ଦେଶର ୮୦ କୋଟିରୁ ଊର୍ଦ୍ଧ୍ୱ ଗରିବଙ୍କୁ ଶକ୍ତ ଝଟକା, ବନ୍ଦ ହେବାକୁ ଯାଉଛି ଏହି ସବୁ ସରକାରୀ ଯୋଜନା
Advertisement
Article Detail0/zeeodisha/odisha1231986

ଦେଶର ୮୦ କୋଟିରୁ ଊର୍ଦ୍ଧ୍ୱ ଗରିବଙ୍କୁ ଶକ୍ତ ଝଟକା, ବନ୍ଦ ହେବାକୁ ଯାଉଛି ଏହି ସବୁ ସରକାରୀ ଯୋଜନା

ସରକାର ସଂଶୋଧିତ ଅଟକଳ (୨୦୨୧-୨୨ ଆର୍ଥିକ ବର୍ଷ) ରେ ଖାଦ୍ୟ ସବ୍‌ସିଡି ବାବଦ ବ୍ୟୟ ୨.୮୬ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୨୨-୨୩ ବଜେଟରେ ବ୍ୟୟ ଅଟକଳ ହ୍ରାସ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୨.୦୭ କୋଟି ଟଙ୍କା ବ୍ୟୟ କରିବାନେଇ ଆକଳନ କରାଯାଇଛି। କିନ୍ତୁ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଖାଦ୍ୟ ଯୋଜନା (PM Garib Kalyan Anna Yojana) ଯୋଗୁଁ ଉକ୍ତ ସବ୍‌ସିଡି ବିଲ୍ ୨.୮୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ୮୦ କୋଟି ଗରିବଙ୍କୁ ଏକ ଶକ୍ତ ଝଟକା ଲାଗିବାକୁ ଯାଉଛି। କେନ୍ଦ୍ର ସରକାର ଖୁବଶୀଘ୍ର ଜନସାଧାରଣଙ୍କୁ ମିଳିଥିବା ମାଗଣା ଯୋଜନା ବନ୍ଦ କରିବାକୁ ଯାଉଛନ୍ତି। ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛି। କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ, କୌଣସି ପ୍ରକାର ବଡ଼ଧରଣର ଟିକସ ହ୍ରାସକୁ ମଧ୍ୟ ବ୍ୟୟ ବିଭାଗ ବିରୋଧ କରିଛି। ଏସବୁ କରାଗଲେ, ସରକାରଙ୍କ ବିତ୍ତୀୟ ସ୍ଥିତି ବିଗିଡ଼ିଯିବ ବୋଲି ବ୍ୟୟ ବିଭାଗ ସତର୍କ କରାଇ ଦେଇଛି। 

କୋରୋନା ମହାମାରୀ (Coronavirus) ସମୟରୁ ଦେଶର ୮୦ କୋଟି ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର (finance ministry) ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି। ମାଗଣା ଖାଦ୍ୟ ଯୋଜନା ତଥା କୌଣସି ପ୍ରକାର ବଡ଼ଧରଣର ଟିକସ ହ୍ରାସକୁ ବ୍ୟୟ ବିଭାଗ ବିରୋଧ କରିଛି। ଏସବୁ ବ୍ୟବସ୍ଥା ପାଇଁ ସରକାରଙ୍କ ବିତ୍ତୀୟ ସ୍ଥିତି ବିଗିଡ଼ିଯିବ ବୋଲି ବ୍ୟୟ ବିଭାଗ ଆଗୁଆ ସତର୍କ କରାଇ ଦେଇଛି। 

Also Read: ସୋନିଆ ଗାନ୍ଧୀଙ୍କ ସହ କଥା ହେଲେ ଜେପି ନଡ୍ଡା; ଦ୍ରୌପଦୀ ମୁର୍ମୁଙ୍କୁ ପାଇଁ ମାଗିଲେ ସମର୍ଥନ

