WWE in Air France cockpit: ମଝି ଆକାଶରେ ଦୁଇ ପାଇଲଟ୍ ଧସ୍ତାଧସ୍ତି, ଘଣ୍ଟାଏ ବିଳମ୍ବରେ ପହଞ୍ଚିଲେ ଯାତ୍ରୀ
Advertisement
Article Detail0/zeeodisha/odisha1325131

WWE in Air France cockpit: ମଝି ଆକାଶରେ ଦୁଇ ପାଇଲଟ୍ ଧସ୍ତାଧସ୍ତି, ଘଣ୍ଟାଏ ବିଳମ୍ବରେ ପହଞ୍ଚିଲେ ଯାତ୍ରୀ

ରିପୋର୍ଟ ଅନୁସାରେ, ଗତ ୨୦୧୭ରୁ ୨୦୨୨ ମଧ୍ୟରେ ପାଇଟଙ୍କ ଲଢେଇର ତିନୋଟି ସାମନାକୁ ଆସିଛି। ପାଇଲଟମାନେ ସୁରକ୍ଷା ପ୍ରୋଟୋକଲଗୁଡିକୁ ଗୁରୁତର ସହ ନେଉନାହାନ୍ତି। ଅଗଷ୍ଟ ୧୫ରେ ଇଥୋପିଆ ଏୟାରଲାଇନର ET343 ବିମାନଟି ସୁଡାନର ଖାରତୁମରୁ ଇଥୋପିଆର ଡିସ ଆବାବା ଅଭିମୁଖେ ଯାଉଥିବା ବେଳେ ଦୁଇ ପାଇଲଟ ଶୋଇ ପଡିଥିଲେ।

WWE in Air France cockpit: ମଝି ଆକାଶରେ ଦୁଇ ପାଇଲଟ୍ ଧସ୍ତାଧସ୍ତି, ଘଣ୍ଟାଏ ବିଳମ୍ବରେ ପହଞ୍ଚିଲେ ଯାତ୍ରୀ

WWE in Air France cockpit, ପ୍ୟାରିସ୍: ମଝି ଆକାଶରେ ବିମାନର କକପିଟରେ ଗଞ୍ଜା ଲଢେଇ। କଥାଟି ଅଡୁଆ ଲାଗୁଥିବା ନିଶ୍ଚୟ! ହଁ ଆଜ୍ଞା! ଏଭଳି ଏକ ଘଟଣା ଗତ ଜୁନରେ ଏୟାର ପ୍ରାନ୍ସର ଏକ ବିମାନରେ ଘଟିଥିଲା। ଜେନେଭା-ପ୍ୟାରିସ୍ ବିମାନର କକ୍ପିଟରେ ଲଢେଇ କରିବା ପରେ ଦୁଇ ପାଇଲଟଙ୍କୁ ନିଲମ୍ବିତ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ରବିବାର ନ୍ୟୁୟର୍କ ପୋଷ୍ଟକୁ ଜଣେ ବିମାନ ଅଧିକାରୀଙ୍କ ସୂଚନା ଦେଇଛି।

ନ୍ୟୁୟର୍କ ପୋଷ୍ଟ କହିଛି ଯେ, ବିମାନ ଉଡ଼ାଣ ପରେ କିଛି ସମୟ ପରେ ପାଇଲଟ ଏବଂ କୋ-ପାଇଲଟଙ୍କ ବିବାଦ ଲାଗି ରହିଥିଲା। ଯୁକ୍ତିତର୍କରୁ କଥା ପିଟାପିଟି ପର୍ଯ୍ୟନ୍ତ ଯାଇଥିଲା। ଦୁଇ ପାଇଲଟ ପରସ୍ପରକୁ ଧକ୍କା ଦେବା ସହ କଲର ଧରାଧରି କରିଥିଲେ। କ୍ୟାବିନ କ୍ର୍ୟିୁଙ୍କ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣାଧିନକୁ ଆସିଥିଲା। ପାଇଲଟଙ୍କ ଏହି ଆଚରଣ ପାଇଁ ବିମାନଟି ପ୍ରାୟ ଏକ ଘଣ୍ଟା ୧୫ ମିନିଟ ବିଳମ୍ବରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅବତରଣ କରିଥିଲା ବୋଲି ରିପୋର୍ଟରେ କୁହାଯାଇଛି।

Also Read: ରେଲୱେ ବାତିଲ କଲା ପୁଣି ୧୫୬ ଟ୍ରେନ୍, ୨୫ ଡାଇଭର୍ଟ; ଜାଣନ୍ତୁ ଟ୍ରେନ ରଦ୍ଦ ହେବା ପଛର କାରଣ

