UK Prime Minister: ବ୍ରିଟେନ ରାଜାଙ୍କଠୁ ଧନୀ ଋଷି ସୁନାକ, ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକ
Advertisement

UK Prime Minister: ବ୍ରିଟେନ ରାଜାଙ୍କଠୁ ଧନୀ ଋଷି ସୁନାକ, ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକ

UK Prime Minister Rishi Sunak: ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ସମୟରେ ଋଷି ଓ ଅକ୍ଷତାଙ୍କ ସାକ୍ଷାତ ହୋଇଥିଲା। ପରେ ୨୦୦୯ରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଇନଫୋସିସରେ ଅକ୍ଷତାଙ୍କର ୦.୯୩ ପ୍ରତିଶତ ଅର୍ଥାତ ୬୯୦ ମିଲିୟନ ପାଉଣ୍ଡର ସେୟାର ଅଛି। ସଣ୍ଡେ ଟାଇମସର ୨୦୨୧ ଧନୀ ତାଲିକାରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ୪୬୦ ମିଲିୟନ ପାଉଣ୍ଡ ଥିଲା।

 UK Prime Minister: ବ୍ରିଟେନ ରାଜାଙ୍କଠୁ ଧନୀ ଋଷି ସୁନାକ, ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକ

UK Prime Minister Rishi Sunak, ନୂଆଦିଲ୍ଲୀ: ଯେଉଁ ଦେଶ ଭାରତକୁ ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଶାସନ କରିଥିଲା, ଆଜି ସେହି ଦେଶକୁ ଜଣେ ଭାରତୀୟ ବଂଶୋଦ୍ଭବ ଶାସନ କରିବେ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ସୋମବାର ଶପଥ ନେଇଛନ୍ତି। ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିବା ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ହିନ୍ଦୁ, ପ୍ରଥମ ଏସିୟ ବଂଶୋଦ୍ଭବ। ତେବେ ବର୍ତ୍ତମାନ ଋଷି ସୁନକଙ୍କ ପୂର୍ବଜଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାହାଠାରୁ ଅଧିକ ଚର୍ଚ୍ଚା ତାଙ୍କ ସମ୍ପତ୍ତିକୁ ନେଇ ଚାଲିଛି। କୁହାଯାଉଛି ଯେ ଋଷି ସୁନକଙ୍କ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତୀଙ୍କ ସମ୍ପତ୍ତି ସ୍ୱର୍ଗତ ରାଣୀ ଏଲିଜାବେଥ ଦ୍ୱତୀୟ ଓ ତାଙ୍କ ଉତ୍ତରାଧିକାରୀ କିଙ୍ଗ୍ ଚାର୍ଲସଙ୍କ ଠାରୁ ମଧ୍ୟ ଅଧିକା ହେବ। ତେବେ ଆସନ୍ତୁ ଜାଣିବା ବ୍ରିଟେନର ଏହି କୁବେର ଦମ୍ପତିଙ୍କ ସମ୍ପତ୍ତି ବିଷୟରେ...

୧୯୮୦ ମେ ୧୨ରେ ଇଂଲଣ୍ଡର ସାଉଥମ୍ବଟନରେ ଋଷି ସୁନକ ଜନ୍ମଗ୍ରହଣ କରିଥିଲେ। ୧୯୬୦ ଦଶକରେ ଋଷିଙ୍କ ପରିବାର ବ୍ରିଟେନରେ ଅବସ୍ଥାପିତ ହୋଇଥିଲେ। ଋଷି, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ବିଏ ଓ ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ସମୟରେ ଋଷି ଓ ଅକ୍ଷତାଙ୍କ ସାକ୍ଷାତ ହୋଇଥିଲା। ପରେ ୨୦୦୯ରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର କ୍ରିଷ୍ଣା ଓ ଅନୁଷ୍କା ନାମରେ ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ଅକ୍ଷତା ହେଉଛନ୍ତି, ଭାରତୀୟ କୋଟିପତି ତଥା ଇନଫୋସିସ୍ ପ୍ରତିଷ୍ଠାତା କ୍ରିଷ୍ଣା ମୂର୍ତ୍ତି ଓ ଟାଟାର ପ୍ରଥମ ମହିଳା ଇଂଜିନିୟର ସୁଧା ମୁର୍ତ୍ତିଙ୍କ କନ୍ୟା। 