ସରକାର ସଂଶୋଧିତ ଅଟକଳ (୨୦୨୧-୨୨ ଆର୍ଥିକ ବର୍ଷ) ରେ ଖାଦ୍ୟ ସବ୍‌ସିଡି ବାବଦ ବ୍ୟୟ ୨.୮୬ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୨୨-୨୩ ବଜେଟରେ ବ୍ୟୟ ଅଟକଳ ହ୍ରାସ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୨.୦୭ କୋଟି ଟଙ୍କା ବ୍ୟୟ କରିବାନେଇ ଆକଳନ କରାଯାଇଛି। କିନ୍ତୁ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଖାଦ୍ୟ ଯୋଜନା (PM Garib Kalyan Anna Yojana) ଯୋଗୁଁ ଉକ୍ତ ସବ୍‌ସିଡି ବିଲ୍ ୨.୮୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ଯଦି ସେପ୍ଟେମ୍ବର ମାସ ପରେ ଉକ୍ତ ଯୋଜନାକୁ ଆଉ ୬ ମାସ ବଢ଼ାଇ ଦିଆଯାଏ, ତାବେ ୨୦୨୨-୨୩ ବର୍ଷରେ ସବ୍‌ସିଡି ବୋଝ ଆଉ ୮୦ ହଜାର କୋଟି ଟଙ୍କା ବଢ଼ିଯିବ। ଅର୍ଥାତ୍ ଖାଦ୍ୟ ସବ୍‌ସିଡି ବାବଦ ଖର୍ଚ୍ଚ ୩.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବ। ତେଣୁ, ମାଗଣା ଖାଦ୍ୟ ପ୍ରଦାନର ଅବଧି ବୃଦ୍ଧି କିମ୍ବା ଟିକସ ହ୍ରାସ ନ କରିବାକୁ ଅର୍ଥ ମନ୍ତ୍ରାଳୟ ଯୁକ୍ତି କରୁଛି। 

ନିକଟରେ ସରକାର ମାଗଣା ରାସନ (Free Raation) ପ୍ରଦାନର ଅବଧି ବୃଦ୍ଧି, ସାର ସବ୍‌ସିଡି ରାଶି ବୃଦ୍ଧି, ରନ୍ଧନ ଗ୍ୟାସ ଉପରେ ପୁନର୍ବାର ସବ୍‌ସିଡି ପ୍ରଦାନ, ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଏବଂ ଖାଇବା ତେଲ ଓ ଅନ୍ୟ କେତେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ହ୍ରାସ ଦେଶର ବିତ୍ତୀୟ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଗତମାସରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଦ୍ବାରା ସରକାରଙ୍କୁ ୧ ଲକ୍ଷ କୋଟି ଟଙ୍କାର ରାଜସ୍ବ (Revenue) କ୍ଷତି ସହିବାକୁ ପଡ଼ିବ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ବିତ୍ତୀୟ ନିଅଣ୍ଟ ଜିଡିପିର ୬.୪ ପ୍ରତିଶତରେ ରହିବ ବୋଲି ବଜେଟରେ ଆକଳନ ହୋଇଥିଲା। କିନ୍ତୁ, ସବ୍‌ସିଡି ବୃଦ୍ଧି ଏବଂ ରାଜସ୍ବ ହ୍ରାସ ଯୋଗୁ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଏବେ ଫିଚ ରେଟିଙ୍ଗସ୍‌ ଆକଳନ କରିଛି। 

Also Read: ବରଯାତ୍ରୀ ନ ନେବାରୁ ବରକୁ ୫୦ ଲକ୍ଷ ଟଙ୍କାର ମାନହାନି ନୋଟିସ୍ ପଠାଇଲେ ତାଙ୍କ ବନ୍ଧୁ

ସବସିଡି ବା ମାଗଣା ଯୋଜନାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା (Ujjala Yojana)  ମଧ୍ୟ ସାମିଲ ଅଛି। ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ପ୍ରତି ସିଲିଣ୍ଡର ପିଛା ୨୦୦ ଟଙ୍କାର ସବ୍‌ସିଡି (Subsidy) ଦେବାକୁ ଘୋଷଣା କରାଯାଇଛି। ଉକ୍ତ ଯୋଜନାରେ ପ୍ରାୟ ୯ କୋଟି ହିତାଧିକାରୀ ରହିଛନ୍ତି। କିନ୍ତୁ ଅନ୍ୟ ଏଲପିଜି ହିତାଧିକାରୀଙ୍କୁ ଦୀର୍ଘ ଦିନ ହେଲା ସବସିଡି ମିଳିନଥିବା ବେଳେ ଗତ କିଛି ମାସ ହେଲା ସେମାନଙ୍କ ବ୍ୟାଙ୍କ ଖାତାକୁ ୧୦ରୁ ୨୦ ଟଙ୍କା ଆସୁଛି। ଅନ୍ୟପଟେ ମାଗଣା ଯୋଜନା ଓ ଟିକସ ହ୍ରାସ ପାଇଁ ସରକାର ବାର୍ଷିକ ୨.୧୫ ଲକ୍ଷ କୋଟି କିମ୍ବା ତା’ଠାରୁ ଅଧିକ କ୍ଷତି ସହିପାରନ୍ତି ବୋଲି ଅନୁମାନ କରାଯାଉଛି।