US praises PM Modi: ପୁଟିନଙ୍କୁ ପାଠ ପଢାଇଲେ ପିଏମ ମୋଦି, ଖୁସିରେ ଝୁମି ଉଠିଲା ଆମେରିକା! ଦେଲା ଏହି ବଡ ବୟାନ
Advertisement

US praises PM Modi: ପୁଟିନଙ୍କୁ ପାଠ ପଢାଇଲେ ପିଏମ ମୋଦି, ଖୁସିରେ ଝୁମି ଉଠିଲା ଆମେରିକା! ଦେଲା ଏହି ବଡ ବୟାନ

US praises PM Modi: ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ମଧ୍ୟ ଭାରତ ପୁଟିନଙ୍କ ପାଖରୁ ଶସ୍ତା ତେଲ କିଣିବା ଜାରି ରଖିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି । ତେବେ ନିକଟରେ ଆମେରିକା ପିଏମ ମୋଦିଙ୍କୁ ନେଇ ଏକ ବଡ ବୟାନ ଦେଇଛି ।

ସୌ: ସୋସିଆଲ ମିଡିଆ

US praises PM Modi: ରୁଷୋ-ୟୁକ୍ରେନ ଯୁଦ୍ଧ (Russo-Ukraine war) ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଗତକାଲି ସମରକନ୍ଦରେ (Samarkand) ପରସ୍ପରଙ୍କୁ ଭେଟିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ପୁଟିନଙ୍କୁ ଶାନ୍ତିର ପାଠ ପଢାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବାର୍ତ୍ତାକୁ ନେଇ ଆମେରିକା (America) ଖୁସିରେ ଗଦ ଗଦ ହୋଇ ପଡିଛି । ହ୍ୱାଇଟ ହାଉସ (White House) କହିଛି ଯେ ଋଷର ରାଷ୍ଟ୍ରପତି ପୁଟିନ ନିଜକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟରୁ ଅଲଗା କରୁଛନ୍ତି ।

ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସନ୍ଦେଶ ବିଷୟରେ ପଚରାଯିବାରୁ ହ୍ୱାଇଟ ହାଉସରେ ଜାତୀୟ ସୁରକ୍ଷା ପରିଷଦର ସଦସ୍ୟ ଜନ୍ କିର୍ବି କହିଛନ୍ତି ଯେ ମୁଁ ଭାବୁଛି ଆପଣ ଯେଉଁ ଉଜବେକିସ୍ତାନରେ ଭାରତ ଏବଂ ଚୀନ୍ ନେତାଙ୍କ ବାର୍ତ୍ତା ଶୁଣିଲେ, ସେଥିରୁ ଏହା ସ୍ପଷ୍ଟ ସଂକେତ ଯେ ୟୁକ୍ରେନରେ ପୁଟିନ ଯାହା କରୁଛନ୍ତି ସେଥିପାଇଁ ତାଙ୍କ ପ୍ରତି କୌଣସି ଦେଶର ସହାନୁଭୂତି ନାହିଁ ।

କିର୍ବି ଜାରି ରଖିଛନ୍ତି, "ପୁଟିନ ଅନ୍ତର୍ଜାତୀୟ ସମୁଦାୟରୁ ନିଜକୁ ଅଲଗା କରୁଛନ୍ତି । ଆମେ ବିଶ୍ୱାସ କରୁନାହୁଁ ଯେ ୟୁକ୍ରେନରେ ଯାହା ଘଟୁଛି, ପୂର୍ବ ଭଳି ଋଷ ସହିତ ବ୍ୟବସାୟ କରିବାର ସମୟ ଆସିଛି ।"ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ଉଭୟ ଭାରତ ଓ ଚୀନ୍ ଯାହା କହିଛନ୍ତି ତାହା ବିଶ୍ୱର ଚିନ୍ତାଧାରାକୁ ପ୍ରତିଫଳିତ କରୁଛି । ସେ କହିଛନ୍ତି ଯେ ୟୁକ୍ରେନ ଉପରେ ଋଷର ଆକ୍ରମଣ ବିଷୟରେ ଆପଣ ଭାରତ ଓ ଚୀନ୍ ଠାରୁ ଯାହା ଶୁଣୁଛନ୍ତି ତାହା ବିଶ୍ୱର ଚିନ୍ତାଧାରାକୁ ପ୍ରତିଫଳିତ କରୁଛି ।

ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୁଁ ଜାଣେ ଆଜିର ଯୁଗ ଯୁଦ୍ଧ ନୁହେଁ । ଆମେ ଆପଣଙ୍କ ସହ ଫୋନ୍ ମାଧ୍ୟମରେ ଅନେକ ଥର ଆଲୋଚନା କରିଛୁ । ଏହା କେବଳ ଗଣତନ୍ତ୍ର, କୂଟନୀତି ଓ କଥାବର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ ।" ଏହା ଉପରେ ପୁଟିନ କହିଛନ୍ତି ଯେ ୟୁକ୍ରେନ ବିବାଦକୁ ନେଇ ସେ ପିଏମ ମୋଦିଙ୍କ ଆଭିମୁଖ୍ୟ ଓ ଚିନ୍ତା ବିଷୟରେ ଜାଣିଛନ୍ତି । ସେ କହିଛନ୍ତି "ଆମେ ଚାହୁଁ ଯେ ଏହା ଶୀଘ୍ର ସମାପ୍ତ ହେଉ । କିନ୍ତୁ ୟୁକ୍ରେନର ଥିବା ନେତୃତ୍ୱ ବୁଝାମଣା ପ୍ରକ୍ରିୟାରେ ଭାଗ ନେବାକୁ ମନା କରିଦେଇଛନ୍ତି । ସେମାନେ ଯୁଦ୍ଧକ୍ଷେତ୍ରରେ ସେମାନଙ୍କର ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି ।"

କହିରଖୁଛୁ ଯେ ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ମଧ୍ୟ ଭାରତ ପୁଟିନଙ୍କ ପାଖରୁ ଶସ୍ତା ତେଲ କିଣିବା ଜାରି ରଖିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ।

ଏହା ବି ପଢ଼ନ୍ତୁ: PM Modi Birthday: ୭୨ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ମୋଦି, BJP କରୁଛି ଏହି ସବୁ କାର୍ଯ୍ୟକ୍ରମ