ତେବେ ଜଣେ ଏୟାର ଫ୍ରାନ୍ସର ପ୍ରତିନିଧୀଙ୍କ କହିବାନୁସାରେ, ମଝି ଆକାଶରେ ଦୁଇ ପାଇଲଟଙ୍କ ମଧ୍ୟରେ ହୋଇଥିବା ଲଢେଇ ଅନ୍ୟ ବିମାନ ଉପରେ ପ୍ରଭାବ ପକାଇ ନଥିଲା ଏବଂ ବିମାନଟି ନିରାପଦରେ ଅବତରଣ କରିଥିଲା। ତେବେ ପାଇଲଟଙ୍କ ଲଢେଇ ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଇଥିଲା। ସେଥିପାଇଁ ଘଟଣାର ତଦନ୍ତ ପାଇଁ ବିମାନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଆଉ ଦୋଷୀ ସାବ୍ୟସ୍ତ ପରେ ଉଭୟ ପାଇଲଟଙ୍କୁ ନିଲମ୍ବନ କରାଯାଇଛି। ଗତ ସପ୍ତାହରେ, ଫ୍ରାନ୍ସର ଏୟାର ଇନଭେଷ୍ଟିଗେସନ ସଂସ୍ଥା BEA ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଏହି ପାଇଲଟମାନେ ସୁରକ୍ଷା ପ୍ରଣାଳୀ ଅନୁସରଣ ନକରିବାର ସଂସ୍କୃତି ସୃଷ୍ଟି କରିଛନ୍ତି।

ରିପୋର୍ଟ ଅନୁସାରେ, ଗତ ୨୦୧୭ରୁ ୨୦୨୨ ମଧ୍ୟରେ ପାଇଟଙ୍କ ଲଢେଇର ତିନୋଟି ସାମନାକୁ ଆସିଛି। ପାଇଲଟମାନେ ସୁରକ୍ଷା ପ୍ରୋଟୋକଲଗୁଡିକୁ ଗୁରୁତର ସହ ନେଉନାହାନ୍ତି। ଅଗଷ୍ଟ ୧୫ରେ ଇଥୋପିଆ ଏୟାରଲାଇନର ET343 ବିମାନଟି ସୁଡାନର ଖାରତୁମରୁ ଇଥୋପିଆର ଡିସ ଆବାବା ଅଭିମୁଖେ ଯାଉଥିବା ବେଳେ ଦୁଇ ପାଇଲଟ ଶୋଇ ପଡିଥିଲେ। ଭୂପୃଷ୍ଠ ଠାରୁ ୩୭ ହଜାର ଫୁଟ ଉପରେ ET343 ସହ ଏଟିସିର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଥିଲା। ଫଳରେ ପ୍ରାୟ ୨୫ ମିନିଟ ବିଳମ୍ବରେ ରନୱେରେ ବିମାନ ଅବତରଣ କରିଥିଲା। 

Also Read: Tejas Fighter Jet: ଚୀନ ଓ ପାକିସ୍ତାନର ସ୍ୱପ୍ନ ଚୁରମାର, ଭାରତକୁ ଏହି ଅମୁଲ୍ୟ ସମ୍ପଦ ମାଗିଲା ଆର

ସେହିପରି ଡିସେମ୍ବର ୨୦୨୦ରେ ମଧ୍ୟ ପାଇଲଟମାନେ ସୁରକ୍ଷା ପ୍ରଟୋକଲକୁ ଅବମାନନା କରିଥିଲେ। କଙ୍ଗୋ ରିପବ୍ଲିକର ବ୍ରାଜାଭିଲରୁ ପ୍ୟାରିସକୁ ଯାଉଥିବା ବିମାନ ପଥ ବଦଳାଇ ଚାନ୍ଦରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା। ବିମାନରେ ଫ୍ୟୁଲ୍ ଲିକ୍ ହେବା ପରେ ପାଇଲଟ ଏହି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଫ୍ୟୁଲ ଲିକ୍ ହେବା ଜାଣି ସୁଦ୍ଧା ସେମାନେ ଇଂଜିନ ବନ୍ଦ କରିନଥିଲେ। ପାଇଲଟଙ୍କ ଏହି ମନମାନି ପାଇଁ ଏକ ବଡଦୁର୍ଘଟଣା ଘଟିବାର ସମ୍ଭାବନା ଥିଲା। କାରଣ ଫ୍ୟୁଲ୍ ଲିକ୍ ଯୋଗୁଁ ଇଂଜିନରେ ନିଆ ଲାଗିବାର ସମ୍ଭାବନା ଥାଏ।