ଡବ୍ଲ୍ୟୁଏଚଓର ଚେତାବନୀ: ବିଶ୍ୱରୁ ଟଳି ନାହିଁ କୋରୋନା ବିପଦ ଆଶଙ୍କା, ଭୟାନକ ହୋଇପାରେ ପରିସ୍ଥିତି
Advertisement

ଡବ୍ଲ୍ୟୁଏଚଓର ଚେତାବନୀ: ବିଶ୍ୱରୁ ଟଳି ନାହିଁ କୋରୋନା ବିପଦ ଆଶଙ୍କା, ଭୟାନକ ହୋଇପାରେ ପରିସ୍ଥିତି

ବିଶ୍ୱରୁ କୋରୋନା ବିପଦ ଟଳି ନାହିଁ ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ ଚେତାବନୀ ଦିଆଯାଇଛି |

ଡବ୍ଲ୍ୟୁଏଚଓର ଚେତାବନୀ: ବିଶ୍ୱରୁ ଟଳି ନାହିଁ କୋରୋନା ବିପଦ ଆଶଙ୍କା, ଭୟାନକ ହୋଇପାରେ ପରିସ୍ଥିତି

ଜେନିଭା: କ'ଣ ଆପଣ ଭାବୁଛନ୍ତି କରୋନା ଭାଇରସ ଦୁର୍ବଳ ହୋଇଯାଇଛି ଏବଂ ଆପଣ ଆଉ ବିପଦରେ ନାହାଁନ୍ତି, ଏହା ସମ୍ପୂର୍ଣ୍ଣ ଭୁଲ | ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ (World Health Organization
-WHO) କରୋନା ମହାମାରୀର ବାଦଦରେ ଏକ ନୂଆ ପୂର୍ବାନୁମାନ କରିଛି | 

ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ ଆଡାନମ ଟେଡ୍ରୋସ ଶୁକ୍ରବାର ଦିନ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି, ବିଶ୍ୱରେ କୋଭିଡ19 ମହାମାରୀର ଏକ ନୂତନ ଏବଂ ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚି ସାରିଛି | ଅଧିକାଂଶ ଲୋକ ଘରେ ରହି ବିରକ୍ତ ହୋଇଗଲେଣି, ହେଲେ ଏପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିନାହିଁ | ଏବେ କୋରୋନା ଭାଇରସ ବିଶ୍ୱର କୋଣ ଅନୁକୋଣରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | 

ଆମେରିକା ସହିତ ଦକ୍ଷିଣ ଏବଂ ପଶ୍ଚିମ ଏସିଆରେ ବହୁ ସଂଖ୍ୟକ ନୂଆ ମାମଲା ଆସୁଛି | ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି | କୋରୋନା ଭାଇରସର ପ୍ରକୋପ ଏ ପର୍ଯ୍ୟନ୍ତ ଜାରି ରହିଛି | ଏହି ମହାମାରୀରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରାଜିଲ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି | ଉଭୟ ଦେଶର ରାଷ୍ଟ୍ରପତି ପ୍ରଥମରୁ ଏହି ମହାମାରୀକୁ ହାଲକା ଭାବେ ଗ୍ରହଣ କରିଥିଲେ ଏବଂ ଏହାର ମୁକାବିଲା ପାଇଁ ନିଆଯିବାକୁ ଥିବା କଠୋର ପଦକ୍ଷେପକୁ ଖୋଲାଖୋଲି ଭାବେ ବିରୋଧ କରିଥିଲେ | 

ବର୍ତ୍ତମାନ ଏହାର ପରିଣାମ ସାମ୍ମାକୁ ଆସିଛି | ବିଶ୍ୱରେ କୋରୋନା ଆକ୍ରାନ୍ତ ଦେଶଙ୍କ ତାଲିକାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ମିଲିୟନ ଅର୍ଥାତ ୧୦ ଲକ୍ଷ ଅତିକ୍ରମ କରିସାରିଛି | ଅନ୍ୟପଟେ କଲମ୍ବିଆ ଏବଂ ମେକ୍ସିକୋରେ ସଂକ୍ରମଣ ଜନିତ ମାମଲା ବଢିବାରେ | ଏହି ଦୁଇ ଦେଶରେ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୨୦୦୦ ଏବଂ ୨୦,୦୦୦ ହଜାର ଅତିକ୍ରମ କରିଛି | 

କେତେକ ୟୁରୋପୀୟ ଦେଶରେ ସଂକ୍ରମଣ ହାର ହ୍ରାସ ପାଇଛି | ଏହାକୁ ଦୃଷ୍ଟିରେ ରଖି କୋରୋନା ଭାଇରସର ମୁକାବିଲା ଲାଗି ବ୍ରିଟେନ ପକ୍ଷରୁ ଜାରି ହୋଇଥିବା  କୋଭିଡ19 ଆଲର୍ଟ ସ୍ତରକୁ ହ୍ରାସ କରାଯାଇଛି | ଅର୍ଥନୀତିକୁ ପୁନର୍ବାର ଟ୍ରାକକୁ ଫେରାଇ ଆଣିବା ପାଇଁ ଅନେକ ଦେଶ ଲକଡାଉନ୍ ଭଳି କଠୋର ପଦକ୍ଷେପ ଉଠାଇଛନ୍ତି | 

ହେଲେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଏ କ୍ଷେତ୍ରରେ ତତ୍ପରତା ବିପଦପୂର୍ଣ୍ଣ ହୋଇପାରେ | ବର୍ତ୍ତମାନ ସମଗ୍ର ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ମିଲିୟନ ଅର୍ଥାତ ୮୬,୯୮,୨୩୪ରେ ପହଞ୍ଚି  ଥିବାବେଳେ, ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ୪,୬୦,୫୯୪ ରହିଥିବା ଆମେରିକାସ୍ଥିତ ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି |