New Aadhar Card: ବନାଇବାକୁ ଚାହୁଁଛନ୍ତି କି ନୂଆ ଆଧାର କାର୍ଡ? ଏପରି କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1595133

New Aadhar Card: ବନାଇବାକୁ ଚାହୁଁଛନ୍ତି କି ନୂଆ ଆଧାର କାର୍ଡ? ଏପରି କରନ୍ତୁ ଆବେଦନ

Aadhar Card: ନୂତନ ଆଧାର କାର୍ଡ ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିବାକୁ ହେବ। ଏନେଇ ଆପଣ ଆପଣଙ୍କ ଘର ନିକଟରେ ଅବସ୍ଥିତ ଆଧାର ନାମାଙ୍କନ କେନ୍ଦ୍ରକୁ ଯିବାକୁ ହେବ। 

New Aadhar Card: ବନାଇବାକୁ ଚାହୁଁଛନ୍ତି କି ନୂଆ ଆଧାର କାର୍ଡ? ଏପରି କରନ୍ତୁ ଆବେଦନ

How To Make New Aadhar Card: ବର୍ତ୍ତମାନ ସମୟରେ ଦେଶରେ ଏବେ ଆଧାର କାର୍ଡ ଉଭୟ ସାଧାରଣ ଲୋକଙ୍କ ପରିଚୟ ଏବଂ ଆବଶ୍ୟକତା ହୋଇପଡ଼ିଛି। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ପାନ୍ କାର୍ଡ ପର୍ଯ୍ୟନ୍ତ ସବୁ ସ୍ଥାନରେ ଆଧାର କାର୍ଡ ଉପଯୋଗୀ ହୋଇପଡ଼ିଛି। ଯଦି ଆପଣ ମଧ୍ୟ ଆପଣଙ୍କର ଆଧାର କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଏକ ପ୍ରକ୍ରିୟା ଅନୁସରଣ କରିବାକୁ ପଡିବ। ନୂତନ ଆଧାର କାର୍ଡ ପାଇବା ପାଇଁ ଆପଣଙ୍କୁ ଆବେଦନ କରିବାକୁ। ଆପଣଙ୍କୁ ପ୍ରଥମେ ଆପଣଙ୍କ ନିକଟତମ ଆଧାର ନାମାଙ୍କନ କେନ୍ଦ୍ର ପରିଦର୍ଶନ କରିବାକୁ ହେବ।

ନୂତନ ଆଧାର କାର୍ଡ (New Aadhar Card) ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (Unique Identification Authority of India) ୟୁଆଇଡିଏଆଇ ଅଫିସିଆଲ୍ ୱେବସାଇଟ୍ (UIDAI Official Website) ପରିଦର୍ଶନ କରିବାକୁ ହେବ। ଏନେଇ ଆପଣ ଆପଣଙ୍କ ଘର ନିକଟରେ ଅବସ୍ଥିତ ଆଧାର ନାମାଙ୍କନ କେନ୍ଦ୍ରକୁ (Aadhaar Enrollment Center) ଯିବାକୁ ହେବ। ଆଧାର ସେବା କେନ୍ଦ୍ରରେ ଆପଣ ଆପଣଙ୍କର ନୂତନ ଆଧାର କାର୍ଡ ବନାଇବା ପାଇଁ ଅନଲାଇନ୍ ଆବେଦନ କରିବାକୁ ହେବ। ଯାହା ପରେ ଆପଣ ଏକ ନୂତନ ଆଧାର କାର୍ଡ ପାଇଁ ପଞ୍ଜୀକରଣ (Aadhaar Card Registration) କରିପାରିବେ। ଏହା ସହିତ ଯଦି ଆପଣ ଆପଣଙ୍କର ଆଧାର କାର୍ଡ ସହ କୌଣସି ନୂତନ ତଥ୍ୟ ଯୋଡ଼ିବାକୁ ଚାହାଁନ୍ତି, ତାହେଲେ ଆପଣ ମଧ୍ୟ ଆପଣଙ୍କ ନିକଟସ୍ଥ ଆଧାର ସେବା କେନ୍ଦ୍ର (Aadhaar Service Center) ପରିଦର୍ଶନ କରି ଏହି କାର୍ଯ୍ୟ କରିପାରିବେ। 

