ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ BJP, ଚର୍ଚ୍ଚାରେ ରହିଛି ଏସବୁ ନାମ
Advertisement

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ BJP, ଚର୍ଚ୍ଚାରେ ରହିଛି ଏସବୁ ନାମ

Vice President Election 2022: ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀଙ୍କ କରିଥିବା ବିଜେପି, ଉପରାଷ୍ଟ୍ରପତି ପଦ ପାଇଁ ଜଣେ ସଂଖ୍ୟାଲଘୁର ଚେହେରା ଦେଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି ।

ସୌ: ସୋସିଆଲ ମିଡିଆ

BJP Vice President Candidate: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ସଂସଦୀୟ ବୋର୍ଡ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ (Vice President Candidate) ସମ୍ପର୍କରେ ବିଜେପି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ । ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ବିଜେପି ସଂସଦୀୟ ବୋର୍ଡ (BJP Parliamentary Board) ବୈଠକରେ ଯୋଗଦେବେ । ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମରେ ମୋହର ଲଗାଯିବ ବୋଲି ଆଶା କରାଯାଉଛି ।

ଏନଡିଏ ପକ୍ଷରୁ କିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ସେନେଇ ଅନେକ ନାମ ଆଲୋଚନା ହେଉଛି । କୁହାଯାଉଛି ଯେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀଙ୍କ କରିଥିବା ବିଜେପି, ଉପରାଷ୍ଟ୍ରପତି ପଦ ପାଇଁ ଜଣେ ସଂଖ୍ୟାଲଘୁର ଚେହେରା ଦେଇପାରେ ।

କେଉଁ କେଉଁ ନାମଗୁଡିକ ଉପରେ ହେଉଛି ଅଧିକ ଚର୍ଚ୍ଚା?

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଠିଆ କରିଛି । ଏଭଳି ପରିସ୍ଥିତିରେ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଦଳ ସଂଖ୍ୟାଲଘୁର ଏକ ଚେହରା ସାମ୍ନାକୁ ଆଣିବାର ଉଦ୍ୟମ କରିପାରେ । ଉପ-ରାଷ୍ଟ୍ରପତି ପାଇଁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭିଙ୍କୁ ଠିଆ କରିପାରେ । ନାକଭିଙ୍କ ବ୍ୟତୀତ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଧ୍ୟ ମୁସଲମାନ ସମ୍ପ୍ରଦାୟରୁ ଥିବାରୁ ତାଙ୍କ ନାମରେ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିଖ ଚେହେରା କ୍ୟାପଟେନ ଅମରିନ୍ଦରଙ୍କୁ ନେଇ ମଧ୍ୟ ବିଜେପି ବାଜି ଲଗାଇପାରେ । ଏଥିସହ ନଜମା ହେପତୁଲ୍ଲାଙ୍କ ନାମ ମଧ୍ୟ ଚର୍ଚ୍ଚା କରାଯାଉଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କ ନାମ ଉପରେ ମଧ୍ୟ ଏହି ଲିଷ୍ଟ ରହିଛି ।

କେବେ ହେବ ଉପରାଷ୍ଟ୍ରପତି ନିର୍ବାଚନ?
ଦେଶର ବର୍ତ୍ତମାନର ଉପରାଷ୍ଟ୍ରପତି ହେଉଛନ୍ତି ଏମ ଭେଙ୍କୟା ନାଇଡୁ, ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେବ । ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ହେଉଛି ଜୁଲାଇ ୧୯ ରହିଛି । ଆବଶ୍ୟକ ହେଲେ ୬ ଅଗଷ୍ଟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଅର୍ଥାତ୍ ଯଦି ନିର୍ବାଚନରେ ଏକରୁ ଅଧିକ ପ୍ରାର୍ଥୀ ଠିଆ ହୁଅନ୍ତି, ତେବେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ୬ ଅଗଷ୍ଟରେ ଅନୁଷ୍ଠିତ ହେବ । ଭୋଟ୍ ଗଣନା ମଧ୍ୟ ସେହି ଦିନ ହେବ ।

ଏହା ବି ପଢ଼ନ୍ତୁ: ରାଷ୍ଟ୍ରପତି ନିର୍ବାଚନକୁ ନେଇ AAP କଲା ବଡ଼ ଘୋଷଣା, କହିଲା- ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ, କିନ୍ତୁ ...

ଏହା ବି ପଢ଼ନ୍ତୁ: ଗୁଜୁରାଟ ଦଙ୍ଗା: ତିସ୍ତା ମାଧ୍ୟମରେ ପିଏମ ମୋଦିଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ ଅହମ୍ମଦ ପଟେଲ-SIT