Hospital Fire: ବେବି କେୟାର୍ ସେଣ୍ଟରରେ ନିଆଁ, ୬ ନବଜାତ ମୃତ ; ୫ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
Advertisement
Article Detail0/zeeodisha/odisha2264360

Hospital Fire: ବେବି କେୟାର୍ ସେଣ୍ଟରରେ ନିଆଁ, ୬ ନବଜାତ ମୃତ ; ୫ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Fire Breaks Out At Children's Hospital In Delhi (ନୂଆଦିଲ୍ଲୀ):  ଦିଲ୍ଲୀର ବିବେକ ବିହାର ସ୍ଥିତ ନ୍ୟୁ ବର୍ଣ୍ଣ ବେବି କେୟାର୍ ସେଣ୍ଟରରେ ଶନିବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡରେ ଆଖି ବୁଜିଛନ୍ତି ୬ ନବଜାତ । ଅଗ୍ନିକାଣ୍ଡ ପରେ ଦମକଳ ବାହିନୀ ଦ୍ୱାରା ୫ ନବଜାତଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Hospital Fire: ବେବି କେୟାର୍ ସେଣ୍ଟରରେ ନିଆଁ, ୬ ନବଜାତ ମୃତ ; ୫ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Fire Breaks Out At Children's Hospital In Delhi (ନୂଆଦିଲ୍ଲୀ):  ଦିଲ୍ଲୀର ବିବେକ ବିହାର ସ୍ଥିତ ନ୍ୟୁ ବର୍ଣ୍ଣ ବେବି କେୟାର୍ ସେଣ୍ଟରରେ ଶନିବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡରେ ଆଖି ବୁଜିଛନ୍ତି ୬ ନବଜାତ । ଅଗ୍ନିକାଣ୍ଡ ପରେ ଦମକଳ ବାହିନୀ ଦ୍ୱାରା ୫ ନବଜାତଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।ଅଗ୍ନିଶମ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ନିଆଁ ଲାଗିଥିବା ଖବର ମିଳିଥିଲା । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗର ପ୍ରାୟ ୧୬ଟି ନିଆଁ ଲିଭା ଗାଡ଼ି । ପ୍ରାୟ ଦେଢ଼ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଥିଲା । ଅଗ୍ନିକାଣ୍ଡ ସମୟରେ ବେବି କେୟାର୍ ସେଣ୍ଟରରେ ପ୍ରାୟ ୧୨ ଜଣ ନବଜାତ ଆଡମିଟ୍ ଥିଲେ ବୋଲି ଜଣାପଡ଼ିଛି । ସେଥିରୁ ଜଣଙ୍କ ମୃତ୍ୟୁ ନିଆଁ ଲାଗିବା ପୂର୍ବରୁ ହୋଇ ଯାଇଥିଲା ।

ନିଆଁ ଲାଗିବା ଫଳରେ ହସ୍ପିଟାଲ୍ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ହସ୍ପିଟାଲ୍ ଭିତରେ ଧୂଆଁ ସମସ୍ତଙ୍କୁ ଅଣନିଶ୍ୱାସୀ କରି ଦେଇଥିଲା । ଫଳରେ ଆଡମିଟ୍ ହୋଇଥିବା ୧୧ ନବଜାତଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗମ୍ଭୀର ହୋଇ ପଡ଼ିଥିଲା । ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ସେଥିରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ବେବି କେୟାର୍ ସେଣ୍ଟରରେ ଲାଗିଥିବା ନିଆଁ ନିକଟରେ ଥିବା ଏକ ରେସିଡେନ୍ସିଆଲ୍ କୋଠାକୁ ମଧ୍ୟ ବ୍ୟାପି ଯାଇଥିଲା । ଉକ୍ତ ବିଲ୍ଡିଂରୁ ଉଦ୍ଧାରକାରୀ ଦଳ ୧୧ରୁ ୧୨ ଜଣଙ୍କୁ ଉଦ୍ଧାର କରିଛନ୍ତି ।
ଅକ୍ସିଜେନ୍ ସିଲିଣ୍ଡର ରିଫିଲିଂରୁ ନିଆଁ ଲାଗିଥିବା ଆଶଙ୍କା

ଅଗ୍ନିଶମ ବାହିନୀ ଓ ପୋଲିସ ଅଧିକାରୀଙ୍କ ଅନୁସାରେ, ଏବେ ପର୍ଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତେବେ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ନିଆଁ ଲାଗିବା ସମୟରେ ବେବି କେୟାର ସେଣ୍ଟର ନିକଟରେ କୌଣସି ଆମ୍ବୁଲାନ୍ସରେ ଅକ୍ସିଜେନ୍ ଗ୍ୟାସ୍ ରିଫିଲିଂ କରାଯାଉଥିଲା । ଆଉ ସେହି ସମୟରେ ବଡ଼ ଧରଣର ବିସ୍ଫୋରଣ ଶବ୍ଦ ହୋଇଥିଲା । ଆଶଙ୍କା କରାଯାଉଛି ଯେ, ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ପାଇଁ ନିଆଁ ଲାଗି ଥାଇପାରେ । ତେବେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

କୃଷ୍ଣା ନଗରରେ ଅଗ୍ନିକାଣ୍ଡ, ୩ ମୃତ
ବେବି କେୟାର୍ ସେଣ୍ଟରରେ ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଦିଲ୍ଲୀର କୃଷ୍ଣା ନଗର ଅଞ୍ଚଳରେ ଆଉ ଏକ ଅଗ୍ନିକାଣ୍ଡ ଘଟିଥିଲା । କୃଷ୍ଣା ନଗରର ଏକ ୪ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ରାତି ପ୍ରାୟ ୨ଟା ସମୟରେ ସମସ୍ତ ଶୋଇଥିବା ବେଳେ କୃଷ୍ଣା ନଗରରେ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ । ୫ଟି ଦମକଳ ବାହିନୀ ନିଆଁ ଲିଭାଇବା ଲାଗି କୃଷ୍ଣା ନଗରରେ ନିୟୋଜିତ ହୋଇଥିଲେ । ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରର ପାର୍କିଂରେ ଥିବା ୧୧ଟି ଦୁଇ ଚକିଆ ଯାନରେ ନିଆଁ ଲାଗି ପ୍ରଥମ ମହଲାକୁ ବ୍ୟାପି ଯାଇଥିଲା । ପ୍ରଥମ ମହଲାରୁ ଜଣେ ମହିଳାଙ୍କ ଦଗ୍ଧ ମୃତଦେହ ମିଳିଛି । ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତର ୨ ଜଣଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ମହିଳା ରହିଛନ୍ତି ।