ରେଲୱେ ବାତିଲ କଲା ପୁଣି ୧୫୯ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement
Article Detail0/zeeodisha/odisha1284500

ରେଲୱେ ବାତିଲ କଲା ପୁଣି ୧୫୯ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

Train Cancelled List: ଆଜି ରେଳବାଇ ୧୫୯ ଟ୍ରେନ୍ ବାତିଲ (Cancel Train List of 2 August 2022) କରିବା ସହ ୧୨ଟି ଟ୍ରେନ ରିଶେଡ୍ୟୁଲ (Reschedule Train on 2 August 2022) ଏବଂ ୨୨ ଟ୍ରେନକୁ ଡାଇଭର୍ଟ (Diverted Train on 2 August 2022) କରିବାକୁ ନିଷ୍ପତ୍ତି ନେଇଛି । 

ରେଲୱେ ବାତିଲ କଲା ପୁଣି ୧୫୯ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: Train Cancelled List: ଦେଶରେ ହୁଏତ ଏପରି କୌଣସି ବ୍ୟକ୍ତି ନାହାଁନ୍ତି ଯିଏ ଟ୍ରେନରେ ଯାତ୍ରା କରିନାହାଁନ୍ତି । ରେଳବାଇ (Indian Railways) ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ମନେ କରାଯାଏ । ପ୍ରତି ମାସରେ କୋଟି କୋଟି ଲୋକ ଟ୍ରେନ (Train) ମାଧ୍ୟମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାଏ ।  ଅନେକ ଥର ଟ୍ରେନରେ ସଂରକ୍ଷଣ ପାଇବା ପାଇଁ ଲୋକଙ୍କୁ ବହୁତ ପରିଶ୍ରମ କରିବାକୁ ପଡେ । ଲୋକମାନେ ମାସେ ପୂର୍ବରୁ ଯେକୌଣସି ସ୍ଥାନକୁ ଯିବାକୁ ଯୋଜନା କରନ୍ତି । ଏଭଳି ପରିସ୍ଥିତିରେ ଯଦି ସେମାନେ ସଂରକ୍ଷଣ (Railway Reservation) ନ ପାଆନ୍ତି ତେବେ ଅନେକ ଥର ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରି ପରିସ୍ଥିତିରେ ଯଦି ଟ୍ରେନ୍ ବାତିଲ୍ ହୁଏ ତେବେ ଏହା ବଡ଼ ଅସୁବିଧାର କାରଣ ହୋଇପାରେ । 

ଆଜି ରେଳବାଇ ୧୫୯ ଟ୍ରେନ୍ ବାତିଲ (Cancel Train List of 2 August 2022) କରିବା ସହ ୧୨ଟି ଟ୍ରେନ ରିଶେଡ୍ୟୁଲ (Reschedule Train on 2 August 2022) ଏବଂ ୨୨ ଟ୍ରେନକୁ ଡାଇଭର୍ଟ (Diverted Train on 2 August 2022) କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ନାହିଁ ତାହା ଜାଣି ନିଅନ୍ତୁ ।

ଆଜି ବାତିଲ ହୋଇଥିବା ଟ୍ରେନରେ ଲଲିତପୁର-ବୀରଙ୍ଗନା ଲକ୍ଷ୍ମୀବାଇ ଏକ୍ସପ୍ରେସ (01811/01812), ବିନା-ଲଲିତପୁର (01820), ନୂଆଦିଲ୍ଲୀ-ଦରଭଙ୍ଗା ସ୍ପେଶାଲ (02570), ରାମପୁର-ଅଜୀମଗଞ୍ଜ (03087), ବୋକାରୋ ଷ୍ଟିଲ-ଆସାନସୋଲ (03592/03591), ଦିଲ୍ଲୀ-ତୁଣ୍ଡଲା (04184) ସମେତ ମୋଟ ୧୫୯ ଟ୍ରେନ୍ ବାତିଲ ହୋଇଛି । ଅନ୍ୟପକ୍ଷରେ, ରିଶେଡ୍ୟୁଲ ଟ୍ରେନରେ ନୂଆଦିଲ୍ଲୀ-ଗୟା ଏକ୍ସପ୍ରେସ (12398), ନୂଆଦିଲ୍ଲୀ-ଦରଭଙ୍ଗା (12566), ଯୋଧପୁର-ଜମ୍ମୁ ତାୱି (19225), ମଦୁରାଇ-ରାମେଶ୍ୱରମ୍ (06653/06652), ନୂଆଦିଲ୍ଲୀ -ହାୱଡ଼ାରା ଦୁରନ୍ତ ଏକ୍ସପ୍ରେସ (12274) ସହିତ ମୋଟ ୧୪ଟି ଟ୍ରେନ୍ ଏହି ତାଲିକାରେ ଅନ୍ତର୍ଭୁକ୍ତ ରହିଛି । ଆଜି ସମୁଦାୟ ୨୨ଟି ଟ୍ରେନ୍ ଡାଇଭର୍ଟ କରାଯାଇଛି । 

