ଦେଶର ୧୪ ତମ ଉପରାଷ୍ଟ୍ରପତି ହେଲେ ଧନଖର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇଲେ ଶପଥ
Advertisement
Article Detail0/zeeodisha/odisha1298101

ଦେଶର ୧୪ ତମ ଉପରାଷ୍ଟ୍ରପତି ହେଲେ ଧନଖର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇଲେ ଶପଥ

Vice President swearing: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖର ବର୍ତ୍ତମାନ ଦେଶର ୧୪ ତମ ଉପରାଷ୍ଟ୍ରପତି ହୋଇଛନ୍ତି । ସେ ଗୁରୁବାର ଦିନ ରାଷ୍ଟ୍ରିୟ ଭବନରେ ଏକ ସମାରୋହରେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ଗ୍ରହଣ କରାଇଥିଲେ।

ସାଙ୍କେତିକ ଫଟୋ

Vice President Jagdeep Dhankhar swearing : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖର (Jagdeep Dhankhar) ବର୍ତ୍ତମାନ ଦେଶର ୧୪ ତମ ଉପରାଷ୍ଟ୍ରପତି ହୋଇଛନ୍ତି । ସେ ଗୁରୁବାର ଦିନ ରାଷ୍ଟ୍ରିୟ ଭବନରେ ଏକ ସମାରୋହରେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ଗ୍ରହଣ କରାଇଥିଲେ। ଧନଖର ବିରୋଧୀ ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କୁ ୩୪୬ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

ଲୋକସଭା ସଚିବାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ୭୮୦ ଭୋଟର ମଧ୍ୟରୁ ୭୨୫ ଜଣ ଭୋଟ୍ ଦେଇଥିଲେ । ଏଥିମଧ୍ୟରୁ ଧନଖର ୫୨୮ ଭୋଟ୍ ପାଇଥିବାବେଳେ, ଅଲଭା ୧୮୨ ଭୋଟ୍ ପାଇଛନ୍ତି । ୫୦ ଅନୁପସ୍ଥିତ ଜଣ ଥିଲେ ଓ ୧୫ ଟି ଭୋଟ୍ ଅବୈଧ ଥିଲା ବୋଲି ଜଣାପଡିଛି ।

ଧନଖର ଯିଏକି ରାଜ୍ୟସଭାର ସଭାପତି ହେବେ । ସେ ଭେଙ୍କୟା ନାଇଡୁଙ୍କ ସ୍ଥାନ ନେବେ । ଧନଖର ରାଜସ୍ଥାନର ଝୁଞ୍ଜୁନୁରେ ଜନ୍ମଗ୍ରହଣ କରିଥିଲେ । ରାଜନୀତିରେ ଯୋଗଦେବା ପୂର୍ବରୁ ସେ ଜଣେ ଓକିଲ ଥିଲେ । ୧୯୯୦ ରେ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୯ ରେ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ସମ୍ପର୍କ ଅଶାନ୍ତ ରହିଥିଲା ବୋଲି ଚର୍ଚ୍ଚା ହୋଇଥାଏ । ଶପଥ ନେବା ପୂର୍ବରୁ ସେ ରାଜ ଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଜଗଦୀପ ଧନଖର କିଏ?
ରାଜସ୍ଥାନର ଝୁଞ୍ଜୁନୁ ଜିଲ୍ଲାର କିଠାନା ଗାଁର ଏକ କୃଷକ ପରିବାରରେ ଜନ୍ମିତ ଜଗଦୀପ ଧନକର କୃଷକଙ୍କ ମଧ୍ୟରେ ବହୁତ ପ୍ରଭାବ ରହିଛି ଓ ସୁପ୍ରିମକୋର୍ଟର ଜଣେ ଜଣାଶୁଣା ଓକିଲ ତଥା ରାଜନେତା ଭାବରେ କାର୍ଯ୍ୟ କରିଛନ୍ତି । ହରିୟାଣାର କୃଷକ ନେତା ଭାବରେ ଜଣାଶୁଣା ଚୌଧୁରୀ ଦେବୀ ଲାଲ (Chaudhary Devi Lal) ଙ୍କ ସହ ଧନଖର ନିକଟତର ରହିଥିଲେ ଓ ତାଙ୍କ ସମୟର ଅଧିକାଂଶ ଜାଟ ନେତାଙ୍କ ପରି ଧନଖର ମୂଳତଃ ଦେବୀ ଲାଲଙ୍କ ସହ ଜଡିତ ଥିଲେ । ଧନଖର ସେତେବେଳେ ଜଣେ ଯୁବ ଆଇନଜୀବୀ, ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ଯେତେବେଳେ ଦେବିଲାଲ ତାଙ୍କୁ କଂଗ୍ରେସର ଗଢ଼ ରହିଥିବା ଝୁଞ୍ଜୁନୁ ସଂସଦୀୟ ନିର୍ବାଚନମଣ୍ଡଳୀରୁ ବିରୋଧୀ ପ୍ରାର୍ଥୀ ଭାବରେ ମୈଦାନକୁ ଓହ୍ଲାଇଥିଲେ ଓ ଧନଖର ଜିତିଥିଲେ ।

ଏହା ବି ପଢ଼ନ୍ତୁ: ରାଜଧାନୀରେ ବାଧ୍ୟତାମୂଳକ ହେଲା ମାସ୍କ ଲଗାଇବା, ଅବମାନନା କଲେ ଦେବାକୁ ହେବ ଜରିମାନା

ଏହା ବି ପଢ଼ନ୍ତୁ: ସିଲେକ୍ଟର୍ସ ଦେଲେ ସଙ୍କେତ, ପ୍ରଥମ ଥର ଭାରତ ପାଇଁ ଟି-20 ବିଶ୍ୱକପରେ ଖେଳିବେ ଏହି ୪ ଖେଳାଳି