Twin Tower: ଟ୍ୱିନ ଟାୱାର ଧ୍ବଂସ ହେବା ପରେ ଜାଣନ୍ତୁ କଣ ରହିଛି ସେଠାକାର ସ୍ଥିତି?
Advertisement

Twin Tower: ଟ୍ୱିନ ଟାୱାର ଧ୍ବଂସ ହେବା ପରେ ଜାଣନ୍ତୁ କଣ ରହିଛି ସେଠାକାର ସ୍ଥିତି?

Twin Tower: କେବଳ ଦିଲ୍ଲୀ ଏନସିଆର (Delhi NCR) ନୁହେଁ ଭାରତର ଉଚ୍ଚତମ ସୁପରଟେକ୍ ଟ୍ୱିନ୍ ଟାୱାରକୁ(Twin Tower) ରବିବାର ଦିନ ଭାଙ୍ଗି ଦିଆଯାଇଛି।

ପ୍ରତୀକାତ୍ମକ

Twin Tower: କେବଳ ଦିଲ୍ଲୀ ଏନସିଆର (Delhi NCR) ନୁହେଁ ଭାରତର ଉଚ୍ଚତମ ସୁପରଟେକ୍ ଟ୍ୱିନ୍ ଟାୱାରକୁ(Twin Tower) ରବିବାର ଦିନ ଭାଙ୍ଗି ଦିଆଯାଇଛି। କୁତୁବ ମିନାର ପରି ଏହି ଉଚ୍ଚ କିନ୍ତୁ ବେଆଇନ ଭାବେ ନିର୍ମିତ ଅଟ୍ଟାଳିକା ଏମେରାଲ୍ଡ କୋର୍ଟ ସୋସାଇଟିର ବାସିନ୍ଦାଙ୍କ ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ ଭାଙ୍ଗି ଦିଆଯାଇଛି। ରବିବାର ସକାଳ ପର୍ଯ୍ୟନ୍ତ ଯେଉଁଠାରେ ଘର ଗୁଡିକରେ ସୂର୍ଯ୍ୟ ଓ ବାୟୁ ବନ୍ଦ ହୋଇଯାଇଥିଲା ତାହା ବର୍ତ୍ତମାନ ପୂର୍ବ ସ୍ଥିତିକୁ ଫେରିବାରେ ଲାଗିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଏକ ଦଶନ୍ଧିରୁ ଅଧିକ ସମୟ ଧରି ଅସୁବିଧାର ସମ୍ମୁଖୀନ ହେଉଥିଲୁ। ଆଉଅନେକ ଦିନ ପରେ ଲାଗୁଛି ଯେମିତି ସକାଳ ଆସିଛି। 

ସ୍ଥାନୀୟ ବାସିନ୍ଦାଙ୍କ ମତରେ, ଟ୍ୱିନ୍ ଟାୱାର ପାଇଁ ସେଣ୍ଟ୍ରାଲ ପାର୍କରେ ସୂର୍ଯ୍ୟକିରଣ ପଡଥିଲା। ଦିନ୍-ରାତି ନିର୍ମାଣ କାର୍ଯ୍ୟ ଚାଲିଥିଲା। ଲାଗୁଥିଲା ଯେ, ଆମ ସମାଜ ନିକଟରେ କିଛି ଜବରଦସ୍ତି ଭାବେ ଠିଆ କରାଯାଇଛି। ବର୍ତ୍ତମାନ ଭାଙ୍ଗିବା ପରେ ଏହା ବହୁତ ମୁକୁଳା ପରି ଲାଗୁଛି ଆଉ ବହୁତ ଭଲ ଅନୁଭବ କରୁଛୁ। ଏହି ଟାୱାର ଗୁଡିକ ହେତୁ ଏମେରାଲ୍ଡ କୋର୍ଟ ସମେତ ନିକଟସ୍ଥ ଅନେକ ସମାଜରେ ଫ୍ଲାଟର ମୂଲ୍ୟ ହ୍ରାସ ପାଇଥିଲା। ଅନେକ ଫ୍ଲାଟ ମାଲିକ ଏହି କାରଣରୁ ଶସ୍ତା ମୂଲ୍ୟରେ ଫ୍ଲାଟ ବିକ୍ରି କରି ଚାଲିଯାଇଥିଲେ। ବର୍ତ୍ତମାନ କିନ୍ତୁ ଏଠାରେ ମୂଲ୍ୟ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି।