ମୌସୁମୀ ଯୋଗୁଁ ଦେଶର ଅନେକ ଭାଗରେ ବର୍ତ୍ତମାନ ପ୍ରବଳ ବର୍ଷା ହେଉଛି । ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ ଇତ୍ୟାଦି ରାଜ୍ୟଗୁଡିକରେ ଚଳିତ ବର୍ଷ ବହୁତ ବର୍ଷା ହୋଇଛି । ଏଭଳି ପରିସ୍ଥିତିରେ ରେଳ ଟ୍ରାକ୍ ଅନେକ ସ୍ଥାନରେ ପାଣିରେ ବୁଡ଼ି ଯାଇଛି । ଏହି କାରଣରୁ ରେଳବାଇକୁ ଏପରି ସ୍ଥାନଗୁଡିକର ରୁଟ୍ ପରିବର୍ତ୍ତନ କରିବାକୁ ପଡିଥାଏ କିମ୍ବା ସେଗୁଡିକୁ ବାତିଲ କରିବାକୁ ପଡିଥାଏ । ଏହା ବ୍ୟତୀତ ଟ୍ରାଫିକ ଅବରୋଧ ଯୋଗୁଁ ଟ୍ରେନର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବା ପରେ ହିଁ ଘରୁ ବାହାରକୁ ଯାଆନ୍ତୁ । ବାତିଲ ହୋଇଥିବା ଟ୍ରେନ୍ ଗୁଡିକରେ ପ୍ରିମିୟମ୍ ଟ୍ରେନ୍ (ରାଜଧାନୀ, ଶତାବ୍ଦୀ, ତେଜସ୍), ଏକ୍ସପ୍ରେସ ଟ୍ରେନ୍ ଏବଂ ମେଲ୍ ଟ୍ରେନ୍ ଭଳି ସମସ୍ତ ଟ୍ରେନ୍ ସାମିଲ ରହିଛି ।

ଏହା ବି ପଢ଼ନ୍ତୁ:-୯/୧୧ ଆକ୍ରମଣରେ ସାମିଲ, ଲାଦେନର ଡାହାଣ ହାତ; ଜାଣନ୍ତୁ କିଏ ସେ ଅଲ-ଜୱାହିରି ଯାହାକୁ ୨ ଦଶନ୍ଧି ଧରି ଖୋଜୁ ଥିଲା ଆମେରିକା

ଏହା ବି ପଢ଼ନ୍ତୁ:-ଗୁରୁଙ୍କ ଘରେ କିପରି ମୁକାବିଲା କରିବେ ଏକନାଥ? ସିନ୍ଦେଙ୍କ ଗଡ଼ରେ ଉଦ୍ଧବ ଠାକରେ ଖେଳିଲେ ଏହି ଚାଲ୍

ଏହା ବି ପଢ଼ନ୍ତୁ:-ଆମେରିକାର ଅପରେସନରେ ଅଲ-କାଏଦା ମୁଖ୍ୟ ଅଲ-ଜୱାହିରି ନିହତ, ଆଫଗାନିସ୍ତାନ ରାଗି ପାଚି ହେଲା ଲାଲ; ଜାଣନ୍ତୁ କ'ଣ କହିଲା ତାଲିବାନ

 

ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।