Uttarakhand: UCC ବିଲ ପାରିତ ହେଲେ ବଦଳିଯିବ ଏହିସବୁ ନିୟମ..
Advertisement

Uttarakhand: UCC ବିଲ ପାରିତ ହେଲେ ବଦଳିଯିବ ଏହିସବୁ ନିୟମ..

UCC:  ଫେବୃଆରୀ ୪ ତାରିଖରେ ଉତ୍ତରାଖଣ୍ଡ କ୍ୟାବିନେଟରେ ୟୁସିସି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ମଙ୍ଗଳବାର ଦିନ ଏହା ବିଧାନସଭାରେ ଉପସ୍ଥାପିତ ହୋଇଛି । ଏବେ ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଏହା ଆଇନରେ ପରିଣତ ହେବ । 

ସୌଜନ୍ୟ-ସୋସିଆଲ ମିଡିଆ

Uttarakhand UCC: ଖୁବଶ୍ରୀଘ ଉତ୍ତରାଖଣ୍ଡରେ ମଧ୍ୟ ସମାନ ନାଗରିକ ସଂହିତା ଲାଗୁ ହେବାକୁ ଯାଉଛି । ଫେବୃଆରୀ ୪ ତାରିଖରେ ଉତ୍ତରାଖଣ୍ଡ କ୍ୟାବିନେଟରେ ୟୁସିସି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ମଙ୍ଗଳବାର ଦିନ ଏହା ବିଧାନସଭାରେ ଉପସ୍ଥାପିତ ହୋଇଛି । ଏବେ ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଏହା ଆଇନରେ ପରିଣତ ହେବ । ଉତ୍ତରାଖଣ୍ତ, ବିଧାନସଭାରେ ଏକକ ନାଗରିକ ସଂହିତା ବିଲ୍ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (Pushkar Singh Dhami) ୟୁସିସିକୁ ପାରିତ କରିଛନ୍ତି । ଏହି ବିଲ ପାସ କରିବାରେ ଉତ୍ତରାଖଣ୍ତ ଦେଶର ପ୍ରଥମ ରାଜ୍ୟ ହେବ ।

UCC ବିଲ ଆଗତ ହେବା ପରେ କଣ ପରିବର୍ତ୍ତନ ହେବ..

ବହୁ ବିବାହ ଉପରେ ଲାଗିବ ପ୍ରତିବନ୍ଧକ

କିଛି ଆଇନରେ ବହୁ ବିବାହ ପାଇଁ ଅନୁମତି ରହିଛି । ହେଲେ ହିନ୍ଦୁ, ପାରସୀ ଓ ଇସାଇ ଧର୍ମରେ ବହୁ ବିବାହ ଉପରେ ପ୍ରତିବନ୍ଧକ ରହିଛି । ଅନେକ ସମୟରେ ଦ୍ୱିତୀୟ ବିବାହ ପାଇଁ ବହୁ ଲୋକେ ଧର୍ମ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଥାଏ । ତେବେ ଏହା ଉପରେ ରୋକ ଲଗାଇବାକୁ ୟୁସିସିରେ ପ୍ରାବଧାନ ରହିଛି ।

ଲିଭ୍ ଇନ୍ ରିଲେସନସିପ

ଅନ୍ୟ ପାଶ୍ଚାତ୍ୟ ଦେଶ ଭଳି ଦେଶରେ ମଧ୍ୟ ଲିଭ୍ଇନ୍ ରିଲେସନସିପ୍ ବେଶ ବଢିବାରେ ଲାଗିଛି । ଯାହା ଫଳରେ ଅନେକ ସମୟରେ ବହୁ ଛାତିଥରା ଅପରାଧୀକ ଘଟଣା ସାମ୍ନାକୁ ଆସିଥାଏ । ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବା ପରେ ଲିଭ୍ ଇନରେ ରହିବାକୁ ଚାହୁଁଥିବା ଯୁବକ ଯୁବତୀମାନଙ୍କୁ ପୂର୍ବରୁ ପଞ୍ଜୀକରଣ କରିବାକୁ ପଡିବ । ଏନେଇ ରାଜ୍ୟ ସରକାର ଏକ ୱେବ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଯିଏ ବିନା ପଞ୍ଜୀକରଣରେ ଲିଭ୍ ଇନରେ ଯୁବକ ଓ ଯୁବତୀ ଲିଭଇନ୍ ରେ ରୁହନ୍ତି ତାହାଲେ ୬ ମାସ ଜେଲଦଣ୍ତ ସହ ଓ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ।

ବିବାହ ପଞ୍ଜୀକରଣ

ଉତ୍ତରାଖଣ୍ଡରେ ଏଣିକି ସମସ୍ତ ବିବାହ ସରକାରୀ ପଞ୍ଜୀକରଣ ହେବ । ଯଦି କେହି ବିବାହକୁ ସରକାରୀ ପଞ୍ଜୀକରଣ ନ କରନ୍ତି ତେବେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯିବ ।

ବିବାହର ବୟସ ସୀମା

ନିଦ୍ଧିଷ୍ଟ ଏକ ଧର୍ମରେ କମ୍ ବୟସର ନୀବାଳିକାମାନଙ୍କର ବିବାହ କରିଦିଆଯାଉଛି । ହେଲେ ୟୁସିସି ଲାଗୁ ହେବା ପରେ କୌଣସି ଧର୍ମର ଲୋକ ୨୧ ବର୍ଷରୁ କମ୍ ବୟସର ଝିଅମାନଙ୍କର ବିବାହ କରାଇପାରିବେ ନାହିଁ ।

ଭରଣ ପୋଷଣ ଆଇନ

ୟୁସିସି ଲାଗୁ ହେବା ପରେ ଯଦି କୌଣସି ଚାକିରୀ କରିଥିବା ପୁଅର ମୃତ୍ୟୁ ହୁଏ ତେବେ ତା’ର ବୃଦ୍ଧ ବାପା ଓ ମାଙ୍କ ଭରଣ ପୋଷଣ ସଂପୃକ୍ତ ପୁଅର ସ୍ତ୍ରୀଙ୍କୁ ବୁଝିବାକୁ ପଡିବ   । ସ୍ୱାମୀଙ୍କ ମୃତ୍ୟୁ ପରେ ଯଦି ପତ୍ନୀ ଦ୍ୱିତୀୟ ବିବାହ କରନ୍ତି ତେବେ ସ୍ୱାମୀ ମୃତ୍ୟୁ ପରେ ସ୍ତ୍ରୀକୁ ମିଳିଥିବା ସହାୟତା ରାଶିରୁ ପୁଅର ପିତାମାତାଙ୍କୁ ଭାଗ ମିଳିବ ।

ପୋଷ୍ୟ ସନ୍ତାନ ଗ୍ରହଣ କରିବା ଆଇନ

ୟୁସିସି ଲାଗୁ ହେବା ପରେ ମୁସଲିମ ମହିଳାଙ୍କୁ ବି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅଧିକାର ମିଳିବ । ଅନ୍ୟପଟେ ଯଦି ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୁଏ ତେବେ ସନ୍ତାନଙ୍କୁ ଜେଜେ ବାପା ଓ ଜେଜେମା ପାଖରେ ରହିବାର ଅଧିକାର ମିଳିବ ।