Pilots fall asleep in cockpit: ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ ନାମକ ଏନଜିଓ ଦ୍ୱାରା ନିକଟରେ ଏକ ଅଧ୍ୟୟନ କରାଯାଇଛି। ଏଥିରେ ୫୪୨ ଜଣ ଆଞ୍ଚଳିକ, ସ୍ଥାନୀୟ ତଥା ଆନ୍ତର୍ଜାତୀୟ ପାଇଲଟଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସର୍ଭେରେ ସାମିଲ ୫୪୨ ପାଇଲଟଙ୍କ ମଧ୍ୟରୁ ୬୬% କହିଛନ୍ତି ଯେ, ସେମାନେ ସାଥୀ ପାଇଲଟଙ୍କୁ ଅବଗତ ନକରାଇ ବିମାନ ଉଡୁଥିବା ବେଳେ କକପିଟରେ ଶୋଇପଡନ୍ତି।
Trending Photos
Pilots fall asleep in cockpit, ନୂଆଦିଲ୍ଲୀ: ବିମାନ ଯାତ୍ରା କରୁଥିବା ଲୋକ ସାବଧାନ ହୋଇଯାଆନ୍ତୁ। କାରଣ ନିକଟରେ କରାଯାଇଥିବା ଏକ ସର୍ଭେରୁ ସାଙ୍ଘାତିକ ରିପୋର୍ଟ ଆସିଛି। ଆପଣ ଯେଉଁମାନଙ୍କ ଭରସାରେ ପୃଥିବୀ ପୃଷ୍ଟରୁ ହଜାର ହଜାର ଫୁଟ ଉପରେ ଉଡନ୍ତି, ସେହି ବ୍ୟକ୍ତି ଆପଣଙ୍କ ଜୀବନକୁ ଖାତିରି କରନ୍ତି ନାହିଁ। ଭାରତର ଭାରତରେ ଦୁଇ ତୃତୀୟାଂଶ ପାଇଲଟ ବିମାନ ଉଡୁଥିବା ବେଳେ କକପିଟରେ ହିଁ ଶୋଉଥିବା ସ୍ୱୀକାର କରିଛନ୍ତି। ତେବେ ଏନେଇ ସେମାନେ ସାଥୀ ପାଇଲଟଙ୍କୁ ମଧ୍ୟ ଜଣାଇନଥାନ୍ତି। ଏପରି ପରିସ୍ଥିତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ଅଧିକ ଥାଏ।
ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ ନାମକ ଏନଜିଓ ଦ୍ୱାରା ନିକଟରେ ଏକ ଅଧ୍ୟୟନ କରାଯାଇଛି। ଏଥିରେ ୫୪୨ ଜଣ ଆଞ୍ଚଳିକ, ସ୍ଥାନୀୟ ତଥା ଆନ୍ତର୍ଜାତୀୟ ପାଇଲଟଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସର୍ଭେରେ ସାମିଲ ୫୪୨ ପାଇଲଟଙ୍କ ମଧ୍ୟରୁ ୬୬% କହିଛନ୍ତି ଯେ, ସେମାନେ ସାଥୀ ପାଇଲଟଙ୍କୁ ଅବଗତ ନକରାଇ ବିମାନ ଉଡୁଥିବା ବେଳେ କକପିଟରେ ଶୋଇପଡନ୍ତି। ଅର୍ଥାତ ଦେଶର ଦୁଇ ତୃତୀୟାଂଶ ପାଇଲଟ ବିମାନ ଉଡାଇବା ସମୟରେ ନିଘୋଡ ନିଦ୍ରାରେ ଶୋଇଥାନ୍ତି। ସେହିପରି ପ୍ରାୟ ୫୪% ପାଇଲଟଙ୍କୁ ଦିନରେ ଅତ୍ୟଧିକ ନିଦ ଲାଗେ ଓ ୪୧% ସାମାନ୍ୟ ଦିନ ଲାଗେ ବୋଲି ରିପୋର୍ଟରେ କୁହାଯାଇଛି।
Also Read: WWE in Air France cockpit: ମଝି ଆକାଶରେ ଦୁଇ ପାଇଲଟ୍ ଧସ୍ତାଧସ୍ତି, ଘଣ୍ଟାଏ ବିଳମ୍ବରେ ପହଞ୍ଚିଲେ ଯାତ୍ରୀ
ସର୍ଭେରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ, ଭାରତ ଓ ବ୍ରିଟେନ ମଧ୍ୟରେ ସର୍ବାଧିକ ବିମାନ ଚଳାଚଳ କରେ। ଭାରତରେ ଦକ୍ଷ ପାଇଲଟଙ୍କର ଅଭାବ ରହିଛି। ବଜାର ଚାହିଦା ଅନୁସାରେ ଦେଶରେ ବିଭିନ୍ନ ବିମାନ ସଂସ୍ଥା ପାଇଁ ବାର୍ଷିକ ପ୍ରାୟ ୧୫୦୦ ପାଇଲଟ ନିଯୁକ୍ତି ଆବଶ୍ୟକତା ରହିଛି, କିନ୍ତୁ ୨୦୦ରୁ ୩୦୦ଙ୍କୁ ହିଁ ନିଯୁକ୍ତି ଦିଆଯାଉଛି। ଫଳରେ ପାଇଲଟଙ୍କୁ ଆବଶ୍ୟକତାଠାରୁ ଅଧିକ ପରିଶ୍ରମ କରିବାକୁ ପଡୁଛି। ସେମାନେ ସକାଳ ୨ଟାରୁ ଉଠି ଡ୍ୟୁଟି ଯାଆନ୍ତି। ବିନା ସାପ୍ତାହିକ ଛୁଟିରେ ପାଇଲଟଙ୍କୁ କାମ କରିବାକୁ ପଡେ। ଅତ୍ୟଧିକ କାର୍ଯ୍ୟଭାର ଏବଂ ସକାଳୁ ବିମାନ ଉଡ଼ାଣ କରୁ ଥିବାରୁ ସେମାନେ ଦିନରେ ଅଧିକ କ୍ଲାନ୍ତ ଅନୁଭବ କରନ୍ତି।
