Chinook Helicopters: ଆମେରିକା ୪୦୦ ଚିନୁକ ହେଲିକ୍ୟାପ୍ଟରକୁ ବ୍ୟବହାର ଅନୁପଯୋଗୀ କଲା, ଭାରତ ଛାନିଆ!
Advertisement
Article Detail0/zeeodisha/odisha1330874

Chinook Helicopters: ଆମେରିକା ୪୦୦ ଚିନୁକ ହେଲିକ୍ୟାପ୍ଟରକୁ ବ୍ୟବହାର ଅନୁପଯୋଗୀ କଲା, ଭାରତ ଛାନିଆ!

Chinook Helicopters: ଚିନୁକ ହେଲିକ୍ୟାପ୍ଟର ନେଇ ଏକ ବଡ଼ ଅପଡେଟ ଆସି ପହଞ୍ଚିଛି । ଯାହା ଇଣ୍ଡିଆନ ଏୟାରଫୋର୍ସରେ ଚହଳ ଖେଳାଇ ଦେବାପରି ଘଟଣା । କାରଣ ଆମେରିକା ଏକାଥରକେ ୪୦୦ ଚିନୁକ ହେଲିକ୍ୟାପ୍ଟରକୁ ବ୍ୟବହାର ଅନୁପଯୋଗୀ କରିବାକୁ ଯାଉଛି ।

ସୌ: ସୋସିଆଲ ମିଡିଆ

Chinook Helicopters: ଚିନୁକ ହେଲିକ୍ୟାପ୍ଟର ନେଇ ଏକ ବଡ଼ ଅପଡେଟ ଆସି ପହଞ୍ଚିଛି । ଯାହା ଇଣ୍ଡିଆନ ଏୟାରଫୋର୍ସରେ (Indian Air Force) ଚହଳ ଖେଳାଇ ଦେବାପରି ଘଟଣା । କାରଣ ଆମେରିକା ଏକାଥରକେ ୪୦୦ ଚିନୁକ ହେଲିକ୍ୟାପ୍ଟରକୁ ବ୍ୟବହାର ଅନୁପଯୋଗୀ କରିବାକୁ ଯାଉଛି । ବ୍ୟବହାର ଅନୁପଯୋଗୀ କରିବାର ଅର୍ଥ ହେଲା ଏହି ଚିନୁକ ହେଲିକ୍ୟାପ୍ଟରକୁ ଆଉ ପୁନଃବ୍ୟବହାର କରଯିବ ନାହିଁ । ଆମେରିକା ନିଜ ପାଇଲଟ ତଥା ଦେଶର ସୁରକ୍ଷାକୁ ନେଇ କେତେ ବଡ଼ ପଦକ୍ଷେପ ନେଇପାରେ ତାହା ଏହି ଘଟଣାରୁ ପରିପ୍ରକାଶ ହେଉଛି । କିନ୍ତୁ ଆମ ଦେଶର ବାୟୁସେନା କ୍ଷେତ୍ରରେ ଯଦି ଆମେ ମିଗ ବିମାନ କଥା କହିବା, ତେବେ ଏଥିରେ ଦୁର୍ଘଟଣା ଘଟି ଦୁଇସହ ବାୟୁସେନା ଅଧିକାରୀ ମୃତ୍ୟବରଣ କରିଥିବା ବେଳେ ୪୫୦ ଟି ବଡ ଦୁର୍ଘଟଣା ଘଟିଛି । ଏଥରୁ ଜଣାପଡେ ଯେ ଭାରତ ଏହିସବୁ ଘଟଣାରେ କେତେ ଦେହସୁହା ହୋଇଯାଇଛି । କିନ୍ତୁ ଅନ୍ୟପକ୍ଷରେ ଆମେରିକାର ପଦକ୍ଷେପକୁ ଜଟିଳତାର ସହ ନେବା ଉଚିତ । ଏଠାରେ ଆମର ମୁଖ୍ୟ ଚର୍ଚ୍ଚା ହେଉଛି ଆମେରିକାର ଚିନୁକ ହେଲିକ୍ୟାପ୍ଟରକୁ ଏତେ ମାତ୍ରାରେ ବ୍ୟବହାର ଅନୁପଯୋଗୀ କରିବା ପରେ ଭାରତ ବ୍ୟବହାର କରୁଥିବା ଚିନୁକ ହେଲିକ୍ୟାପ୍ଟରକୁ ନେଇ କି ପଦକ୍ଷେପ ନେବ ।

