Train Cancelled List: ରେଲୱେ ବାତିଲ କଲା ଆହୁରି ୨୫୯ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍
Advertisement
Article Detail0/zeeodisha/odisha1367992

Train Cancelled List: ରେଲୱେ ବାତିଲ କଲା ଆହୁରି ୨୫୯ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

Train Cancelled List 26 September 2022: ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ବିଗତ କିଛି ଦିନ ଧରି ଦିଲ୍ଲୀ, ଉତ୍ତର ପ୍ରଦେଶ, ଓଡିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଆସୁଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ ।

Train Cancelled List: ରେଲୱେ ବାତିଲ କଲା ଆହୁରି ୨୫୯ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ନୂଆଦିଲ୍ଲୀ: Train Cancelled List 26 September 2022:  ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହା ଲୋକଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଛି । ଏହି କାରଣରୁ ପରିବହନ ସୁବିଧା ମଧ୍ୟ ପ୍ରଭାବିତ ହୋଇଛି । ଏହାସହ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ରେଳବାଇ (Indian Railways) କୁ ଆଜି ଅର୍ଥାତ ସେପ୍ଟେମ୍ୱର ୨୬ରେ ମଧ୍ୟ ଅନେକ ଟ୍ରେନ୍ ବାତିଲ କରିବାକୁ ପଡିଛି । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏଭଳି ପରିସ୍ଥିତିରେ ଯାତ୍ରାକୁ କରିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ନା ରିଶିଡ୍ୟୁଲ କରାଯାଇଛି ।

ଏଭଳି ପରିସ୍ଥିତିରେ ଯାତ୍ରାକୁ କରିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ନା ରିଶିଡ୍ୟୁଲ କରାଯାଇଛି । ଆଜି ଅନେକ ଟ୍ରେନ ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ କରାଯାଇଛି । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ୍ ସେପ୍ଟେମ୍ୱର ୨୬ରେ ରେଲୱେ ମୋଟ ୨୫୯ ଟ୍ରେନ୍ ସଂପୂର୍ଣ୍ଣ ବା ଆଂଶିକ ଭାବେ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥି ମଧ୍ୟରୁ ୧୭୫ ଟ୍ରେନକୁ ସଂପୂର୍ଣ୍ଣ ବାତିଲ କରାଯାଇଛି । ଅନ୍ୟପଟେ ୮୪ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି ।

ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ବିଗତ କିଛି ଦିନ ଧରି ଦିଲ୍ଲୀ, ଉତ୍ତର ପ୍ରଦେଶ, ଓଡିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଆସୁଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।

ଅଧିକ ପଢ଼ନ୍ତୁ:-କିସମିସ ଓ ମହୁ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-୯୦ରୁ ଅଧିକ ବିଧାୟକଙ୍କ ଇସ୍ତଫା, ଭାଙ୍ଗି ଯିବ ଗେହଲୋଟ ସରକାର! ଜାଣନ୍ତୁ ସଂପୂର୍ଣ୍ଣ ଗେମ୍ ପ୍ଲାନ୍

ଅଧିକ ପଢ଼ନ୍ତୁ:-କିଙ୍ଗ ଜୋଙ୍ଗ ଉନଙ୍କ ଅପେକ୍ଷା ଅଧିକ ଖତରନାକ 'ଏକଛତ୍ରବାଦୀ' ସି ଜିନପିଙ୍ଗ, ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଦେଉଛନ୍ତି ମୃତ୍ୟୁ ଦଣ୍ଡ, ଜାଣନ୍ତୁ କ'ଣ ରହିଛି କାରଣ

 

ଓଡ଼ିଶାର ଏହି ଟ୍ରେନଗୁଡ଼ିକ ବାତିଲ ହୋଇଛି 

08277 TIG-R PASS SPL

TITLAGARH (TIG) - RAIPUR JN (R)

08278 R-TIG PASS SPL

RAIPUR JN (R) - TITLAGARH (TIG)

08317 SBP-JNRD PASS SPECIAL

SAMBALPUR (SBP) - JUNAGARH ROAD (JNRD)

08318 JNRD-SBP PASSENGER SPL

JUNAGARH ROAD (JNRD) - SAMBALPUR (SBP)

08429 BBS-NXNR PASS SPECIAL

BHUBANESWAR (BBS) - NUAGAON ROAD (NXNR)

08430 NXNR-BBS PASS SPECIAL

NUAGAON ROAD (NXNR) - BHUBANESWAR (BBS)

08861 GONDIA JSG SPL

GONDIA JN (G) - JHARSUGUDA JN (JSG)

08862 JSG GONDIA MEMU SPL

JHARSUGUDA JN (JSG) - GONDIA JN (G)

18301 SBP-RGDA EXPRESS SPL

SAMBALPUR (SBP) - RAYAGADA (RGDA)

18302 RGDA-SBP EXPRESS SPL

RAYAGADA (RGDA) - SAMBALPUR (SBP)

ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।