Also Read: Modi Government: ଆଧାର କାର୍ଡ଼କୁ ନେଇ ଆସିଲା ବଡ଼ ଅପଡେଟ

ଆଧାର କାର୍ଡ ପାଇଁ ଆବେଦନ କରିବା ପୂର୍ବରୁ, ଜଣେ ଆବେଦନକାରୀ ଏହା ନିଶ୍ଚିତ କରିବା ଆବଶ୍ୟକ ଯେ, ଏଥିପାଇଁ ତାଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ରହିଛି। ଆଧାର ସେବା କେନ୍ଦ୍ରକୁ ଯିବା ପୂର୍ବରୁ ଏହି ସମସ୍ତ ଦସ୍ତାବିଜ ଆବେଦନକାରୀଙ୍କ ପାଖରେ ମହଜୁଦ ରହିବା ଆବଶ୍ୟକ। ଆପଣଙ୍କୁ ଆଧାର ନାମାଙ୍କନ କେନ୍ଦ୍ର ପରିଦର୍ଶନ କରି ଆଧାର ଆବେଦନ ଫର୍ମ ପୂରଣ କରିବାକୁ ହେବ। ପରିଚୟ ଏବଂ ଠିକଣାର ପ୍ରମାଣ ପାଇଁ ଆବଶ୍ୟକ ଦସ୍ତାବିଜ ସହ ଆପଣଙ୍କର ବାୟୋମେଟ୍ରିକ ତଥ୍ୟ (Biometric Information) ପ୍ରଦାନ କରିବାକୁ ହେବ। 

ଆଧାର କାର୍ଡ ପାଇଁ ଆବେଦନ କରିବାର ପ୍ରକ୍ରିୟା

  • ସର୍ବପ୍ରଥମେ ଆପଣ ଆପଣଙ୍କ ଘର ନିକଟରେ ଅବସ୍ଥିତ ଆଧାର ସେବା କେନ୍ଦ୍ର ଖୋଜନ୍ତୁ। ଆଧାର ୱେବସାଇଟ୍ https://uidai.gov.in/ ପରିଦର୍ଶନ କରି ଆପଣ ଏ ସମ୍ପର୍କିତ ସୂଚନା ପାଇପାରିବେ।
  • ଏହା ପରେ ଆପଣଙ୍କ ପରିଚୟ ପତ୍ର ଏବଂ ଆବାସିକ ପ୍ରମାଣପତ୍ର ପରି ଆବଶ୍ୟକୀୟ ଦସ୍ତାବିଜ ସହ ଆଧାର ସେବା କେନ୍ଦ୍ର ପରିଦର୍ଶନ କରି ଆବେଦନ କରନ୍ତୁ।
  • ଥରେ ସମସ୍ତ ଦସ୍ତାବିଜ ଗ୍ରହଣଯୋଗ୍ୟ ହୋଇଗଲେ, ଆପଣ ଆପଣଙ୍କର ବାୟୋମେଟ୍ରିକ୍ ତଥ୍ୟ ପ୍ରଦାନ କରନ୍ତୁ। 
  • ଏଠାରୁ ଆପଣ ଏକ ରସିଦ ପାଇବେ ଯେଉଁଥିରେ ୧୪ ଅଙ୍କ ବିଶିଷ୍ଟ ଏନରୋଲ ମେଣ୍ଟ ନମ୍ବର ଲେଖା ହୋଇଥିବ। ଆପଣ ଆପଣଙ୍କ ଆଧାର କାର୍ଡ ସ୍ଥିତି ଜାଣିବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ।