UGC NET Exam 2023: ଏହି ଦିନ ହେବ UGC NET ପରୀକ୍ଷା, ଘୋଷଣା ହେଲା ତାରିଖ
Advertisement
Article Detail0/zeeodisha/odisha1879836

UGC NET Exam 2023: ଏହି ଦିନ ହେବ UGC NET ପରୀକ୍ଷା, ଘୋଷଣା ହେଲା ତାରିଖ

UGC NET Exam 2023: ମହାବିଦ୍ୟାଳୟ ଓ ବିଶ୍ୱଦିବ୍ୟାଳୟରେ ଶିକ୍ଷକତା ପାଇଁ ସର୍ବନିମ୍ନ ଯୋଗ୍ୟତା ଭାବେ ଗ୍ରହଣ କରାଯାଇଥିବା ୟୁଜିସି ନେଟ୍‍ ପରୀକ୍ଷା ଡିସେମ୍ବର ୬ ତାରିଖରେ ଆରମ୍ଭ ହେବ। ଏଥିନେଇ ଖୁବଶୀଘ୍ର ଫର୍ମ ଉପଲବ୍ଧ ହେବ। ପରୀକ୍ଷା ବାବଦରେ ସମସ୍ତ ତଥ୍ୟ ୟୁଜିସି ଓ୍ୱେବସାଇଟ୍‍ରେ ଉପଲବ୍ଧ ରହିଛି । ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସୌ(ସୋସିଆଲ ମିଡିଆ)

UGC NET Exam 2023: ୟୁଜିସି ନିଟ୍ (UGC NET) ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ବଡ଼ ଖବର । ନ୍ୟାସନାଲ ଟେଷ୍ଟିଂଙ୍ଗି ଏଜେନ୍ସି (National Testing Agency) ପକ୍ଷରୁ ପ୍ରକାଶ ପାଇଲା ୟୁଜିସି ନିଟ୍ ପରୀକ୍ଷା ତାରିଖ । ମହାବିଦ୍ୟାଳୟ ଓ ବିଶ୍ୱଦିବ୍ୟାଳୟରେ ଶିକ୍ଷକତା ପାଇଁ ସର୍ବନିମ୍ନ ଯୋଗ୍ୟତା ଭାବେ ଗ୍ରହଣ କରାଯାଇଥିବା ୟୁଜିସି ନେଟ୍‍ ପରୀକ୍ଷା ଡିସେମ୍ବର ୬ ତାରିଖରେ ଆରମ୍ଭ ହେବ। ଏଥିନେଇ ଖୁବଶୀଘ୍ର ଫର୍ମ ଉପଲବ୍ଧ ହେବ। ପରୀକ୍ଷା ବାବଦରେ ସମସ୍ତ ତଥ୍ୟ ୟୁଜିସି ଓ୍ୱେବସାଇଟ୍‍ରେ ଉପଲବ୍ଧ ରହିଛି । ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ୱେବସାଇଟ୍ ଗୁଡିକ ଉପରେ ନଜର ରଖନ୍ତୁ

ଏନଟିଏ (NTA)ର ଅଫିସିଆଲ୍ ୱେବସାଇଟ୍ ରେ ୟୁଜିସି ନିଟ୍ (UGC NET ) ପରୀକ୍ଷା ତାରିଖ ସହ ଅନ୍ୟାନ୍ୟ ବିବରଣୀ ଦିଆଯାଇଛି । ଏନେଇ ଆପଣ nta.ac.In  ଓ ugcnet.nta.nic.in ୱେବସାଇଡ଼କୁ ଭିଡ଼ିଟ୍ କରିପାରିବେ ।

ଦୁଇଥର ହୋଇଥିଲା ଏହି ପରୀକ୍ଷା

ପ୍ରକାଶ ଥାଉ ଯେ, ଚଳିତ ବର୍ଷ ୟୁଜିସି ନିଟ୍ ( UGC NET)  ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା  । ପ୍ରଥମ ପର୍ଯ୍ୟାୟ ଜୁନ୍ ୧୩ରୁ ୧୭ ଓ ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୧୯ ରୁ ୨୨ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।  ଏହାର ସାମୟିକ ଉତ୍ତର (Provisional Answer)  ଜୁଲାଇ ୬ ତାରିଖରେ ପ୍ରକାଶ ପାଇଥିଲା । ପ୍ରାୟ ୧୮୧ଟି ସହରରେ ୮୩ଟି ବିଷୟ ପାଇଁ ଏହି ପରୀକ୍ଷା କରାଯାଇଥିଲା।

ଅନ୍ୟପଟେ ମଙ୍ଗଳବାର ଦିନ ୟୁଜିସି ନିଟ୍ (UGC NET ) ଜୁନ୍ ପରୀକ୍ଷା ୨୦୨୪ ନେଇ ମଧ୍ଯ ତାରିଖ ମଧ୍ୟ ଘୋଷଣା କରାଯାଇଛି ।  ସୂଚନା ଅନୁଯାୟୀ, ୟୁଜିସି ନିଟ୍ ୨୦୨୪ ( UGC NET)  ପରୀକ୍ଷା ଜୁନ୍ ୧୦ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଏକ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଅଟେ, ଯେଉଁଥିରେ ପ୍ରତିବର୍ଷ ବହୁ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାଆନ୍ତି ।