Pilot Fatigue Survey 2022, full report. @SafetyMatters6 @DGCAIndia https://t.co/kUVXiBFXgB
— Amit Singh (Varaha) (@flyingamit) September 24, 2022
୯୮ ପ୍ରତିଶତ ପାଇଲଟଙ୍କ କହିବା ହେଲା, ସେମାନଙ୍କ କ୍ଲାନ୍ତ ଜନିତ ସମସ୍ୟାର ସମାଧାନ ପାଇଁ ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବା ଡିଜିସିଏ କୌଣସି ପଦକ୍ଷେପ ନେଉନାହିଁ। ନୂଆ ଗାଇଡଲାଇନ ତିଆରି କରିବା ସମୟରେ ଡିଜିସିଏ, ପାଇଲଟଙ୍କ ମତାମତ ନେଉନାହିଁ ବୋଲି କମର୍ସିଆଲ ପାଇଲଟ ଆସୋସିଏସନ ଅଭିଯୋଗ କରିଛି। ବର୍ତ୍ତମାନର ଗାଇଡଲାଇନରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଗତ ୧୨ ତାରିଖରେ ଡିଜିସିଏକୁ ଚିଠି ଲେଖାଯାଇଛି। ତେଣୁ ପାଇଲଟ ଓ ବିଭିନ୍ନ ପାଇଲଟ ସଙ୍ଘ ଗୁଡିକର ସହ ଆଲୋଚନା କରି ଡିଜିସିଏ ନୂଆ ଗାଇଡଲାଇନ ଜାରି କରୁ ବୋଲି ପାଇଲଟମାନେ କହିଛନ୍ତି।
Also Read: Airlines pilots fell asleep: ମଝି ଆକାଶରେ ଶୋଇ ପଡ଼ିଲେ ଦୁଇ ପାଇଲଟ୍
ସର୍ଭେ ଅନୁସାରେ, ଏକ ତୃତୀୟାଂଶ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ଆଉ ଏକାର ମୁଖ୍ୟ କାରଣ ହେଉଛି ପାଇଲଟଙ୍କ ଥକ୍କାପଣ। ପାଇଲଟଙ୍କ ଥକ୍କାପଣ ପାଇଁ ୧୫ରୁ ୨୦% ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଥାଏ। ପ୍ରତିଦିନ ବିମାନ ଦୁର୍ଘଟଣା ଘଟେ ନାହିଁ। ତଥାପି ସର୍ଭେରୁ ଜଣାପଡିଛି ଯେ ୮୦% ଦୁର୍ଘଟଣା ପାଇଁ ସମୟ ଓ ମାନବ ତ୍ରୁଟିକୁ ଦାୟୀ କରାଯାଏ। ସେହିପରି ବିମାନ ଅବତରଣ ସମୟରେ ୪୮% ସାଂଘାତିକ ଦୁର୍ଘଟଣା ଘଟିଥାଏ। ୩୧% ବିମାନ ଦୁର୍ଘଟଣାର କାରଣ ଖରାପ ରନୱେ ବୋଲି ସର୍ଭେରୁ ଜଣାପଡିଛି।
ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ଇଥୋପିଆ ବିମାନରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଆଫ୍ରିକାର ବୃହତ ବିମାନସେବା ଯୋଗାଉଥିବା ଇଥୋପିଆ ଏୟାରଲାଇନର Boeing 737 ET343 ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ET343 ବିମାନଟି ସୁଡାନର ଖାରତୁମରୁ ଇଥୋପିଆର ଡିସ ଆବାବା ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପାଇଲଟ ଶୋଇ ଯିବା ଯୋଗୁଁ ପ୍ରାୟ ୨୫ ମିନିଟ ବିଳମ୍ବରେ ରନୱେରେ ବିମାନ ଅବତରଣ କରିଥିବା। ବିମାନ ଅବତରଣ ପୂର୍ବରୁ ତାହାର ଅଟୋପାଇଲଟ ସିଷ୍ଟମ ମଧ୍ୟ ଡିସକନେକ୍ଟ ହୋଇଥିବା କୁହାଯାଉଛି। ଯାହାକୁ ଦ ଆଭିଏସନ ହେରାଲ୍ଡ ଏହାକୁ ସ୍ପଷ୍ଟ କରିଛି। ବିମାନରେ ୧୩୩ ଯାତ୍ରୀ ଥିଲେ।