Vigilance Raid: ସବଇନ୍ସପେକ୍ଟରଙ୍କ ସାହାସ ! ଭିଜିଲାନ୍ସ ଧରିଲା ବୋଲି ଗିଳିଦେଲେ ଲାଞ୍ଚ ଟଙ୍କା
Advertisement
Article Detail0/zeeodisha/odisha1484423

Vigilance Raid: ସବଇନ୍ସପେକ୍ଟରଙ୍କ ସାହାସ ! ଭିଜିଲାନ୍ସ ଧରିଲା ବୋଲି ଗିଳିଦେଲେ ଲାଞ୍ଚ ଟଙ୍କା

Hariyana Vigilance Raid: ସେକ୍ଟର ୩ ଥାନାର ସବଇନସ୍ପେକ୍ଟରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା  । ତଦନ୍ତ ପାଇଁ ଭିଜିଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ  । କିନ୍ତୁ ଭିଜିଲାନ୍ସକୁ ଦେଖି ଟଙ୍କା ଗିଳି ଦେଇଥିଲେ ପୋଲିସ ବାବୁ  । ତଥାପି ତାଙ୍କ ଉଦ୍ୟମ ସଫଳ ହୋଇପାରି ନଥିଲା  । ଆଉ ଏହାପରେ ଯାହା ହୋଇଥିଲା ସେଠାକାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Vigilance Raid: ସବଇନ୍ସପେକ୍ଟରଙ୍କ ସାହାସ ! ଭିଜିଲାନ୍ସ ଧରିଲା ବୋଲି ଗିଳିଦେଲେ ଲାଞ୍ଚ ଟଙ୍କା

Vigilance Raid: ଲାଞ୍ଚ କାରବାର ନେଇ ଆଜି ଏକ ଭିଡିଓ ଖୁବ ଜୋରସୋରରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲାଞ୍ଚ ନେଇ ହଟହଟା ହୋଇଛନ୍ତି ସବ ଇନସ୍ପେକ୍ଟର । ଆଉ ଭିଜିଲାନ୍ସ ଟିମ୍‌କୁ ଦେଖି ବିକଳରେ ସେହି ଲାଞ୍ଚଟଙ୍କାକୁ ଗିଳିଦେଲେ ସବ ଇନ୍ସପେକ୍ଟର । ମଇଁଷି ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଲାଞ୍ଚ ନେଉଥିବାବେଳେ ଦେଖିବାକୁ ମିଳିଛି ଏମିତି ଏକ ଅଦ୍ଭୁଦ ଘଟଣା  । ଯାହାର ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି । ହରିୟାଣାର ଫରିଦାବାଦରେ ଜଣେ ସବ ଇନସ୍ପେକ୍ଟର ଅଭିଯୋଗକାରୀଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ଲାଞ୍ଚ ନେବା ସମୟରେ ପୋଲିସ ବାବୁଙ୍କୁ ମାଡି ବସିଥିଲା ଆଗରୁ ଜଗିଥିବା ଭିଜିଲାନ୍ସ  । 

ପ୍ରମାଣ ନଷ୍ଟ କରିବାକୁ ଯାଇ ତରବର ହୋଇ ଲାଞ୍ଚ ଟଙ୍କା ଗିଳି ଦେଇଥିଲେ ପୋଲିସ ବାବୁ । ଭିଜିଲାନ୍ସ (Vigilance) ସହ ସବ ଇନସ୍ପେକ୍ଟରଙ୍କ ପେଲାଠେଲାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚାରିଜଣ ତାଙ୍କୁ ମାଡିବସିଥିବା ବେଳେ ଲାଞ୍ଚ ନେଉଥିବା ହାତରେ ଟଙ୍କାଙ୍କୁ ଗିଳିପକାଇଛନ୍ତି ସବ ଇନ୍ସପେକ୍ଟର (Sub Inspector)। ସେକ୍ଟର ୩ ଥାନାର ସବଇନସ୍ପେକ୍ଟରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା  । ତଦନ୍ତ ପାଇଁ ଭିଜିଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ  । କିନ୍ତୁ ଭିଜିଲାନ୍ସକୁ ଦେଖି ଟଙ୍କା ଗିଳି ଦେଇଥିଲେ ପୋଲିସ ବାବୁ  । ତଥାପି ତାଙ୍କ ଉଦ୍ୟମ ସଫଳ ହୋଇପାରି ନଥିଲା  । ଭିଜିଲାନ୍ସ ଟିମ ଜୋର ଜବରଦସ୍ତ ତାଙ୍କୁ ମାଡିବସି ତାଙ୍କ ପାଟିରୁ ଟଙ୍କାକୁ ବାହାର କରି ଗିରଫ କରିଛି ।

Also Read: Sandeep Pathak: କିଏ ଏହି ସନ୍ଦିପ ପାଠକ୍ ଯାହାଙ୍କୁ Aapର କୁହାଯାଏ ଚାଣକ୍ୟ

ସୂଚନାନୁସାରେ, ମଇଁଷି ଚୋରି ମାମଲାର ସମାଧାନ ପାଇଁ ଅଭିଯୋଗକାରୀଙ୍କୁ ପୋଲିସ ବାବୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ୧୫ ହଜାର ନୁହେଁ ୧୦ ହଜାର ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା । ଯାହାପରେ ଅଭିଯୋଗକାରୀ ତାଙ୍କୁ ଦୁଇ ଥରରେ ୬ ହଜାର ଟଙ୍କା ଦେଇଥିଲେ  । ଏହାପରେ ସେ ଟଙ୍କା ଦେବାକୁ ଅସର୍ମଥ ବୋଲି ପୋଲିସ ବାବୁଙ୍କୁ ଜଣାଇଥିଲେ  । ହେଲେ ସବଇନସ୍ପେକ୍ଟର ଆହୁରି ୪ ହଜାର ଦାବି କରିବାରୁ ବାଧ୍ୟ ହୋଇ ଭିଜିଲାନ୍ସର (Vigilance) ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ । ପରେ କୌଶଳ କ୍ରମେ ଟଙ୍କା ଦେବା ବେଳେ ମାଡିବସିଥିଲା ଭିଜିଲାନ୍ସ ।