ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ ମୁଖ୍ତାର ଅବ୍ବାସ ନକଭି
Advertisement
Article Detail0/zeeodisha/odisha1246767

ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ ମୁଖ୍ତାର ଅବ୍ବାସ ନକଭି

Union Minister Mukhtar Abbas Naqvi Resigns: କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକଭି ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ତେବେ ଏହାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ସୌ: ସୋସିଆଲ ମିଡିଆ

Union Minister Mukhtar Abbas Naqvi Resigns: କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକଭି ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ତେବେ ଏହାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ । କ୍ୟାବିନେଟରୁ ଇସ୍ତଫା ଦେବା ପୂର୍ବରୁ  ମଖ୍ତାର ଅବ୍ବାସ ନକଭି ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

କେନ୍ଦ୍ର ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକଭି ମୋଦି କ୍ୟାବିନେଟରୁ ଇସ୍ତଫା ଦେବା ପରେ କଳ୍ପନା ଜଳ୍ପନା କରା ଯାଉଛି ଯେ ତାଙ୍କୁ ଦଳରେ ଏକ ବଡ ପଦବୀ ଦିଆଯାଇପାରେ । ତେବେ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ଅଧିକାରିକ ବୟାନ ସାମ୍ନାକୁ ଆସି ନାହିଁ କିମ୍ବା ନକଭିଙ୍କ ଦ୍ୱାରା କୌଣସି ବୟାନ ଜାରି କରାଯାଇ ନାହିଁ । ନକଭି ରାଜ୍ୟସଭାରୁ ସାଂସଦ ପଦରେ ରହିଥିଲେ । ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏଥର ମଧ୍ୟ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇ ନାହିଁ ।

ମୋଦି କ୍ୟାବିନେଟରୁ ଇସ୍ତଫା ଦେବା ପୂର୍ବରୁ ନକଭି ଦିଲ୍ଲୀରେ ବିଜେପି ସଭାପତି ଜେପି ନାଡାଙ୍କୁ ଭେଟିଥିଲେ । ବୈଠକ ପରେ ନକଭି ଆନୁଷ୍ଠାନିକ ଭାବେ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ।

ମୋଦି କ୍ୟାବିନେଟରୁ ଇସ୍ତଫା ଦେବା ପୂର୍ବରୁ ନକଭି ଦିଲ୍ଲୀରେ ବିଜେପି ସଭାପତି ଜେପି ନାଡାଙ୍କୁ ଭେଟିଥିଲେ । ବୈଠକ ପରେ ନକଭି ଆନୁଷ୍ଠାନିକ ଭାବେ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନକଭିଙ୍କ ଦେଶ ତଥା କ୍ୟାବିନେଟ ବୈଠକରେ ଲୋକଙ୍କ ସେବାରେ ଅବଦାନକୁ ପ୍ରଶଂସା କରିଛନ୍ତି । ନକଭି କେନ୍ଦ୍ର ସରକାରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିଲେ ଓ ରାଜ୍ୟସଭାରେ ବିଜେପିର ଉପ-ନେତା ମଧ୍ୟ ଥିଲେ । ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଜୁଲାଇ ୭ ରେ ଶେଷ ହେବ । ଦଳ ବର୍ତ୍ତମାନ ତାଙ୍କୁ ଏକ ନୂତନ ଭୂମିକା ଦେଇପାରେ । ଯଦିଓ ନକଭିଙ୍କ ନାମ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମଧ୍ୟ ଆଲୋଚନା କରାଯାଉଛି ।

ଏହା ବି ପଢ଼ନ୍ତୁ: TMC ସାଂସଦ ମହୁଆଙ୍କ ବିରୋଧରେ ଭୋପାଳରେ FIR, ଶିବରାଜ କହିଲେ-ବରଦାସ୍ତ କରାଯିବ ନାହିଁ ...

ଏହା ବି ପଢ଼ନ୍ତୁ: ବିବାହ କରିବାକୁ ଯାଉଛନ୍ତି ଭଗବନ୍ତ ମାନ, ୬ବର୍ଷ ପୂର୍ବେ ନିଜର ପ୍ରଥମ ପତ୍ନୀଙ୍କୁ ଦେଇଥିଲେ ଛାଡପତ୍ର

ଏହା ବି ପଢ଼ନ୍ତୁ: BSE Odisha 10th Result 2022: ପ୍ରକାଶ ପାଇଲା ରାଜ୍ୟର ଦଶମ ଶ୍ରେଣୀ ଫଳାଫଳ,ବାଜି ମାରିଲେ ଛାତ୍ରୀ