ସବୁଠାରୁ ବଡ଼ ୱାରଗେମରେ ଭାରତ-ଚୀନ ପରି ଶତ୍ରୁଙ୍କୁ ଏକାଠି ଆଣି ପୁଟିନ ଖେଳିଲେ ମାଷ୍ଟରଷ୍ଟ୍ରୋକ୍, ଆମେରିକାର ବଢ଼ିଲା ଟେନସନ୍!
Advertisement

ସବୁଠାରୁ ବଡ଼ ୱାରଗେମରେ ଭାରତ-ଚୀନ ପରି ଶତ୍ରୁଙ୍କୁ ଏକାଠି ଆଣି ପୁଟିନ ଖେଳିଲେ ମାଷ୍ଟରଷ୍ଟ୍ରୋକ୍, ଆମେରିକାର ବଢ଼ିଲା ଟେନସନ୍!

Vostok 2022: ଏହି ସାମରିକ ଅଭ୍ୟାସରେ ଭାରତରୁ ୭୫ ଜଣ ସୈନ୍ୟ ବିଶିଷ୍ଟ ଦଳକୁ ପଠାଯାଇଛି । ଏଥିରେ ଗୋର୍ଖା ସୈନିକଙ୍କ ବ୍ୟତୀତ ଭାରତୀୟ ନୌସେନା ଓ ବାୟୁସେନା ପ୍ରତିନିଧୀମାନେ ମଧ୍ୟ ଏହି ଅଭ୍ୟାସରେ ଭାଗ ନେଉଛନ୍ତି । 

ସବୁଠାରୁ ବଡ଼ ୱାରଗେମରେ ଭାରତ-ଚୀନ ପରି ଶତ୍ରୁଙ୍କୁ ଏକାଠି ଆଣି ପୁଟିନ ଖେଳିଲେ ମାଷ୍ଟରଷ୍ଟ୍ରୋକ୍, ଆମେରିକାର ବଢ଼ିଲା ଟେନସନ୍!

ମସ୍କୋ: Vostok 2022: ଋଷରେ ବର୍ତ୍ତମାନ ସବୁଠାରୁ ବଡ଼ ସାମରିକ ଅଭ୍ୟାସ ଭୋଷ୍ଟୋକ-2022 (Vostok 2022) ଆୟୋଜିତ ହେଉଛି । ଋଷ, ଚୀନ୍ ଏବଂ ଭାରତର ସୈନ୍ୟମାନେ ଏହି ୱାରଗେମରେ ଭାଗ ନେଉଛନ୍ତି । ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ଅଭ୍ୟାସକୁ ଆମେରିକା ଓ ଏହାର ସହଯୋଗୀ ଦେଶକୁ ପୃଥକ କରିବା ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରଣନୀତିର ଏକ ଅଂଶ ଭାବରେ  ବିଚାର କରୁଛନ୍ତି । ଏହି ଯୁଦ୍ଧାଭ୍ୟାସରେ ୫୦,୦୦୦ ସୈନ୍ୟ ଅଂଶଗ୍ରହଣ କରୁଛନ୍ତି । ଏହାସହ ୫୦୦୦ ସାମରିକ ଉପକରଣକୁ ସାମିଲ କରାଯାଉଛି, ଯେଉଁଥିରେ ୧୪୦ ଏୟାରକ୍ରାଫ୍ଟ ଏବଂ ୬୦ଟି ଯୁଦ୍ଧ ଜାହାଜ ସାମିଲ ରହିଛି । ସେପ୍ଟେମ୍ବର ୧ରୁ ଏହି ୱାରଗେମ୍ ଋଷର ପୂର୍ବରେ ଅନୁଷ୍ଠିତ ହେଉଛି । ଏହା ବ୍ୟତୀତ ଜାପାନରେ ଏକ ମିଲିଟ୍ରୀ ଡ୍ରିଲ୍ ମଧ୍ୟ ଆୟୋଜନ କରାଯାଉଛି ।

ଏହି ସାମରକି ଅଭ୍ୟାସରେ ସାଂଘାଇ ସହଯୋଗ ସଂଗଠନର ଅଂଶୀଦାର ଓ ସଦସ୍ୟ ଦେଶମାନେ ଅଂଶଗ୍ରହଣ କରନ୍ତି । ଏଥିସହ ଋଷର ନେତୃତ୍ୱାଧୀନ ସୁରକ୍ଷା ଚୁକ୍ତି ସଂଗଠନରେ ଅନ୍ତର୍ଭୁକ୍ତ ପୂର୍ବତନ ସୋଭିଏତ୍ ଦେଶ ମଧ୍ୟ ଏହାର ଏକ ଅଂଶ ହୋଇଥାଏ । ଆମେରିକା ବର୍ତ୍ତମାନ ସର୍ବ ବୃହତ ପ୍ରତିରକ୍ଷା ସହଭାଗୀ ଭାବରେ ଭାରତକୁ ଆକର୍ଷିତ କରିବାରେ ଲାଗିଛି । ଏଥି ସହିତ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସେ ଋଷ ଉପରେ ଅନ୍ତର୍ଜାତୀୟ ପ୍ରତିବନ୍ଧକକୁ ହାଲୁକା ଭାବେ ଗ୍ରହଣ କରୁନାହାଁନ୍ତି ।

