UNSC: ବଦଳିବ କି ଇତିହାସ? ଜାତିସଂଘରେ ଭାରତକୁ ମିଳିବ ସ୍ଥାୟୀ ସଦସ୍ୟତା! ଋଷ କଲା ସମର୍ଥନ
Advertisement

UNSC: ବଦଳିବ କି ଇତିହାସ? ଜାତିସଂଘରେ ଭାରତକୁ ମିଳିବ ସ୍ଥାୟୀ ସଦସ୍ୟତା! ଋଷ କଲା ସମର୍ଥନ

UNSC: ଭାରତ ଓ ଋଷ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଅବିସ୍ମରଣୀୟ । ପ୍ରତ୍ୟେକ ଥର ଭାରତ ଋଷର ସମର୍ଥନ ପାଇଛି । ଏହି ସମୟରେ ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତ ୟୁଏନଏସରେ ସ୍ଥାୟୀ ସଦସ୍ୟତା ପାଇବା ଉଚିତ । ଏହା ସହ ସେ ଭାରତକୁ ସମର୍ଥନ ଜଣାଇବାକୁ କହିଛନ୍ତି ।

ସୌ: ସୋସିଆଲ ମିଡିଆ

United Nations General Assembly: ମିଳିତ ଜାତିସଂଘ ସୁରକ୍ଷା ପରିଷଦର (UNSC) ସ୍ଥାୟୀ ସଦସ୍ୟ ପାଇଁ ଋଷ ପୁଣିଥରେ ଭାରତକୁ ସମର୍ଥନ କରିଛି । ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ (Sergey Lavrov) ସୁପାରିଶ କରିଛନ୍ତି । ଜାତିସଂଘର ୭୭ ତମ ସାଧାରଣ ସଭାକୁ ସମ୍ବୋଧିତ କରି ଲାଭ୍ରୋଭ କହିଛନ୍ତି ଯେ ଆଫ୍ରିକା, ଏସିଆ ଓ ଲାଟିନ୍ ଆମେରିକାର ଦେଶର ପ୍ରତିନିଧିତ୍ୱ ମାଧ୍ୟମରେ ସୁରକ୍ଷା ପରିଷଦକୁ ଅଧିକ ଗଣତାନ୍ତ୍ରିକ କରିବାର ସମ୍ଭାବନା ଆମେ ଦେଖୁ । ବିଶେଷ ଭାବରେ ଭାରତ ଓ ବ୍ରାଜିଲ ହେଉଛି ପ୍ରମୁଖ ଆନ୍ତର୍ଜାତୀୟ ଦେଶ, ତେଣୁ ସ୍ଥାୟୀ ସଦସ୍ୟତା ପାଇଁ ଏହି ଦୁଇ ଦେଶକୁ ବିଚାର କରାଯିବା ଉଚିତ୍ ।

ମିଳିତ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି ଋଷର ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ ପାଶ୍ଚାତ୍ୟ ଦେଶମାନଙ୍କୁ ୟୁକ୍ରେନର ଋଷ ନିୟନ୍ତ୍ରିତ ଅଞ୍ଚଳରେ ଜନମତ ସଂଗ୍ରହ କରିବାକୁ ଦାବି କରିଛନ୍ତି । ଋଷର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଯୁଦ୍ଧକୁ ନେଇ ସଙ୍କଟ ବଢିବାରେ ଲାଗିଛି ଓ ଆନ୍ତର୍ଜାତୀୟ ପରିସ୍ଥିତି ଦ୍ରୁତ ଗତିରେ ବିଗିଡି ଯାଉଛି, କିନ୍ତୁ ସଚ୍ଚୋଟ କଥାବାର୍ତ୍ତା ଓ ଚୁକ୍ତିନାମା କରିବା ପରିବର୍ତ୍ତେ ପାଶ୍ଚାତ୍ୟ ଦେଶ ଆନ୍ତର୍ଜାତୀୟ ପ୍ରତିଷ୍ଠାନ ଉପରେ ଆତ୍ମବିଶ୍ୱାସ ହରାଉଛି ଓ ମିଳିତ ଜାତିସଂଘ ମଧ୍ୟରେ ନକାରାତ୍ମକ ତିକ୍ତତା ସୃଷ୍ଟି କରୁଛି । ଆମେରିକା ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିବାକୁ ଚାହୁଁଛି ।

ସେ କହିଛନ୍ତି ଯେ ଆମେରିକା ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି ଓ ଏହାର ସହଯୋଗୀମାନଙ୍କ ସହ ମିଶି ଯେଉଁମାନେ ଏହାର ମତ ସହ ସହମତ ନୁହଁନ୍ତି ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ସେମାନଙ୍କର ବେଆଇନ ତଥା ଏକପାଖିଆ ପ୍ରତିବନ୍ଧକ ମିଳିତ ଜାତିସଂଘର ଚାର୍ଟରକୁ ଉଲ୍ଲଂଘନ କରୁଛି ଓ ମେଡ଼ିସିନ, ଟିକା ଓ ଖାଦ୍ୟ ଆମଦାନୀକୁ ଲକ୍ଷ୍ୟ କରି ଗରିବ ଦେଶର ନାଗରିକଙ୍କୁ କ୍ଷତି ପହଞ୍ଚାଉଛି ।

ଏହାପୂର୍ବରୁ ସଂସ୍କାର ଉପରେ ମିଳିତ ବୟାନରେ ଭାରତ ଅନ୍ୟ ୩୧ ଟି ଦେଶ ସହିତ କହିଥିଲେ ଯେ ସୁରକ୍ଷା ପରିଷଦକୁ ଉଭୟ ସ୍ଥାୟୀ ଓ ଅଣ-ସ୍ଥାୟୀ ବର୍ଗରେ ବିସ୍ତାର କରାଯିବା ଉଚିତ । ମିଳିତ ବୟାନରେ ଦସ୍ତଖତ କରିଥିବା ନେତାମାନେ କହିଛନ୍ତି ଯେ ମିଳିତ ଜାତିସଂଘକୁ ସମସାମୟିକ ବିଶ୍ୱ ବାସ୍ତବତା ସହ ମେଳାଇବା ପାଇଁ ସୁରକ୍ଷା ପରିଷଦର ଏକ ଜରୁରୀ ତଥା ବ୍ୟାପକ ସଂସ୍କାରର ଆବଶ୍ୟକତା ଅଛି, ଯାହା ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପାଇଁ ପ୍ରମୁଖ ଅଙ୍ଗ ଅଟେ ।

ଏହା ବି ପଢ଼ନ୍ତୁ: Rajasthan Politics: କିଏ ହେବ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଇସ୍ତପା ଦେବାକୁ ଯାଉଥିବା ଅଶୋକ ଗେହଲୋଟ୍ କଲେ ଖୁଲାସା

ଏହା ବି ପଢ଼ନ୍ତୁ: America: ଋଷ ପାଇଁ ଭାରତ ଠାରୁ ପ୍ରତିଶୋଧ ନେବାକୁ ଆମେରିକା ପାକିସ୍ତାନ ପାଇଁ ନେଲା ଏହି ବଡ଼ ପଦକ୍ଷେପ!