ଭୟାବହ ଗୁଳିକାଣ୍ତରେ ୨୨ ମୃତ, ଅନେକ ଗୁରୁତର: ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ପୋଲିସ
Advertisement
Article Detail0/zeeodisha/odisha1930881

ଭୟାବହ ଗୁଳିକାଣ୍ତରେ ୨୨ ମୃତ, ଅନେକ ଗୁରୁତର: ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ପୋଲିସ

Shooting in America: ଆମେରିକାରେ (America) ଏକ ଛାତିଥରା ଘଟଣା ସାମ୍ନନାକୁ ଆସିଛି । ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗୁଳି ଚାଳନାରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡି଼କାଲରେ ଭର୍ତ୍ତି କରାଯାଇଛି ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଆମେରିକାର ମେନେ ଅନ୍ତର୍ଗତ ଲିୱିଷ୍ଟନ୍‌ରେ (America Lewiston) ଘଟିଛି ଏହି ଅଭାବନୀୟ ଘଟଣା । ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆଖିବୁଜା ଗୁଳି ଚାଳନାରେ (Shooting) ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶା କରାଯାଉଛି । ତେବେ ଗୁଳିମାଡ଼ର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ  ଆରମ୍ଭ କରିଛି । ସେପଟେ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ଅପିଲ କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ଜାରି କରାଯାଇଛି । ଯେଉଁଥିରେ ଅଭିଯୁକ୍ତ ହାତରେ ଏକ ସେମି ଅଟୋମେଟିକ୍ ରାଇଫଲ ଧରିଥିବା ଦେଖାଯାଇଛି ।

ତେବେ ଏଯାଏଁ ସନ୍ଦିଗ୍ଧଙ୍କ ପରିଚୟ ମିଳିପାରିନଥିବା ବେଳେ ଆକ୍ରମଣକାରୀ ରବର୍ଟ କାର୍ଡ ବୋଲି କୁହାଯାଉଛି । ସେ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ସେନାରେ ହାବିଲଦାର ଭାବରେ କାର୍ଯ୍ୟ କରିଥିଲା ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସ୍ଥାନୀୟ ବାସିନ୍ଦା ଘରୁ ବାହାରିବାକୁ ଭୟ କରୁଛନ୍ତି । ଅଭିଯୁକ୍ତ ଫେରାର ଥିବାରୁ ଲୋକମାନେ ଭୟରେ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଅଭିଯୁକ୍ତକୁ ଖୋଜିବାଲେ ଲାଗିପଡ଼ିଛି ।

Also Read-Israel Hamas War: ୨୪ ଘଣ୍ଟାରେ ୭୦୦ ପାଲେଷ୍ଟାନୀୟଙ୍କ ମୃତ୍ୟୁ, ଦାୟି କିଏ ?