ଏହି ସାମରିକ ଅଭ୍ୟାସରେ ଭାରତରୁ ୭୫ ଜଣ ସୈନ୍ୟ ବିଶିଷ୍ଟ ଦଳକୁ ପଠାଯାଇଛି । ଏଥିରେ ଗୋର୍ଖା ସୈନିକଙ୍କ ବ୍ୟତୀତ ଭାରତୀୟ ନୌସେନା ଓ ବାୟୁସେନା ପ୍ରତିନିଧୀମାନେ ମଧ୍ୟ ଏହି ଅଭ୍ୟାସରେ ଭାଗ ନେଉଛନ୍ତି । ତେବେ ଭାରତୀୟ ବାୟୁସେନା ଓ ନୌସେନା ସେମାନଙ୍କର କୌଣସି ଉପକରଣ ଋଷକୁ ପଠାଇ ନାହାଁନ୍ତି ।

ଏହା ବି ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଯିବାର ଭବିଷ୍ୟବାଣୀ କଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ

ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ବର୍ବାଦ କଲା ଚୀନ! ବାକି କାମ କରୁଛି ପାଣିପାଗ...

ଏହା ବି ପଢ଼ନ୍ତୁ:-ଏହି ୫ଟି ଖାଦ୍ୟ ଖାଇବା ଦ୍ୱାରା ପୁରୁଷମାନଙ୍କର ବଢ଼ିବ 'ଶକ୍ତି', ଦାମ୍ପତ୍ୟ ଜୀବନ ହେବ ସୁଖମୟ

ଅତୀତରେ ଭାରତ ମଧ୍ୟ ଏହି ଯୁଦ୍ଧାଭ୍ୟାସରେ ଭାଗ ନେଇଥିଲା । କିନ୍ତୁ ବର୍ତ୍ତମାନ ଏହି ଯୁଦ୍ଧାଭ୍ୟାସରେ ଯୋଗଦେବାକୁ ଭାରତ ଏଡାଇ ଯାଉଥିଲା । ୟୁକ୍ରେନରେ ଚାଲିଥିବା ଯୁଦ୍ଧରେ ମଧ୍ୟ ଭାରତ ଋଷର ପକ୍ଷ ନେଇ ନାହିଁ । ଭାରତ ମୁଖ୍ୟତଃ ଋଷ ଉପରେ ଅସ୍ତ୍ର ପାଇଁ ନିର୍ଭରଶୀଳ । ଚୀନ ଓ ପାକିସ୍ତାନ ସହ ଚାଲିଥିବା ସୀମା ତିକ୍ତତା ମଧ୍ୟରେ ଋଷ ଉପରେ ଆମର ନିର୍ଭରଶୀଳତା ବୃଦ୍ଧି ପାଇଛି । କିନ୍ତୁ ଏହା ପରେ ମଧ୍ୟ ଗତ ସପ୍ତାହରେ ମିଳିତ ଜାତିସଂଘରେ ଭାରତ ପ୍ରଥମ ଥର ପାଇଁ ଋଷ ବିରୋଧରେ ଭୋଟ୍ ଦେଇଥିଲା ।

ଏହି ଭୋଟ୍ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭିଡିଓ ଲିଙ୍କ ମାଧ୍ୟମରେ ସଂଗଠନକୁ ସମ୍ବୋଧିତ କରିଥିଲେ । କେବଳ ଏତିକି ନୁହେଁ ଭାରତ ଋଷ ସହିତ ମିଶି ହେଲିକପ୍ଟର ନିର୍ମାଣ ପ୍ରକଳ୍ପ ମଧ୍ୟ ବନ୍ଦ କରି ଦେଇଛି । ଏଥିସହ ଋଷରୁ ୩୦ ଯୁଦ୍ଧ ବିମାନ କିଣିବାର ଯୋଜନା ମଧ୍ୟ ସ୍ଥଗିତ ରଖାଯାଇଛି । ସେପଟେ ଚୀନ ପକ୍ଷରୁ ଏହି ସାମରିକ ଅଭ୍ୟାସରେ ସେନା, ବାୟୁସେନା ଏବଂ ନୌସେନା ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ,  ଏଥିରେ ଯୋଗଦେବା ଉଦ୍ଦେଶ୍ୟ ହେଉଛି ପାରସ୍ପରିକ ସାମରିକ ସହଯୋଗ ବୃଦ୍ଧି କରିବା । ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ସମ୍ଭାବ୍ୟ ବିପଦ ଉପରେ ବିଶେଷ କରି ଆମେରିକା ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ବିପଦ ଉପରେ ଧ୍ୟାନ ଦିଆଯିବ ।