Weather Update Delhi: ହାଡଭଙ୍ଗା ଶୀତରେ ଥରୁଛି ଦିଲ୍ଲୀ, ଥଣ୍ଡାରେ ପାକିସ୍ତାନ-ଆଫଗାନିସ୍ତାନ ଠାରୁ ବଳିଗଲା ଭାରତ
Advertisement
Article Detail0/zeeodisha/odisha1519681

Weather Update Delhi: ହାଡଭଙ୍ଗା ଶୀତରେ ଥରୁଛି ଦିଲ୍ଲୀ, ଥଣ୍ଡାରେ ପାକିସ୍ତାନ-ଆଫଗାନିସ୍ତାନ ଠାରୁ ବଳିଗଲା ଭାରତ

Cold Wave in Delhi: ଡିସେମ୍ବର ମଧ୍ୟଭାଗରେ ଏହି ପବନ ପାକିସ୍ତାନ-ଆଫଗାନିସ୍ତାନ ଅତିକ୍ରମ କରିବା ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ପହଞ୍ଚିଥାଏ। ଯାହା ପରେ ଉତ୍ତର ଭାରତରେ ଶୀତ ଦିନ ଆରମ୍ଭ ହୋଇଥାଏ। ଦିଲ୍ଲୀ ଚାରିପାଖରେ ଅନେକ ପାହାଡ଼ିଆ ଅଞ୍ଚଳ ମଧ୍ୟ ଅଛି। ଯେତେବେଳେ ଏଠାରେ ତୁଷାରପାତ ହୋଇଥାଏ ସେତେବେଳେ ଦିଲ୍ଲୀର ପାଗ ମଧ୍ୟ ଥଣ୍ଡା ହୋଇଯାଏ।

Weather Update Delhi: ହାଡଭଙ୍ଗା ଶୀତରେ ଥରୁଛି ଦିଲ୍ଲୀ, ଥଣ୍ଡାରେ ପାକିସ୍ତାନ-ଆଫଗାନିସ୍ତାନ ଠାରୁ ବଳିଗଲା ଭାରତ

Delhi Weather Update: ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ। ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନ ଆଦି ଉତ୍ତର ଭାରତୀୟ ରାଜ୍ୟରେ ଥଣ୍ଡା ବଢିବାରେ ଲାଗିଛି। ଡାଲହାଉସୀ, ଡେରାଡୁନ୍ ଏବଂ ନୈନିତାଲ ଅପେକ୍ଷା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଥଣ୍ଡା ଅଧିକ ଅନୁଭୂତ ହେଉଛି। ଗତ ଶୁକ୍ରବାର ଚଳିତ ଋତୁର ସବୁଠାରୁ ଥଣ୍ଡା ଦିନ ଭାବେ ରେକର୍ଡ କରାଯାଇଥିଲା। ଆୟାନଗର ଠାରେ ସର୍ବନିମ୍ନ ତାପମାତ୍ରା ୧.୮ ଡିଗ୍ରୀ ସେଲସିୟସ  ରେକର୍ଡ କରାଯାଇଥିଲା। 

ଦିଲ୍ଲୀରେ (Delhi) ପ୍ରବଳ ଥଣ୍ଡା (Cold) ପଛରେ ପାକିସ୍ତାନ-ଆଫଗାନିସ୍ତାନ (Pakistan-Afghanistan) ସଂଯୋଗ ରହିଛି। ସ୍ଥିତି ଏପରି ହୋଇଛି ଉତ୍ତର ଭାରତର (North India) ପାହାଡ଼଼ିଆ ଅଞ୍ଚଳ (Mountain Region) ଠାରୁ ରାଷ୍ଟ୍ରୀୟ ରାଜଧାନୀରେ (National Capital of India) ପ୍ରବଳ ଥଣ୍ଡା ଅନୁଭୂତ ହେବାରେ ଲାଗିଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital Delhi) ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (National Capital Region) ଅଞ୍ଚଳରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି। 

ପଡୋଶୀ ପାକିସ୍ତାନ ଏବଂ ଆଫଗାନିସ୍ତାନ ଠାରୁ ଥଣ୍ଡା ପବନ ( Cold Wind) ଦିଲ୍ଲୀ ଆଡକୁ ବହିବାରେ ଲାଗିଛି। ଏହାର ପ୍ରଭାବ ଦିଲ୍ଲୀ ପରିବେଶରେ ଅନୁଭୂତ ହେଉଛି। ଯାହାର ପ୍ରଭାବରେ ଏଠାକାର ପାଗ ପ୍ରଭାବିତ ହେଉଛି। ଏହି ଥଣ୍ଡା ପବନ କାରଣରୁ ଉତ୍ତର ଭାରତରେ ଅବସ୍ଥିତ ପାହାଡ଼ିଆ ଅଞ୍ଚଳ ଅପେକ୍ଷା ଦିଲ୍ଲୀରେ ଅଧିକ ଥଣ୍ଡା ଅନୁଭୂତ ହେଉଛି।

ଡିସେମ୍ବର ମଧ୍ୟଭାଗରେ ଏହି ପବନ ପାକିସ୍ତାନ-ଆଫଗାନିସ୍ତାନ ଅତିକ୍ରମ କରିବା ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ପହଞ୍ଚିଥାଏ। ଯାହା ପରେ ଉତ୍ତର ଭାରତରେ ଶୀତ ଦିନ ଆରମ୍ଭ ହୋଇଥାଏ। ଦିଲ୍ଲୀ ଚାରିପାଖରେ ଅନେକ ପାହାଡ଼ିଆ ଅଞ୍ଚଳ ମଧ୍ୟ ଅଛି। ଯେତେବେଳେ ଏଠାରେ ତୁଷାରପାତ ହୋଇଥାଏ ସେତେବେଳେ ଦିଲ୍ଲୀର ପାଗ ମଧ୍ୟ ଥଣ୍ଡା ହୋଇଯାଏ।

ବର୍ତ୍ତମାନ କେବଳ ଦିଲ୍ଲୀ ନୁହେଁ ଅନେକ ଉତ୍ତର ଭାରତୀୟ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଶୀତକୁ ନେଇ ବିହାର ରାଜଧାନୀ ପାଟନା ସମେତ ସମଗ୍ର ରାଜ୍ୟରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସର୍ବନିମ୍ନ ତାପମାତ୍ରା ଏଠାରେ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ସହିତ ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବାରେ ଲାଗିଛି। ଗ୍ୱାଲିଅର୍ ଏବଂ ଚମ୍ବଲ୍ ସମେତ ଏହି ରାଜ୍ୟର ଅନ୍ୟ ୩ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଶୂନରୁ ହ୍ରାସ ପାଇ ଏହା ଠାରୁ ତଳକୁ ଚାଲିଯାଇଛି। ଅନେକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।