ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୪୫ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍
Advertisement
Article Detail0/zeeodisha/odisha1400067

ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୪୫ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

Train Cancelled List 18 October 2022: ବିଗତ କିଛି ଦିନ ଧରି ଦିଲ୍ଲୀ, ଉତ୍ତର ପ୍ରଦେଶ, ଓଡିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ଦେଶର ଅନେକ ସ୍ଥାନରେ ବର୍ଷା ହୋଇଆସୁଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।

ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୪୫ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ନୂଆଦିଲ୍ଲୀ: Train Cancelled List 18 October 2022: ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହା ଲୋକଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଛି । ଏହି କାରଣରୁ ପରିବହନ ସୁବିଧା ମଧ୍ୟ ପ୍ରଭାବିତ ହୋଇଛି । ଏହାସହ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ରେଳବାଇ (Indian Railways) କୁ ଆଜି ଅର୍ଥାତ ଅକ୍ଟୋବର ୧୮ରେ ମଧ୍ୟ ଅନେକ ଟ୍ରେନ୍ ବାତିଲ କରିବାକୁ ପଡିଛି । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । 

ଏଭଳି ପରିସ୍ଥିତିରେ ଯାତ୍ରାକୁ କରିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ନା ରିଶିଡ୍ୟୁଲ କରାଯାଇଛି । ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ବିଭିନ୍ନ କାରଣରୁ ଭାରତୀୟ ରେଳ ଆଜି ଅନେକ ଟ୍ରେନ୍ ବାତିଲ କରିଦେଇଛି । ଆଜି ଅର୍ଥାତ ଅକ୍ଟୋବର ୧୮ରେ ରେଲୱେ ୧୪୫ ଟ୍ରେନ୍ ବାତିଲ (Cancel Train List of 18 October 2022) କରିଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ନାହିଁ ତାହା ଜାଣି ନିଅନ୍ତୁ ।

ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ୍ ଅକ୍ଟୋବର ୧୮ରେ ରେଲୱେ ମୋଟ ୧୪୫ ଟ୍ରେନ୍ ସଂପୂର୍ଣ୍ଣ ବା ଆଂଶିକ ଭାବେ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥି ମଧ୍ୟରୁ ୧୪୫ ଟ୍ରେନକୁ ସଂପୂର୍ଣ୍ଣ ବାତିଲ କରାଯାଇଛି । ଅନ୍ୟପଟେ ୨୯ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ଗତକାଲି ଅର୍ଥାତ ଅକ୍ଟୋବର ୧୭ରେ ମଧ୍ୟ ୧୬୭ ଟ୍ରେନକୁ ବାତିଲ କରାଯାଇଥିଲା ।

ଆପଣଙ୍କୁ କହି ରଖୁଛୁ ଯେ ଟ୍ରେନ୍ ବାତିଲ୍ ପଛରେ ଅନେକ ଭିନ୍ନ କାରଣ ଅଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ପାଗ । ଏହି ସମୟରେ ଦେଶରେ ବର୍ଷା ଜାରି ରହିଛି । ଏଭଳି ପରିସ୍ଥିତିରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତିରେ ଅନେକ ଟ୍ରେନକୁ ବାତିଲ କରିବାକୁ ପଡିଛି କିମ୍ବା ଏହାର ସମୟ ଓ ମାର୍ଗ ପରିବର୍ତ୍ତନ କରିବାକୁ ପଡ଼ିଛି । ଏହା ବ୍ୟତୀତ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନେକ ଥର ଟ୍ରେନକୁ ବାତିଲ କରିବାକୁ ପଡ଼ିଥାଏ ।

ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ବିଗତ କିଛି ଦିନ ଧରି ଦିଲ୍ଲୀ, ଉତ୍ତର ପ୍ରଦେଶ, ଓଡିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ଦେଶର ଅନେକ ସ୍ଥାନରେ ବର୍ଷା ହୋଇଆସୁଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।

ଅଧିକ ପଢ଼ନ୍ତୁ:-ପ୍ରତିବର୍ଷ ମାଗଣାରେ ମିଳିବ ୨ଟି LPG ସିଲିଣ୍ଡର, ସରକାର କଲେ ବଡ଼ ଘୋଷଣା; CNG-PNG ମଧ୍ୟ ହେଲା ଶସ୍ତା

ଅଧିକ ପଢ଼ନ୍ତୁ:-ସଚିନ ତେନ୍ଦୁଲକରଙ୍କ ବଡ଼ ଦାବି, ଟି-20 ବିଶ୍ୱକପରେ ଜସପ୍ରୀତ ବୁମ୍ରାଙ୍କ କମି ଅନୁଭବ ହେବାକୁ ଦେବେନି ଏହି ଖେଳାଳି

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ଏନସିପି ଓ ଉଦ୍ଧବ ଶିବସେନାର ବୃହତ ବିଜୟ, ବିଜେପି-ଏକନାଥଙ୍କୁ ଲାଗିଲା ଜୋରଦାର ଝଟକା!

 

ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।