ସାବଧାନ! ମାତ୍ର ଗୋଟିଏ ମାସରେ ୩୬ ଲକ୍ଷରୁ ଉର୍ଦ୍ଧ୍ୱ ଆକାଉଣ୍ଟକୁ ବ୍ୟାନ କଲା ହ୍ୱାଟସ ଆପ୍, ଏହା ରହିଛି କାରଣ
Advertisement

ସାବଧାନ! ମାତ୍ର ଗୋଟିଏ ମାସରେ ୩୬ ଲକ୍ଷରୁ ଉର୍ଦ୍ଧ୍ୱ ଆକାଉଣ୍ଟକୁ ବ୍ୟାନ କଲା ହ୍ୱାଟସ ଆପ୍, ଏହା ରହିଛି କାରଣ

Whatsapp: ବିଶ୍ୱର ବଡ଼ ସୋସିଆଲ ମିଡି଼ଆ ପ୍ଲାଟଫର୍ମ ହ୍ୱାଟ୍ସ ଆପର(Whtsapp) ବଡ଼ ଧରଣର ନିଷ୍ପତ୍ତି ପରେ ଅନେକ ମନ୍ଦ ଉଦ୍ଦେଶ୍ୟ ରଖି ଏହାକୁ ଅପବ୍ୟବହାର କରୁଥିବା ୟୁଜର୍ସ ଏବେ ଚିନ୍ତାରେ । ଲକ୍ଷାଧିକ ଆକାଉଣ୍ଟ ବନ୍ଦ କରି ଏବେ ୟୁଜର୍ସଙ୍କୁ ସଠିକ ଢଙ୍ଗରେ ଏହାର ବ୍ୟବହାର କରିବା ପାଇଁ ପରୋକ୍ଷ ଭାବରେ କଡ଼ା ଆଭିମୁଖ୍ୟ ସହ ଚେତାବନୀ ଦେଇଛି ଆପ୍ ।

ସୌ(ସୋସିଆଲ ମିଡିଆ)

Whatsapp: ବିଶ୍ୱର ବଡ଼ ସୋସିଆଲ ମିଡି଼ଆ ପ୍ଲାଟଫର୍ମ ହ୍ୱାଟ୍ସ ଆପର(Whtsapp) ବଡ଼ ଧରଣର ନିଷ୍ପତ୍ତି ପରେ ଅନେକ ମନ୍ଦ ଉଦ୍ଦେଶ୍ୟ ରଖି ଏହାକୁ ଅପବ୍ୟବହାର କରୁଥିବା ୟୁଜର୍ସ ଏବେ ଚିନ୍ତାରେ । ଲକ୍ଷାଧିକ ଆକାଉଣ୍ଟ ବନ୍ଦ କରି ଏବେ ୟୁଜର୍ସଙ୍କୁ ସଠିକ ଢଙ୍ଗରେ ଏହାର ବ୍ୟବହାର କରିବା ପାଇଁ ପରୋକ୍ଷ ଭାବରେ କଡ଼ା ଆଭିମୁଖ୍ୟ ସହ ଚେତାବନୀ ଦେଇଛି ଆପ୍ । ରିପୋର୍ଟ ଅନୁସାରେ ଆପ୍ ଡିସେମ୍ବର ୨୦୨୨ରେ ଭାରତରେ ୩୬.୭୭ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । ବୁଧବାର ଦିନ କମ୍ପାନୀ ଏହି ଆକାଉଣ୍ଟ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ସୂଚନା ମିଳିଛି। ନୂଆ ଆଇଟି ନିୟମ ୨୦୨୧ ଅନୁଯାୟୀ ଡିସେମ୍ବର ୨୦୨୨ରେ ଏହି ଆକାଉଣ୍ଚ ଉପରେ ନିଷିଦ୍ଧାଦେଶ ଜାରି କରିଛି ।

ଡିସେମ୍ବର ୧ରୁ ଡିସେମ୍ବର ୩୧ ମଧ୍ୟରେ ୩,୬୭୭,୦୦୦ ହ୍ବାଟ୍ସଆପ୍‌ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିମଧ୍ୟରୁ ଉପଭୋକ୍ତାଙ୍କ ୧,୩୮୯,୦୦୦ ଆକାଉଣ୍ଟଙ୍କୁ ସିଧାସଳଖ ବ୍ୟାନ କରାଯାଇଛି । ଦେଶରେ ୪୦୦ ମିଲିୟନରୁ ଅଧିକ ୟୁଜର୍ସ ଅଛନ୍ତି । ଗତ ଡିସେମ୍ବର ମାସରେ ପ୍ରାୟ ୧୬୭୦ଟି ଅଭିଯୋଗ ଆସିଥିଲା।  ପରେ କମ୍ପାନୀ ପକ୍ଷରୁ ୧୬୪ଟି ଆକାଉଣ୍ଟ ଉପରେ ଆକ୍ସନ ନିଆଯାଇଥିଲା ।

ହ୍ୱାଟସ ଆପ୍ ଏହାର ଇଣ୍ଡିଆ ମାସିକ ରିପୋର୍ଟରେ କହିଛି ଯେ “ଡିସେମ୍ବର ୧, ୨୦୨୨ ରୁ ଡିସେମ୍ବର ୩୧, ୨୦୨୨ ମଧ୍ୟରେ ଆପ୍ ୩୬ .୭୭ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ୨୦୨୧ ର ନୂତନ ଆଇଟି ନିୟମ ପରେ, ପ୍ରତ୍ୟେକ ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମକୁ ପ୍ରତି ମାସରେ କମ୍ପ୍ଲାଏନ୍ସ  ରିପୋର୍ଟ ଦେବାକୁ ପଡିବ । ଏହି ରିପୋର୍ଟରେ, ସୋସିଆଲ୍ ମିଡିଆ ( Social Media Platform) ପ୍ଲାଟଫର୍ମ ଗୁଡ଼ିକ ୟୁଜର୍ସଙ୍କ ପ୍ଲାଟଫର୍ମକୁ ସୁରକ୍ଷିତ କରିବା ଦିଗରେ ସୂଚନା ପ୍ରଦାନ କରଥାନ୍ତି |

କାହିଁକି ଆକାଉଣ୍ଟ ଉପରେ ପ୍ରତିବନ୍ଧ ଲଗାଏ ହ୍ୱାଟସ ଆପ୍?

ହେଟ ସ୍ପିଚ, ଭୁଲ ତଥ୍ୟ ଓ ମିଥ୍ୟା ଖବର ପ୍ରସାରଣ ପାଇଁ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଇଛି । ଏଭଳି ବିଭ୍ରାନ୍ତିକର ଓ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆକାଉଣ୍ଟ ବ୍ୟାନ କରିବା ଭଳି କଡା଼ ପଦକ୍ଷେପ ନେବାକୁ ପଡ଼ଥାଏ ।

ଅନ୍ୟପଟେ ହ୍ୱାଟସ ଆପ୍ କହିଛି ଡିସେମ୍ବର ମାସରେ ସେମାନେ ୧୪୫୯ଟି ଅଭିଯୋଗ ଗ୍ରହଣ କରିଛନ୍ତି, ସେଥିମଧ୍ୟରୁ ହ୍ୱାଟସ ଆପ୍ କେବଳ ୧୬୪ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।