ଏଠାରେ କହି ରଖୁଛୁ, ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଅପରାହ୍ନ ସାଢେ ଦୁଇଟା ବେଳେ ୩୭୦୦ କିଲୋଗ୍ରାମ ବିସ୍ଫୋରକରେ ଉକ୍ତ ଟାଓ୍ବାରକୁ ଧ୍ୱଂସ କରାଯାଇଥିଲା। ମାତ୍ର କେଇ ସେକେଣ୍ଡରେ ଦୁଇଟି ବିଲ୍ଡିଂ ଧରାଶାୟୀ ହୋଇଯାଇଥିଲା। ଦୀର୍ଘ ନ ବର୍ଷର ଆଇନଗତ ଲଢେଇ ପରେ ନଅ ମିନିଟରେ ସୁପରଟେକ୍ ଟ୍ୱନ୍ ଟାୱାର ଧ୍ବସ୍ତ ହୋଇଯାଇଥିଲା। ଏହାର ଭଗ୍ନାବଶେଷ ସଫା କରିବାକୁ ପ୍ରାୟ ତିନି ମାସ ସମୟ ଲାଗିବ ବୋଲି ସେତେବେଳେ ଆକଳନ କରାଯାଉଥିଲା।

ମାତ୍ର ୧୦ରୁ ୧୨ ସେକେଣ୍ଡ ମଧ୍ୟରେ ନୋଏଡା ସେକ୍ଟର ୯୩ସ୍ଥିତ ଭାରତ ସର୍ବୋଚ୍ଚ ଅଟାଳିକା ସମ୍ପୂର୍ଣ୍ଣ ଧୂଳିଶାତ ହୋଇଯାଇଥିଲା। ୧୦୦ ମିଟର ଦୂରରୁ ସୁପରଟେକ୍ ଟ୍ୱନ୍ ଟାୱାରକୁ ବିସ୍ଫୋରଣ କରାଯାଇଥିଲା। ଜବରଦସ୍ତ ଧମାକା ସହ ଟ୍ୱିନ୍ ଟାୱାର ମାଟିରେ ମିଶିଛି। ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ନୋଏଡା ସେକ୍ଟର ୯୩ ଓ ଏହାର ଆଖପାଖ ଅଞ୍ଚଳର ଆକାଶ କେବଳ ଧୂଳି ଆଚ୍ଛାଦିତ ହୋଇଯାଇଥିଲା। ପବନର ଦିଗ ସହ ଏହି ବିଷାକ୍ତ ଧୂଳିକଣା ଆଗକୁ ଆଗକୁ ବଢିବାରୁ ଧୂଆଁକୁ ନିୟନ୍ତ୍ରୀତ କରିବାକୁ ପ୍ରଶାସନ ପକ୍ଷରୁ ଜଳ ଛିଞ୍ଚନ କରାଯାଇଥିଲା। କିନ୍ତୁ ସେତେବେଳେ ଧୂଳି କଣା ବାୟୁମଣ୍ଡଳରେ ପ୍ରବେଶ କରିଥିବାରୁ ତାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନଥିଲା।

ଟ୍ୱିନ ଟାୱାର ବିସ୍ଫୋରଣ ପୂର୍ବରୁ ଲୋକଙ୍କୁ ନିକଟସ୍ଥ ଅଞ୍ଚଳରୁ ୫୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଟ୍ୱିନ ଟାୱାରର କିଛି ଭଗ୍ନାଂଶ ଗୁଡିକ ନିକଟସ୍ଥ କୋଠା ଗୁଡିକର କାନ୍ଥରେ ପିଟି ହୋଇଛି। ଫଳରେ ସେଠାରେ ଲାଗିଥିବା ଜରି ଆବରଣ ଗୁଡିକ ଫାଟି ଯାଇଛି। ସାଧାରଣତଃ ଦିଲ୍ଲୀ ଏନସିଆରରେ ସବୁବେଳେ ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବାଧିକ ରୁହେ। ଟ୍ୱିନ ଟାୱାର ବିସ୍ଫୋରଣ ପରେ ଏଥିରୁ ନିର୍ଗତ ବିଶାକ୍ତ ଧୂଳି ଓ ବାରୁଦ ବାୟୁମଣ୍ଡଳରେ ପ୍ରବେଶ କରି ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ସୃଷ୍ଟି କରିଛି। କୋଠାର ସିମେଣ୍ଟ ମିଶ୍ରିତ ଧୂଳି ଯୋଗୁଁ ଆଖି ପୋଡାଜଳା ହେବାର ସମ୍ଭାବନା ରହିଥିଲା। ଏହା ସହ ଲୋକଙ୍କୁ ଶ୍ୱାସକ୍ରୀୟ ଜନିତ ସମସ୍ୟା ମଧ୍ୟ ହୋଇପାରେ ବୋଲି ଆକଳନ କରାଯାଇଥିଲା।