Twin towers demolition: ଗଗନଚୁମ୍ବୀ କୋଠା ଭାଙ୍ଗିଥିବା କମ୍ପାନୀକୁ ୬୪ ଲକ୍ଷର ବିଲ ପଠାଇଲା ନୋଏଡା ପୋଲିସ
Advertisement

Twin towers demolition: ଗଗନଚୁମ୍ବୀ କୋଠା ଭାଙ୍ଗିଥିବା କମ୍ପାନୀକୁ ୬୪ ଲକ୍ଷର ବିଲ ପଠାଇଲା ନୋଏଡା ପୋଲିସ

ସୁପରଟେକ୍ ଟ୍ୱିନ୍ ଟାୱାର ଭାଙ୍ଗିବା ସଂସ୍ଥା Edifice Engineeringକୁ ନୋଏଡା ପୋଲିସ ୬୪ ଲକ୍ଷ ଟଙ୍କାର ବିଲ୍ ପଠାଇଛି। ଯେତେବେଳେ ବିସ୍ଫୋରକ ସାମଗ୍ରୀକୁ ଭଙ୍ଗାଯିବା ସ୍ଥାନକୁ ପରିବହନ କରାଯାଉଥିଲା ସେତେବେଳେ ନୋଏଡା ପୋଲିସ କର୍ମଚାରୀ ଏସକର୍ଟ କରୁଥିଲେ।

Twin towers demolition: ଗଗନଚୁମ୍ବୀ କୋଠା ଭାଙ୍ଗିଥିବା କମ୍ପାନୀକୁ ୬୪ ଲକ୍ଷର ବିଲ ପଠାଇଲା ନୋଏଡା ପୋଲିସ

Twin towers demolition, ନୂଆଦିଲ୍ଲୀ: ରବିବାର ସୁପରଟେକର ଦୁଇଟି ନଭଶ୍ଚୁମୀ କୋଠା ମାଟିରେ ମିଶିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଟ୍ୱିନ ଟାୱାରକୁ ବିସ୍ଫୋରଣ କରି ଉଡାଇ ଦିଆଯାଇଛି। ଏହି ଭଙ୍ଗାକାର୍ଯ୍ୟରେ ସହାୟତା କରିବା ତଥା ସରକ୍ଷା ଯୋଗାଇବାକୁ ନୋଏଡା ପୋଲିସ ମୁତୟନ ହୋଇଥିଲେ। ଆଉ ନୋଏଡା ପୋଲିସର ସୁରକ୍ଷା ପାଇଁ ଏବେ ଟ୍ୱିନ ଟାୱାର ଭାଙ୍ଗିଥିବା କମ୍ପାନୀ ମୋଟା ଅଙ୍କ ଗଣିବ। କାରଣ ଟ୍ୱିଟ୍ ଟାୱାର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ଠାରୁ ବିସ୍ଫୋରଣ ପର୍ଯ୍ୟନ୍ତ ନୋଏଡା ପୋଲିସ ଉକ୍ତ କମ୍ପାନୀକୁ ସମ୍ପୂର୍ଣ୍ଣ ରୂପେ ସହଯୋଗ ସହ ସୁରକ୍ଷା ଯୋଗାଇଥିଲା।

ସୁପରଟେକ୍ ଟ୍ୱିନ୍ ଟାୱାର ଭାଙ୍ଗିବା ସଂସ୍ଥା Edifice Engineeringକୁ ନୋଏଡା ପୋଲିସ ୬୪ ଲକ୍ଷ ଟଙ୍କାର ବିଲ୍ ପଠାଇଛି। ଯେତେବେଳେ ବିସ୍ଫୋରକ ସାମଗ୍ରୀକୁ ଭଙ୍ଗାଯିବା ସ୍ଥାନକୁ ପରିବହନ କରାଯାଉଥିଲା ସେତେବେଳେ ନୋଏଡା ପୋଲିସ କର୍ମଚାରୀ ଏସକର୍ଟ କରୁଥିଲେ। ସୁପରଟେକ୍ ଟ୍ୱିନ୍ ଟାୱାର ଭାଙ୍ଗିବା ପାଇଁ ହରିୟାଣାର ପାଲୱାଲରୁ ବିସ୍ଫୋରକ ଆସିଥିଲା। ପ୍ରତ୍ୟେକ ଦିନ କଡା ସୁରକ୍ଷା ବଳୟ ମଧ୍ୟରେ ଏହି ବିସ୍ଫୋରକ ସ୍ଥାନାନ୍ତର କରାଯାଉଥିଲା। ଏହା ବ୍ୟତୀତ ଟ୍ୱିନ ଟାୱାର ଭଙ୍ଗା ଯିବା ଦିନ ମଧ୍ୟ ଘଟଣାସ୍ଥଳରେ ବିପୁଳ ସଂଖ୍ୟାରେ ନୋଏଡା ପୋଲିସ ମୁତୟନ ହୋଇଥିଲା।

Also Read: Supertech Twin Tower Demolition: ୯ ବର୍ଷର ଲଢ଼େଇ ୯ ସେକେଣ୍ଡରେ ଶେଷ, ମାଟିରେ ମିଶିଲା ଗଗନଭେଦୀ ଅଟ୍ଟାଳିକା

