆଫଗାନିସ୍ତାନ ରାଗି ପାଚି ହେଲା ଲାଲ; ଜାଣନ୍ତୁ କ'ଣ କହିଲା ତାଲିବାନ

ଏହା ବି ପଢ଼ନ୍ତୁ:-ଏଠାରେ ହଠାତ୍ ବଢ଼ି ଯାଇଛି କଣ୍ଡୋମର ଚାହିଦା, କାରଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍!

ଓସାମା ପରେ ଅଲ କାଏଦା ମୁଖ୍ୟ

ପ୍ରାୟ ଏକ ଦଶନ୍ଧିର ପ୍ରୟାସ ପରେ ମେ ୨୦୧୧ରେ ଆମେରିକାର ସୁରକ୍ଷା ବାହିନୀ ବିନ୍ ଲାଦେନକୁ ମାରିବାରେ ସଫଳ ହୋଇଥିଲା, ଏହା ପରେ ଜୱାହିରି ଅଲ-କାଏଦାର ମୁଖ୍ୟ ହୋଇଥିଲା । ଜୱାହିରି ଅଲ-କାଏଦାର ନେତୃତ୍ୱ ଗ୍ରହଣ କରିବା ପରେ ନିଜକୁ ଦୂରେଇ ରଖିଥିଲା ଓ ବେଳେବେଳେ ନିଜର ଭିଡିଓ ବାର୍ତ୍ତା ମଧ୍ୟ ଦେଉଥିଲା ।

ଆମେରିକା ପାଇଁ 'ବଡ ବିଜୟ' 
 
ଗତ ବର୍ଷ ତାଲିବାନର ଆଫଗାନିସ୍ତାନ ଦଖଲ କରିବା ପରେ ଆମେରିକା ଜୱାହିରିର ମୃତ୍ୟୁକୁ ଏକ ବିଜୟ ରୂପେ ଦେଖିବ । କିନ୍ତୁ ଇସଲାମିକ୍ ଷ୍ଟେଟ୍ ଭଳି ନୂତନ ଗୋଷ୍ଠୀ ତଥା ଗତିବିଧି ଅଧିକ ପ୍ରଭାବଶାଳୀ ହେବାପରେ ଜୱାହିରି ଅପେକ୍ଷାକୃତ କମ୍ ପ୍ରଭାବଶାଳୀ ହୋଇଯାଇଥିଲା ।