ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ ଭାରତର ବଢ଼ିବ ଶକ୍ତି, ଋଷ ହେଲା ଖୁସ୍; ଚୀନକୁ ଲାଗିବ ମିର୍ଚି!
Advertisement
Article Detail0/zeeodisha/odisha1258768

ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ ଭାରତର ବଢ଼ିବ ଶକ୍ତି, ଋଷ ହେଲା ଖୁସ୍; ଚୀନକୁ ଲାଗିବ ମିର୍ଚି!

ତେବେ ଅନୁମୋଦନ ପରେ ଏହା ଏପର୍ଯ୍ୟନ୍ତ ଆଇନରେ ପରିଣତ ହୋଇନାହିଁ । ଏହା ଆଇନରେ ପରିଣତ ହେବା ପାଇଁ ଏହାକୁ ସଂସଦର ଉଭୟ ଗୃହରେ ପାରିତ କରିବାକୁ ପଡିବ ।

ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ ଭାରତର ବଢ଼ିବ ଶକ୍ତି, ଋଷ ହେଲା ଖୁସ୍; ଚୀନକୁ ଲାଗିବ ମିର୍ଚି!

ନୂଆଦିଲ୍ଲୀ: ଆମେରିକାର ପ୍ରତିନିଧି ସଭା (US House of Representatives) ରେ ଭାରତ ସପକ୍ଷରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରୀୟ ପ୍ରତିରକ୍ଷା ପ୍ରାଧିକରଣ ଅଧିନିୟମ (NDAA) ରେ ସଂଶୋଧନ ପାଇଁ ପ୍ରତିନିଧି ସଭାରେ ଏକ ପ୍ରସ୍ତାବ ଅନୁମୋଦନ ହୋଇଛି । ଭାରତୀୟ ବଂଶୋଦ୍ଭବ-ଆମେରିକୀୟ ସାଂସଦ ରୋ ଖାନ୍ନା (Ro Khanna) ଚୀନରୁ ଭାରତକୁ ବିପଦ ରହିଛି କହି ରାଷ୍ଟ୍ରୀୟ ପ୍ରତିରକ୍ଷା ପ୍ରାଧିକରଣ ଅଧିନିୟମ (NDAA) ରେ ସଂଶୋଧନ ଦାବି କରିଥିଲେ, ଯାହାକୁ ପ୍ରତିନିଧି ସଭା ଅନୁମୋଦନ କରୁଛି । ଏହି ସଂଶୋଧନ ଅନୁଯାୟୀ, ରୋ ଖାନ୍ନା 'Countering America's Adversaries Through Sanctions Act' (CAATSA) ଅଧୀନରେ ଭାରତକୁ ପ୍ରତିବନ୍ଧକରୁ ଦୂରେଇ ରଖିବାକୁ ପ୍ରସ୍ତାବ ଦେଇଥିଲେ ।

CAATSA ନିୟମ କ’ଣ?

CAATSA ନିୟମ ଅନୁଯାୟୀ ଆମେରିକା ଇରାନ, ଋଷ ଏବଂ ଉତ୍ତର କୋରିଆ ବିରୋଧରେ କଟକଣା ଲଗାଇଛି । ଏହି ନିୟମ ଆମେରିକାର ବାଣିଜ୍ୟ ଭାଗୀଦାରୀମାନଙ୍କୁ ଏହି ତିନୋଟି ଦେଶ ସହିତ ଦ୍ୱିପାକ୍ଷିକ ବ୍ୟବସାୟ କରିବାକୁ ବାରଣ କରିଥାଏ । ଏହା ୨୭ ଜୁଲାଇ ୨୦୧୭ରେ ପାସ କରାଯାଇଥିଲା । ଭାରତ ଋଷ ସହ S-400 ସମେତ ଅନେକ ପ୍ରତିରକ୍ଷା ଚୁକ୍ତି କରିଛି, ଯେଉଁଥିପାଇଁ CAATSA ଅଧୀନରେ ଆମେରିକା ତରଫରୁ ପ୍ରତିବନ୍ଧକ ହେବାର ଆଶଙ୍କା ରହିଛି । ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସମ୍ପର୍କର ଗଭୀରତାକୁ ଦର୍ଶାଇଛି ରୋ ଖାନ୍ନା ଏହି ସଂଶୋଧନ ପ୍ରସ୍ତାବ ଦେଇଛନ୍ତି । ପ୍ରତିନିଧି ସଭାରେ ଏହା ଭଏସ୍ ଭୋଟ୍ ଦ୍ୱାରା ପାରିତ ହୋଇଛି ।