"ପ୍ରାୟ ୧୦ ଦିନ ପୂର୍ବେ Edifice Engineeringକୁ ନୋଏଡା ପୋଲିସ ପକ୍ଷରୁ ଏକ ବିଲ୍ ଇମେଲ କରାଯାଇଥିଲା। ଯେଉଁଥିରେ କର୍ମଚାରୀ ଯୋଗାଇବା ପାଇଁ ହୋଇଥିବା ଖର୍ଚ୍ଚର ବିବରଣୀ ପ୍ରଦାନ ଦିଆଯାଇଥିଲା। ହରିୟାଣାର ପାଲୱାଲରୁ ବିସ୍ଫୋରକ ସାମଗ୍ରୀ ପରିବହନ ବେଳେ ଏବଂ ଉକ୍ତ ସ୍ଥାନରେ ସୁରକ୍ଷା ଯୋଗାଇବା ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀ ବିଷୟରେ ସୂଚନା ଦିଆଯାଇଥିଲା। ଏଥିରେ ଭଙ୍ଗାଯିବା ଦିନକୁ ସାମିଲ କରାଯାଇ ନାହିଁ" ବୋଲି ମୁଖ୍ୟାଳୟର ଡିସିପି ରାମବଦନ ସିଂ କହିଛନ୍ତି। ତେବେ Edifice Engineering ଏ ନେଇ ଏପର୍ଯ୍ୟନ୍ତ ଇମେଲକୁ ଉତ୍ତର ଦେଇନାହିଁ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

ଟ୍ୱିନ ଟାୱାରରେ ସାଢେ ନଅ ହଜାରରୁ ଊର୍ଦ୍ଧ୍ୱ କଣା କରାଯାଇ ସେଥିରେ ପ୍ରାୟ ୩୭୦୦ କିଲୋଗ୍ରାମ ବିସ୍ଫୋରକ ଖଞ୍ଜା ଯାଇଥିଲା। ଅଗଷ୍ଟ ୧୩ରେ ଟ୍ୱିନ୍ ଟାୱାର ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଅଗଷ୍ଟ ୨୨ରେ ଶେଷ ହୋଇଥିଲା। ନାଗପୁରରେ ଉତ୍ପାଦିତ ବିସ୍ଫୋରକ ସାମଗ୍ରୀ ପାଲୱାଲରେ ଗଚ୍ଛିତ ରଖାଯାଇଥିଲା। ପାଲୱାଲରୁ ତାହାକୁ ସୁରକ୍ଷତି ଭାବେ ନୋଏଡାର ସେକ୍ଟର ୯୩ଏ କୁ ପରିବହନ କରାଯାଇଥିଲା। ପ୍ରତି ମହଲାରେ ପ୍ରାୟ ୨୫୦ରୁ ୩୦୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଥିବା ସୂଚନା ମିଳିଛି। ଅଗଷ୍ଟ ୨୮ ଅପରାହ୍ନ ସାଢେ ଦୁଇଟାରେ ଟ୍ୱିନ ଟାୱାର ଭାଙ୍ଗି ଦିଆଯାଇଥିଲା। ମୁମ୍ବାଇର ଏକ ସଂସ୍ଥା ଏଡିଫାଇସ୍ ଇଞ୍ଜିନିୟରିଂ ଦକ୍ଷିଣ ଆଫ୍ରିକା ସ୍ଥିତ ଜେଟ୍ ଡିମୋଲିସନ୍ ସହିତ ବ୍ଲାଷ୍ଟ ଯୋଜନା ପ୍ରସ୍ତୁତ କରି ବିସ୍ଫୋରଣକୁ କାର୍ଯ୍ୟକାରୀ କରିଥିଲା। ତେବେ ନୋଏଡା ପୋଲିସ ପଠାଇଥିବା ବିଲ୍ ବିଷୟରେ ଅବଗତ ନଥିବା ଏଡିଫାଇସ୍ ଇଞ୍ଜିନିୟରିଂର ଅଧିକାରୀମାନେ କହିଛନ୍ତି।

Also Read: Twin Tower: ଟ୍ୱିନ ଟାୱାର ଧ୍ବଂସ ହେବା ପରେ ଜାଣନ୍ତୁ କଣ ରହିଛି ସେଠାକାର ସ୍ଥିତି?

ସୁପରଟେକ୍ ଟ୍ୱିନ୍ ଟାୱାର ଭାଙ୍ଗିବା ଦିନ ଘଟଣା ସ୍ଥଳରେ ୪୦୦ରୁ ଊର୍ଦ୍ଧ୍ୱ ନୋଏଡା ପୋଲିସର ଯବାନ ମୁତୟନ ହୋଇଥିଲେ। ଆଖପାଖ ଅଞ୍ଚଳର ୫୦୦୦ରୁ ୭୦୦୦ ବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। କେବଳ ମଣିଷ ନୁହଁ ପଶୁ ଓ ଯାନବାହନଙ୍କୁ ମଧ୍ୟ ଟ୍ୱିଟ୍ ଟାୱାର ନିକଟରୁ ହଟାଇ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ କୋଠାର ୫୦୦ ମିଟିର ଦୂର ପର୍ଯ୍ୟନ୍ତ ପୋଲିସ କଟକଣା ଲଗାଇଥିଲା। ଶେଷରେ ସଫଳତାର ସହିତ ଟ୍ୱିନ ଟାୱାରକୁ ଭଙ୍ଗା ଯାଇଛି। ଟ୍ୱିନ ଟାୱାର ନିକଟ ଅଳ୍ପ କିଛି କୋଠାରେ ସାମାନ୍ୟ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଲୋକ ନିଜ ନିଜ ଘରକୁ ଫେରେଥିବା ସୂଚନା ମିଳିଛି।