ଓଡ଼ିଶା ପାଇଁ ଆସିଲା ସତର୍କ ସୂଚନା, ଘୂର୍ଣ୍ଣିଝଡ଼ ସହିତ ହୋଇପାରେ ବର୍ଷା
Advertisement

ଓଡ଼ିଶା ପାଇଁ ଆସିଲା ସତର୍କ ସୂଚନା, ଘୂର୍ଣ୍ଣିଝଡ଼ ସହିତ ହୋଇପାରେ ବର୍ଷା

ନୂଆଦିଲ୍ଲୀ: ଦେଶରେ ବିଗତ କିଛି ସମୟରେ ମଧ୍ୟରେ ବେଶ ଦ୍ରୁତ ବେଗରେ ପାଣିପାଗରେ ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ ପବନ ହେବା ସହିତ ମଧ୍ୟମ ଧରଣର ବର୍ଷା ହୋଇଛି। ବର୍ଷା ପରେ ଲୋକମାନଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଫଳରେ ଏହି ସବୁ ଅଞ୍

 ଓଡ଼ିଶା ପାଇଁ ଆସିଲା ସତର୍କ ସୂଚନା, ଘୂର୍ଣ୍ଣିଝଡ଼ ସହିତ ହୋଇପାରେ ବର୍ଷା

Weather Report: ନୂଆଦିଲ୍ଲୀ: ଦେଶରେ ବିଗତ କିଛି ସମୟରେ ମଧ୍ୟରେ ବେଶ ଦ୍ରୁତ ବେଗରେ ପାଣିପାଗରେ ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ ପବନ ହେବା ସହିତ ମଧ୍ୟମ ଧରଣର ବର୍ଷା ହୋଇଛି। ବର୍ଷା ପରେ ଲୋକମାନଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଫଳରେ ଏହି ସବୁ ଅଞ୍ଚଳରେ ପାଣିପାଗରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ମଧ୍ୟ କିଛି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। 

ସେପଟେ ଆଜି ମଧ୍ୟ କିଛି ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପାଣିପାଗ ବିଭାଗ କହିଛି କି ପଶ୍ଚିମା ଝଡ଼ କାରଣରୁ ଏକ ଟର୍ଫ ଲାଇନ ସୃଷ୍ଚି ହୋଇଛି। ଏହାର ପ୍ରଭାବରେ ଦେଶର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଝଡ଼ ତୋଫାନ ହେବାର ମଧ୍ୟ ସମ୍ଭାବନା ରହିଛି। ଦେଶର କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ବର୍ଷା ସହିତ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ବିଶେଷ କରି ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି। ସେହିପରି ଏହାର ପ୍ରଭାବରେ ଆଜି ଆଉ ଆସନ୍ତା କାଲି ଉତ୍ତରପ୍ରଦେଶର ପୂର୍ବ ଭାଗରେ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ମଧ୍ୟପ୍ରଦେଶର ପୂର୍ବ ଭାଗ, ଛତିଶଗଡ଼ରେ ବର୍ଷା ହେବାର ସମ୍ଭାବନା ରହିଛି। 

ଆଜି ଆଉ କାଲି ଝାଡ଼ଖଣ୍ଡର କିଛି ଅଞ୍ଚଳରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଅରୁଣାଚଳ ପ୍ରଦେଶ, ଆସାମ ଓ ମେଘାଳୟର ୯ ରୁ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି ଆହୁରି ମଧ୍ୟ କହିଛି ବର୍ଷା ଓ ଝଡ଼ ତୋଫାନ ପ୍ରଭାବରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। 

ସେହିପରି ଗୁଜରାଟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଯଦିଓ ଆସନ୍ତା କାଲି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। କୋଙ୍କଣ ଆଉ ଗୋଆ ଅଞ୍ଚଳରେ ତାପମାତ୍ରାରେ ବୃଦ୍ଧି ଘଟିପାରେ। ମଧ୍ୟ ଭାରତର କିଛି ଅଞ୍ଚଳରେ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। 

Also Read: Women of the year 2023: ପଢନ୍ତୁ ‘ୱମେନ୍ ଅଫ ଦି ଇୟର’ ଭାବେ ସମ୍ମାନିତ ୫ ମହିଳାଙ୍କ ସଂର୍ଘଷମୟ କାହାଣୀ

Also Read: World kidney day 2023: ସୁସ୍ଥ କିଡ଼ନୀ ପାଇଁ ବେଶ ଲାଭଦାୟୀ ଏହି ସବୁ ଖାଦ୍ୟ, ଆଜିଠୁ ଆରମ୍ଭ କରନ୍ତୁ ଖାଇବା

Also Read: Satish Kaushik: ମୃତ୍ୟୁ ପୂର୍ବରୁ ଏହା କରୁଥିଲେ ସତୀଶ, ଭାଇରାଲ ହେଉଛି ଶେଷ ଫଟୋ...

Also Read: OAVS Recruitment 2023​: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ବମ୍ପର ନିଯୁକ୍ତି ପାଇଁ ପଞ୍ଜୀକରଣ ଆରମ୍ଭ, ଦରମା ୬୭,୭୦୦ ଟଙ୍କା ପ୍ରତି ମାସ; ଏପରି କରନ୍ତୁ ଆବେଦନ