୨୪ ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ ହାଇକୋର୍ଟ
Advertisement
Article Detail0/zeeodisha/odisha2217600

୨୪ ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ ହାଇକୋର୍ଟ

West Bengal SSC Recruitment Scam: ପଶ୍ଚିମବଙ୍ଗ ସରକାରୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ମାମଲାରେ କଲିକତା ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସୋମବାର ହାଇକୋର୍ଟ ୨୦୧୬ ନିଯୁକ୍ତି ପ୍ୟାନେଲକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରି ଦେଇଛନ୍ତି । 

୨୪ ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ ହାଇକୋର୍ଟ

West Bengal SSC Recruitment Scam: ପଶ୍ଚିମବଙ୍ଗ ସରକାରୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ମାମଲାରେ କଲିକତା ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସୋମବାର ହାଇକୋର୍ଟ ୨୦୧୬ ନିଯୁକ୍ତି ପ୍ୟାନେଲକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରି ଦେଇଛନ୍ତି । ଯାହା ଫଳରେ ୨୪ ହଜାର ଶିକ୍ଷକଙ୍କ ଚାକିରି ରଦ୍ଦ ହୋଇଛି । ଏଥିସହ ଚାକିରି ପାଇଥିବା ବ୍ୟକ୍ତିଙ୍କୁ ୪ ସପ୍ତାହ ମଧ୍ଯରେ ଦରମା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଖବର ଅନୁଯାୟୀ, ଜଷ୍ଟିସ ଦେବଙ୍ଗସୁ ବାସକ ଓ ଏମଡ଼ି ଶବର ରଶିଦିଙ୍କୁ ନେଇ ଗଠିତ ବେଞ୍ଚ ଶୁଣାଣି କରି, ୨୦୧୬ ନିଯୁକ୍ତି ପ୍ୟାନେଲକୁ ରଦ୍ଦ କରି ଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି, ଯେ ବେଆଇନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ୪ ସପ୍ତାହ ମଧ୍ଯରେ ଦରମା ଫେରସ୍ତ କରିବାକୁ ପଡ଼ିବ। ଏହି ଶିକ୍ଷକମାନଙ୍କଠାରୁ ଜିଲ୍ଲା ମାଜିଷ୍ଟ୍ରେଟ ଟଙ୍କା ଆଦାୟ କରିବେ । ଏଥିସହ ଓଏମଆର ସିଟର ପୁନଃ ମୂଲ୍ୟାଙ୍କନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାତିଲ ହୋଇଥିବା ନିଯୁକ୍ତି ମଧ୍ଯରେ ୨୦୧୬ରେ ଚାକିରି ପାଇଥିବା ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ରହିଛନ୍ତି ।

Also Read - Taiwan Earthquake: ୮୦ଟି ଭୂକମ୍ପ ଝଟକାରେ ଥରିଲା ତାଇୱାନ୍, ତୀବ୍ରତା ରିକ୍ଟର ସ୍କେଲରେ ୬.୩

ସୂଚନା ଥାଉ କି, ଏମାନେ ୨୦୧୬ ମସିହାରେ ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ପରୀକ୍ଷା ଅଧିନରେ ଚାକିରି ପାଇଥିଲେ । ପଶ୍ଚିମବଙ୍ଗ ସରକାର ୨୦୧୪ରେ ଶିକ୍ଷକ ନିଯୁକ୍ତି ଲାଗି ଘୋଷଣା କରି ୨୦୧୬ରେ ଏହାର ପ୍ରକ୍ରିୟା ଶେଷ କରିଥିଲେ । ସେ ସମୟରେ ଟିଏମସି ନେତା ପାର୍ଥ ଚାର୍ଟ୍ଟାଜୀ ଶିକ୍ଷା ମନ୍ତ୍ରୀ ଥିଲେ । ପରୀକ୍ଷାରେ କମ୍ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କୁ ମେରିଟ ଲିଷ୍ଟରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ନିଯୁକ୍ତି ପାଇଥିବା କେତେକ ଶିକ୍ଷକ ଟିଇଟି ପାସ କରିନଥିବା ଜଣାପଡ଼ିଥିଲା ।