ଆମେରିକାରୁ ଯେଉଁ ଖବର ଆସିଛି ଜଣା ପଡିଛି ଯେ ଆମେରିକାର ଚିନୁକ ହେଲିକ୍ୟାପ୍ଟର HS47 ଭ୍ୟାରିଆଣ୍ଟର ୪୦୦ ହେଲିକ୍ୟାପ୍ଟର ଗ୍ରାଉଣ୍ଡେଡ କରିବାକୁ ଯାଉଛି । ଅନ୍ୟପକ୍ଷରେ ଭାରତ ୨୦୧୫ ମସିହାରେ ୩.୧ ବିଲିୟନ ଡଲାର ବଦଳରେ ୧୫ ଟି ଚିନୁକ ହେଲିକ୍ୟାପ୍ଟର ଆଣିବାକୁ ଚୁକ୍ତି କରିଥିଲା । ସେଥିମଧ୍ୟରୁ ବର୍ତ୍ତମାନ ଇଣ୍ଡିଆନ ଏୟାର ଫୋର୍ସରେ ସାମିଲ ହୋଇଥିବା ଚିନୁକ ବର୍ତ୍ତମାନ ଲଦାଖରେ ଓ LAC ଠାରୁ କିଛି ଦୂରତାରେ ଏହାକୁ ଅବସ୍ଥାପିତ କରାଯାଇଛି । ଯଦି ଆମେ ଚିନୁକ ହେଲିକ୍ୟାପ୍ଟରର ବିଶେଷତ୍ୱ ଉପରେ ଆଲୋଚନା କରିବା ତେବେ ଏହା ବିଶ୍ୱର ଶ୍ରେଷ୍ଠ ଆଧୁନିକ ଓ କ୍ଷମତାଶାଳୀ ହେଲିକ୍ୟାପ୍ଟର ଭାବେ ବିବେଚିତ । ଯାହାର ନିର୍ମାଣ ୧୯୬୧ ମସିହାରେ ଆରମ୍ଭ ହୋଇଥିଲା । 

ଆଜି ପର୍ଯ୍ୟନ୍ତ ଆମେରିକା ପାଖାପାଖି ୧୦,୨୦୦ ଟି ଚିନୁକ ହେଲିକ୍ୟାପ୍ଟର ନିର୍ମାଣ କରିସାରିଛି । ବିଗତ ବର୍ଷ ଗୁଡିକରେ ଏହି ହେଲିକ୍ୟାପ୍ଟର ଭିଏତନାମ୍, ଇରାନ, ଲିବିୟା, ଆଫନିସ୍ତାନ ଓ ଇରାକରେ ଏହାର ପରାକ୍ରମ ଦେଖାଇ ସାରିଛି । ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ଉଦ୍ଧର କାର୍ଯ୍ୟରେ ବିଶ୍ୱରେ ଏହାଠୁ ଶ୍ରେଷ୍ଠ ଆଉ କେହି ନାହିଁ । ବର୍ତ୍ତମାନ ବିଶ୍ୱରେ ୨୦ଟି ଦେଶ ପାଖାପାଖି ୧୨ ରୁ ଅଧିକ ଭ୍ୟାରିଏଣ୍ଟ ଚିନୁକ ହେଲିକ୍ୟାପ୍ଟର ବ୍ୟବହାର କରୁଛନ୍ତି । ଯେଉଁଥିରେ ଇଟାଲୀ, ଜାପାନ, କାନାଡ଼ା ଆଦି ଦେଶ ସାମିଲ ରହିଛି । ତେବେ ପ୍ରଶ୍ନ ହେଉଛି ଏହା ଭାରତ ପାଇଁ କାହିଁକି ବିପଦ ନୁହେଁ, ଏହାଉପରେ ଆମେ ଚର୍ଚ୍ଚା କରିବା ନିହାତି ଆବଶ୍ୟକ । 

ଆମେରିକା ବ୍ୟବହାର ଅନୁପଯୋଗୀ କରିଥିବା HS47 ଚିନୁକ ହେଲିକ୍ୟାପ୍ଟରରେ ଇଞ୍ଜିନର ଫୁଏଲ ଲାଇନରେ ଅଏଲ ଲିକେଜର ତ୍ରୁଟି ପରିଲିକ୍ଷିତ ହୋଇଥିଲା । ତେଣୁ ଆସନ୍ନ ବିପଦକୁ ଲକ୍ଷ୍ୟରେ ରଖି ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରାଉଣ୍ଡେଡ କରିଦେଇଛି । ଅନ୍ୟପକ୍ଷରେ ଭାରତ ବ୍ୟବହାର କରୁଥିବା ଚିନୁକ ହେଲିକ୍ୟାପ୍ଟରର ଭ୍ୟାରିଏଣ୍ଟ ହେଉଛି CH47F, ଯାହାକୁ ସମ୍ପୁର୍ଣ୍ଣ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ହେଲିକ୍ୟାପ୍ଟର ଅଟେ । ଯାହାର HS47 ଭ୍ୟାରିଏଣ୍ଟ ଟେକ୍ନୋଲୋଜି ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେବେ ବିଭିନ୍ନ ଏଜେନ୍ସିରୁ ଏହି ଖବର ଆସିବା ପରେ ଭାରତ ଆମେରିକାର ବୋଇଙ୍ଗ କମ୍ପାନୀ ସହିତ ଆଲୋଚନା କରିଥିବା ମଧ୍ୟ ସୂଚନା ମିଳିଛି । ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ ଭାରତ ପ୍ରତି କୌଣସି ବିପଦ ନାହିଁ ବୋଲି ଜଣାପଡିଛି ।