ତେବେ ଅନୁମୋଦନ ପରେ ଏହା ଏପର୍ଯ୍ୟନ୍ତ ଆଇନରେ ପରିଣତ ହୋଇନାହିଁ । ଏହା ଆଇନରେ ପରିଣତ ହେବା ପାଇଁ ଏହାକୁ ସଂସଦର ଉଭୟ ଗୃହରେ ପାରିତ କରିବାକୁ ପଡିବ । ସଂଶୋଧନ ପ୍ରସ୍ତାବ ଉପସ୍ଥାପନ କରୁଥିବାବେଳେ ଖାନ୍ନା କହିଛନ୍ତି ଯେ ଚୀନରୁ ବୃଦ୍ଧି ପାଉଥିବା ଆକ୍ରାମତାକୁ ଦୃଷ୍ଟିରେ ରଖି ଆମେରିକା ଭାରତ ସହ ଛିଡା ହେବା ଉଚିତ୍ । ଇଣ୍ଡିଆ କାଉକ୍ସର ଉପାଧ୍ୟକ୍ଷ ଭାବରେ ମୁଁ ଆମର ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରୁଛି । ମୁଁ ସୁନିଶ୍ଚିତ କରିବାକୁ ଚାହୁଁଛି ଯେ ଭାରତ-ଚୀନ ସୀମାରେ ଭାରତ ନିଜକୁ ରକ୍ଷା କରିପାରିବ ।

ଏହା ବି ପଢ଼ନ୍ତୁ:-ଏହି ଦେଶର ସରକାର ନେଲେ ବଡ଼ ପଦକ୍ଷେପ, ପେଟ୍ରୋଲ ୧୮ ଟଙ୍କା ଓ ଡିଜେଲ ୪୦ ଟଙ୍କା ହେଲା ଶସ୍ତା

ଏହା ବି ପଢ଼ନ୍ତୁ:-ଔରଙ୍ଗଜେବ ଆପଣଙ୍କ ସମ୍ପର୍କୀୟ କେବେଠୁ ହେଲେ? ଜାଣନ୍ତୁ ସିନ୍ଦେ ସରକାର ଉପରେ କାହିଁକି ବର୍ଷିଲେ ସଞ୍ଜୟ ରାଉତ

ଏହା ବି ପଢ଼ନ୍ତୁ:-ଏଣିକି ସଂସଦରେ ମଧ୍ୟ ବିରୋଧ ପ୍ରଦର୍ଶନ ଉପରେ ଲାଗିଲା ପ୍ରତିବନ୍ଧକ!

ଋଷକୁ କେମିତି ହେବ ଲାଭ?

ୟୁକ୍ରେନ ଯୁଦ୍ଧ ପରଠାରୁ ଡେମୋକ୍ରାଟ୍ସ ଓ ରିପବ୍ଲିକାନ୍ସର କିଛି ବର୍ଗ CAATSA ବ୍ୟବହାର କରି ଋଷକୁ ଆର୍ଥିକ ଦୃଷ୍ଟିରୁ କ୍ଷତି ପହଞ୍ଚାଇବାକୁ ଯୋଜନା କରିଥିଲେ । ବାସ୍ତବରେ ଭାରତ ଋଷରୁ S-400 ମିସାଇଲ ପ୍ରତିରକ୍ଷା ପ୍ରଣାଳୀ କିଣିଥିଲା ।​ ସେବେଠାରୁ CAATSA ଅଧୀନରେ ଏହି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ବିଚାର କରାଯାଉଥିଲା ।

ଅକ୍ଟୋବର ୨୦୧୮ରେ S4-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବା ପାଇଁ ଋଷ ସହିତ ଭାରତ ୫ ବିଲିୟନ ଡଲାର ଚୁକ୍ତି କରିଥିଲା । ସେହି ସମୟରେ ଟ୍ରମ୍ପ ପ୍ରଶାସନ ମଧ୍ୟ ଚେତାବନୀ ଦେଇଥିଲା ଯେ ଏହି ଚୁକ୍ତି କଲେ ଆମେରିକାର ପ୍ରତିବନ୍ଧକ ସାମ୍ନା କରିବାକୁ ପଡ଼ିବ । ବର୍ତ୍ତମାନ ପ୍ରସ୍ତାବରେ ସଂଶୋଧନ ପରେ ଋଷ ଏହି ଦିଗରେ ରିହାତି ପାଇବ । ବିନା ଚିନ୍ତାରେ ଭାରତ ଋଷ ସହିତ ବ୍ୟବସାୟ କରିବାକୁ ସକ୍ଷମ ହେବ ।