Also Read: UK PM Rishi Sunak: ଆଜିଠାରୁ ବ୍ରିଟେନରେ ଋଷି ରାଜ

ବ୍ରିଟେନର ଧନୀ ସାଂସଦଙ୍କ ମଧ୍ୟରେ ଋଷି ସୁନକ ଅନ୍ୟତମ। ଉଭୟ ଋଷି ଓ ଅକ୍ଷତାଙ୍କ ସମ୍ପତ୍ତି ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥ ଦ୍ୱତୀୟ ଓ ତାଙ୍କ ଉତ୍ତରାଧିକାରୀ କିଙ୍ଗ୍ ଚାର୍ଲସଙ୍କ ଠାରୁ ମଧ୍ୟ ଅଧିକା ହେବ ବୋଲି କୁହାଯାଉଛି। ଚଳିତବର୍ଷ ସଣ୍ଡେ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ବ୍ରିଟେନର ଶ୍ରେଷ୍ଠ ୨୫୦ ଧନୀଙ୍କ ତାଲିକାରେ ଋଷି ସୁନକଙ୍କ ନାମ ୨୨୨ତମ ସ୍ଥାନରେ ରହିଛି। ଋଷି ଏବଂ ତାଙ୍କ ପତ୍ନୀଙ୍କ ମୋଟ ସମ୍ପତ୍ତି ୭୩୦ ମିଲିୟନ ପାଉଣ୍ଡ ହେବ। ସେଥିମଧ୍ୟରୁ ୧୫ ମିଲିୟନ ପାଉଣ୍ଡର ଅଚଳ ସମ୍ପତ୍ତି ରହିଛି। ଉଭୟଙ୍କର ଚାରୋଟି ବଙ୍ଗଳା ରହିଛି। ଦୁଇଟି ବଙ୍ଗଳା ଲଣ୍ଡନରେ ଥିବା ବେଳେ ଗୋଟିଏ ଲସ ଏଞ୍ଜେଲେସ ଓ ଅନ୍ୟଟି ୟର୍କସାୟରରେ ଅଛି। 

ଇନଫୋସିସରେ ଅକ୍ଷତାଙ୍କର ୦.୯୩ ପ୍ରତିଶତ ଅର୍ଥାତ ୬୯୦ ମିଲିୟନ ପାଉଣ୍ଡର ସେୟାର ଅଛି। ସଣ୍ଡେ ଟାଇମସର ୨୦୨୧ ଧନୀ ତାଲିକାରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ୪୬୦ ମିଲିୟନ ପାଉଣ୍ଡ ଥିଲା। କିନ୍ତୁ ସମାନ ସମୟରେ ଅକ୍ଷତା ପ୍ରାୟ ୭୦୦ ମିଲିୟନ ପାଉଣ୍ଡ ସମ୍ପତ୍ତିର ମାଲିକିଆଣୀ ଥିଲେ। ଅକ୍ଷତା ୨୦୧୦ ମସିହାରେ ଅକ୍ଷତା ଡିଜାଇନ ନାମରେ ଫ୍ୟାଶନ ଲେବଲ ପ୍ରତିଷ୍ଠା କରିଥିଲେ। ସେ ଭାରତର ଗ୍ରାମଦ୍ୟୋଗରୁ ଭାରତୀୟ ସଂସ୍କୃତି ଓ ପାଶ୍ଚାତ୍ୟ ଡିଜାଇନର ପୋଷାକ ତିଆରିକୁ ପ୍ରତ୍ସାହିତ କରିଥିଲେ। ତେବେ ବିଗତ ଦିନରେ ସେ ବ୍ରିଟେନରେ ଟ୍ୟାକ୍ସ ଫାଙ୍କିଥିବା ନେଇ ଅଭିଯୋଗ ହୋଇଥିଲା।

Also Read: Britain New PM: ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ରେସରେ ସବୁଠୁ ଆଗରେ ଅଛନ୍ତି ଋଷି ସୁନକ

ଅକ୍ଷତା କହିଛନ୍ତି ଯେ, ଏପ୍ରିଲରେ ସେ ତାଙ୍କର ସମସ୍ତ ଆୟ ଉପରେ ଲାଗୁଥିବା ବ୍ରିଟେନ କରକୁ ଜମା କରିବେ। ସେପଟେ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକଙ୍କ ଦରମା ବୃଦ୍ଧି ପାଇବ। ଚାଂସେଲର ଭାବେ ତାଙ୍କୁ ମାସିକ ଦେଢ ଲକ୍ଷ ଊର୍ଦ୍ଧ୍ୱ ପାଉଣ୍ଡ ମିଳୁଥିଲା। ରିପୋର୍ଟ ଅନୁସାରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ମୋଟ ଦରମା ପ୍ରାୟ ଲକ୍ଷେ ୬୧ ହଜାର ପାଉଣ୍ଡ। ଏହା ଉଭୟ ସାଂସଦ ଓ ପ୍ରଧାନମନ୍ତ୍ରୀଙ୍କ ଦରମା, ଏହି ଭାଳି ଭାବେ କେବଳ ପ୍ରଧାନମନ୍ତ୍ରୀଙ୍କୁ ସାଢେ ୭୯ ହଜାର ପାଉଣ୍ଡ ମିଳୁଥିବା ବେଳେ ବଳକା ସାଂସଦ ଭାବେ ମିଳୁଛି।