Earthquake: ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ପପୁଆ ନ୍ୟୁ ଗିନି
Advertisement

Earthquake: ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ପପୁଆ ନ୍ୟୁ ଗିନି

Earthquake Today: ଭୂକମ୍ପରେ ଥରି ଉଠିଲା ପପୁଆ ନ୍ୟୁ ଗିନି (Papua New Guinea)।  ରିକ୍ଟର ସ୍କେଲରେ ଏହାର ତିବ୍ରତା  ୬.୯ ରେକର୍ଡ କରାଯାଇଛି। ଆଜି ଭୋର୍ ସମୟରେ ପ୍ରଶାନ୍ତ ମହାସାଗରରେ ଥିବା ପପୁଆ ନ୍ୟୁ ଗିନି ଦେଶର ଏକ ଉପାନ୍ତ ଭାଗରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । 

ସୌଜନ୍ୟ-ସୋସିଆଲ ମିଡି଼ଆ

Earthquake Today: ଭୂକମ୍ପରେ ଥରି ଉଠିଲା ପପୁଆ ନ୍ୟୁ ଗିନି (Papua New Guinea)।  ରିକ୍ଟର ସ୍କେଲରେ ଏହାର ତିବ୍ରତା  ୬.୯ ରେକର୍ଡ କରାଯାଇଛି। ଆଜି ଭୋର୍ ସମୟରେ ପ୍ରଶାନ୍ତ ମହାସାଗରରେ ଥିବା ପପୁଆ ନ୍ୟୁ ଗିନି ଦେଶର ଏକ ଉପାନ୍ତ ଭାଗରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ, ଏହି ଭୂକମ୍ପରେ ମୃତାହତ ନେଇ କୌଣସି ସୂଚାନା ଏପର୍ଯ୍ୟନ୍ତ ମିଳିନାହିଁ। ଏନେଇ ଆମେରିକା ଜିଓଲୋଜିକାଲ୍ ସର୍ଭେ  ( United States Geological Survey) ପକ୍ଷରୁ ସୂଚନା ଦିଆଯାଇଛି। ତେବେ,  ଏହି ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୩୫ କିଲୋମିଟର ରେକର୍ଡ ହୋଇଛି ।

ALSO READ: Odisha Police Foundation Day 2024: ପୋଲିସ୍ ପ୍ରତିଷ୍ଠା ଦିବସ, ଏତିକି ଜଣ ପାଇବେ ଡିଜିପି ପଦକ

ସୂଚନା ଅନୁସାରେ,  ଆଜି ଭୋର ସମୟରେ  ପ୍ରଶାନ୍ତ ମହାସାଗରରେ ଥିବା ପପୁଆ ନ୍ୟୁ ଗିନି ଦେଶର ଏକ ଉପାନ୍ତଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।  ରେକ୍ଟର ସ୍କେଲରେ ଯାହାର ତିବ୍ରତା   ୬.୯  ରେକର୍ଡ କରାଯାଇଥିବା ବେଳେ  ଏହାର ଗଭୀରତା ଭୂପୃଷ୍ଠରୁ ୩୫ କିଲୋମିଟର ରେକର୍ଡ ହୋଇଛି । ଏହାର କେନ୍ଦ୍ରସ୍ଥଳ ଅମ୍ବୁନ୍ତିର ଏକ ଛୋଟ ବସ୍ତି ଅଞ୍ଚଳରୁ ୩୨ କିମି ଦୂର ପୂର୍ବ-ଉତ୍ତର-ପୂର୍ବରେ ରହିଛି । ତେବେ, ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ମୃତାହତ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ। ତେବେ, ଗତ ବର୍ଷ ଏପ୍ରିଲ୍ ରେ ଏଠାରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଯାହାର ତିବ୍ରତା ୭.୦ ରେକର୍ଡ କରାଯାଇଥିଲା। ଯେଉଁଥିରେ ଅତିକମରେ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ, ଗତବର୍ଷ ନଭେମ୍ବରରେ ୬.୫ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା।

ସେହିପରି ଗତ ଦୁଇ ଦିନ ତଳେ  ମହାରାଷ୍ଟ୍ରରେ ଭକମ୍ପ ହୋଇଥିଲା। ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଲଗାତାର ୨ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରଥମ ଭୂକମ୍ପ ସକାଳ ୬ଟା ୮ ମିନିଟ୍‌ରେ ହୋଇଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲ୍ ରେ ୪.୫ ରହିଥିଲା । ଏଥିସହ ପୁଣି ୧୧ ମିନିଟ୍ ପରେ ଅର୍ଥାତ ସକାଳ ୬ଟା ୧୯ ସମୟରେ ଦ୍ୱିତୀୟ ଝଟକା ଅନୁଭବ ହୋଇଥିଲା । ତେବେ ଦ୍ୱିତୀୟ ଭୂକମ୍ପର ତୀବ୍ରତା ପ୍ରଥମଠାରୁ କମ୍ ୩.୬ ରେକର୍ଡ କରାଯାଇଛି । ପ୍ରଥମ ଝଟକା ପରେ ଅଞ୍ଚଳବାସୀଙ୍କ ମନରେ ଭୟ ଖେଳିଯାଇଥିଲା । ଲୋକମାନେ ନିଦରୁ ଉଠି ଘରୁ ବାହାରକୁ ଚାଲିଯାଇଥିଲେ । ତେବେ, କିଛି ସମୟ ମଧ୍ୟ ଲୋକମାନେ  ଘରକୁ ଫେରିବା ପରେ ଦ୍ୱିତୀୟ ଝଟକା ଲୋକଙ୍କୁ ଆହୁରୀ ଡରାଇ ଦେଇଛି । ହୁଏତ ପୁଣିଥରେ ଭୂକମ୍ପ ହୋଇପାରେ ଭାବି କିଛି ଲୋକ ଘର ମଧ୍ୟକୁ ପ୍ରବେଶ କରିବାକୁ ଭୟ କରୁଛନ୍ତି ।