Weather Forecast: ୩ ଦିନ ମଧ୍ୟରେ ଏତିକି ଡିଗ୍ରୀ ଖସିବ ପାରଦ, ଥରାଇବ ଥଣ୍ଡା, ଘନଉଛି ଲଘୁଚାପ
Advertisement

Weather Forecast: ୩ ଦିନ ମଧ୍ୟରେ ଏତିକି ଡିଗ୍ରୀ ଖସିବ ପାରଦ, ଥରାଇବ ଥଣ୍ଡା, ଘନଉଛି ଲଘୁଚାପ

ଆଗାମୀ ୩ ରୁ ୪ ଦିନ ମଧ୍ୟରେ ମଧ୍ୟ ଭାରତରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। କେବଳ ମଧ୍ୟ ପ୍ରଦେଶରେ ନୁହେଁ, ଉତ୍ତରପୂର୍ବ ଦିଗରେ ମଧ୍ୟ ତାପମାତ୍ର ଅସ୍ୱାଭାବିକ ଭାବେ ଖସିବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

Weather Forecast:  ୩ ଦିନ ମଧ୍ୟରେ ଏତିକି ଡିଗ୍ରୀ ଖସିବ ପାରଦ, ଥରାଇବ ଥଣ୍ଡା, ଘନଉଛି ଲଘୁଚାପ

Weather Forecast: ନୂଆଦିଲ୍ଲୀ: ଚଳିତ ବର୍ଷ ଶୀତ ବିଳମ୍ବରେ ଆସିଛି। ଉତ୍ତର ଭାରତରେ ବର୍ତ୍ତମାନ ତୁଷାର ପାତ ପଡ଼ୁଥିବା ଦେଖିବାକୁ ମିଳିଛି। ଶ୍ରୀନଗର, ହିମାଚଳ ପ୍ରଦେଶ, ଲଦାଖ ଆଦି ଉତ୍ତର, ଉତ୍ତର ପୂର୍ବର କିଛି ଅଞ୍ଚଳରେ ତୁଷାର ପାତ ହୋଇଛି। ତେବେ ଏହାର ପ୍ରଭାବ ଏବେ ମଧ୍ୟ ଭାରତରେ ପଡ଼ୁଥିବା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ସର୍ବନିମ୍ନ ତାପମାତ୍ରା ସାଢେ ସାତ ଡିଗ୍ରୀରେ ପହଞ୍ଚିଛି। ପବନର ଦିଗ ଉତ୍ତର-ପୂର୍ବ ହୋଇଥିବାରୁ ସକାଳ ଓ ସନ୍ଧ୍ୟାରେ ଥଣ୍ଡା ପବନ ମାଡ଼ ହେଉଛି। ତେବେ ଦୁଇ ଦିନ ପରେ ପୁଣିଥରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଏଥି ସହିତ ଛତିଶଗଡର ସର୍ବନିମ୍ନ ତାପମାତ୍ରା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ମୁଖ୍ୟତଃ ଗ୍ରାମାଞ୍ଚଳରେ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।

ଆଗାମୀ ୩ ରୁ ୪ ଦିନ ମଧ୍ୟରେ ମଧ୍ୟ ଭାରତରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। କେବଳ ମଧ୍ୟ ପ୍ରଦେଶରେ ନୁହେଁ, ଉତ୍ତରପୂର୍ବ ଦିଗରେ ମଧ୍ୟ ତାପମାତ୍ର ଅସ୍ୱାଭାବିକ ଭାବେ ଖସିବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହିପରି ଆଉ ଏକ ଲଘୁଚାପ ଆଶଙ୍କା କରିଛି ପାଣିପାଗ ବିଭାଗ। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ଲଘୁଚାପ ସୃଷ୍ଚି ହୋଇପାରେ। ଏହା ଘନିଭୂତ ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ୧୮ ନଭେମ୍ବର ବେଳକୁ ଏହା ଘନିଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସେପଟେ ସୋମବାର ଦିନ ରାଜ୍ୟର ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ସାଢେ ସାତ ଡିଗ୍ରୀରେ ପହଞ୍ଚିଛି। ମଧ୍ୟପ୍ରଦେଶରେ ଖାରଗୋନ୍ ସବୁଠାରୁ ଉତ୍ତପ୍ତ ଅଞ୍ଚଳ ଭାବେ ଦେଖାଦେଇଥିଲା।  ଏଠାରେ ୩୨.୭, ଦମୋହରେ ୩୧.୮, ଖଣ୍ଡୱା ୩୧.୧, ଗୁନା ୩୧, ରାଜଗଡ଼-ନାଉଗାଓଁରେ ୩୦.୮, ଉଜୈନରେ ୩୦.୬, ରତଲାମରେ ୩୦.୨, ଗ୍ୱାଲିୟରରେ ୩୦.୬, ନର୍ମଦାପୁରମରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ସେପଟେ ଅନେକ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ ଢେର କମ ରହିଥିବା ନେଇ ରେକର୍ଡ କରାଯାଇଛି। ମଧ୍ୟପ୍ରଦେଶର ପଚମଢିରେ ପାରଦ ସବୁଠାରୁ ତଳେ ରହିଥିଲା। ଏଠାରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଏଠାରେ ତାପମାତ୍ରା ୭.4 ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଉମରିଆରେ ୯.୪ ଡିଗ୍ରୀ, ଛିନ୍ଦଓ୍ୱାଡ଼ାରେ ୯.୯. ରାଇସନା-ମଣ୍ଡଳା-ନୌଗାଁରେ ୧୦ ଡିଗ୍ରୀ ତାପମାତ୍ରା ରହିଥିବା ବେଶେ ଜବଲପୁରରେ ୧୦.୨ ଡିଗ୍ରୀ, ଖଜୁରାହୋରେ ୧୧ ଡିଗ୍ରୀ, ବୈତୁଲ-ରିଓ୍ୱାରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।