Uttar Pradesh: ସାଧାରଣତନ୍ତ୍ର ଦିବସରେ ଜାତୀୟ ସଂଗୀତ ଗାନ ଗାଇବାକୁ ମନା କଲେ ଶିକ୍ଷକ, ଭିଡିଓ ଭାଇରାଲ
Advertisement

Uttar Pradesh: ସାଧାରଣତନ୍ତ୍ର ଦିବସରେ ଜାତୀୟ ସଂଗୀତ ଗାନ ଗାଇବାକୁ ମନା କଲେ ଶିକ୍ଷକ, ଭିଡିଓ ଭାଇରାଲ

Aligarh Primary School Viral Video: ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରି ଦେଇଛନ୍ତି ଜଣେ ଶିକ୍ଷକ। ଶିକ୍ଷକ ଜଣଙ୍କ "ଭାରତ ମାତା କି ଜୟ" ଜୟଘୋଷ ଦେବାକୁ ସ୍ପଷ୍ଟ ଭାବେ ମନା କରୁଛନ୍ତି। 

Uttar Pradesh: ସାଧାରଣତନ୍ତ୍ର ଦିବସରେ ଜାତୀୟ ସଂଗୀତ ଗାନ ଗାଇବାକୁ ମନା କଲେ ଶିକ୍ଷକ, ଭିଡିଓ ଭାଇରାଲ

Aligarh Teacher Viral Video: ନିକଟରେ ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ପାଳିତ ହୋଇଯାଇଛି ୭୪ତମ ସାଧାରଣତନ୍ତ୍ର ଦିବସ। ହେଲେ ଏହି ଜାତୀୟ ଦିବସ ପାଳନ ଅବସରରେ ଯେଉଁ ଘଟଣା 
ଘଟିଛି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉତ୍ତର ପ୍ରଦେଶ ଆଲିଗଡ ଜିଲ୍ଲାରେ ଦେଖିବାକୁ ମିଳଛି ଏଭଳି ଘଟଣା। ଏହି ଘଟଣାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। 

ସାଧାରଣତନ୍ତ୍ର ଦିବସ (Republic Day) ଅବସରରେ ଜାତୀୟ ସଙ୍ଗୀତ ଗାନ (National Anthem) କରିବାକୁ ମନା କରି ଦେଇଛନ୍ତି ଜଣେ ଶିକ୍ଷକ। ଉତ୍ତର ପ୍ରଦେଶ (Uttar Pradesh) ଆଲିଗଡ ଜିଲ୍ଲାରେ (Aligarh District) ଅବସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିଦ୍ୟାଳୟରେ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରିଥିବା ଶିକ୍ଷକ ଏବଂ ଅନ୍ୟ ଲୋକ ମଧ୍ୟ ପରସ୍ପର ସହ ଯୁକ୍ତିତର୍କ କରୁଛନ୍ତି। ହସମୁଦ୍ଦୀନ ନାମକ ଜଣେ ଶିକ୍ଷକ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରି ଦେଇଥିଲେ।

ଶିକ୍ଷକ ହାସାମୁଦ୍ଦୀନ ଜାତୀୟ ସଙ୍ଗୀତ ଗାନ କରିବାକୁ ଏବଂ "ଭାରତ ମାତା କି ଜୟ" ଜୟଘୋଷ ଦେବାକୁ ସ୍ପଷ୍ଟ ଭାବେ ମନା କରୁଛନ୍ତି। ଏପରିକି ବସନ୍ତ ପଞ୍ଚମୀ (Basant Panchami) ଅବସରରେ ଦେବୀ ସରସ୍ୱତୀଙ୍କୁ (Devi Saraswati) ପୁଷ୍ପମାଲ୍ୟ ଅର୍ପଣ କରିବାକୁ ମନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏତିକିରେ ଶେଷ ହୋଇନଥିଲା ଶିକ୍ଷକ ହସମୁଦ୍ଦୀନଙ୍କ କାରନାମା। ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ସଙ୍ଗୀତ ଗାନ 
କରିବାକୁ ମନା କରିବା ସହ ପତାକା ଉତ୍ତୋଳନ କରିବାକୁ ମନା କରି ଦେଇଥିଲେ ଶିକ୍ଷକ ଜଣଙ୍କ। 

ଏହା ପରେ ଅନ୍ୟ ଶିକ୍ଷକ ତାଙ୍କୁ ବୁଝାଉଥିବାର ନଜର ଆସୁଛନ୍ତି। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଏହି ଘଟଣା ଉତ୍ତର ପ୍ରଦେଶ ଆଲିଗଡ ଜିଲ୍ଲାର ଇଗଲାସ ତହସିଲ (Iglas Tehsil) ଅଧିନସ୍ଥ ଲହକତୋଇ 
ଗ୍ରାମର ବୋଲି ଦାବି କରାଯାଉଛି। ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ଏହି ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ କରି ଦେଇଥିଲେ।

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୌଳିକ ଶିକ୍ଷା ଅଧିକାରୀ ସତ୍ୟେନ୍ଦ୍ର ସିଂହ ଢାକା। ଏନେଇ ଶିକ୍ଷା ଅଧିକାରୀ କହିଛନ୍ତି ଯେ ଏକ ଭିଡିଓ ତାଙ୍କ ନଜରକୁ ଆସିଛି। ଯେଉଁଥିରେ ଜଣେ ଶିକ୍ଷକ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରୁଛନ୍ତି। ଶିକ୍ଷା ଜଣଙ୍କ ଦେବୀ ସରସ୍ୱତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ମଧ୍ୟ ମନା କରୁଛନ୍ତି। ଏହାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ତଦନ୍ତ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି। ଅନୁସନ୍ଧାନ ରିପୋର୍ଟ ଆସିବା ପରେ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।