ବନ୍ୟା ଓ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୩୬ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍
Advertisement
Article Detail0/zeeodisha/odisha1275908

ବନ୍ୟା ଓ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୩୬ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

 Train Cancelled List: ଏହି ବାତିଲ, ଡାଇଭର୍ଟ ଏବଂ ରିଶିଡ୍ୟୁଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । 

ବନ୍ୟା ଓ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୩୬ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ନୂଆଦିଲ୍ଲୀ: Train Cancelled List: ଭାରତୀୟ ରେଳ (Indian Railways) ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହା ଦୁନିଆର ସବୁଠୁ ବଡ଼ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ । ଏପରି ପରିସ୍ଥିତିରେ ଲୋକମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ପ୍ରତିଦିନ ହଜାର ହଜାର ଟ୍ରେନ୍ (Trains) ଚଳାଯାଉଛି । ଏହି କାରଣରୁ ଏହାକୁ ଭାରତର ଲାଇଫ୍ ଲାଇନ୍ କୁହାଯାଏ । ବେଳେବେଳେ ବିଭିନ୍ନ କାରଣରୁ କେତେକ ଟ୍ରେନ୍ ଡାଇଭର୍ଟ, ରିଶିଡ୍ୟୁଲ  ଏବଂ ବାତିଲ୍ କରିବାକୁ ପଡେ । ଏହି କାରଣରୁ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଆଜି ଅର୍ଥାତ ଜୁଲାଇ ୨୭ରେ ରେଲୱେ ୧୩୬ଟି ଟ୍ରେନ୍ ବାତିଲ (Cancel Train List of 19 July 2022) କରିଛି । ଏହା ସହ ରେଲୱେ ୪୦ଟି ଟ୍ରେନର ରୁଟରେ ପରିବର୍ତ୍ତନ ଅର୍ଥାତ ଡାଇଭର୍ଟ (Diverted Train on 19 July 2022) କରିବାକୁ ନିଷ୍ପତ୍ତି ନେଇଛି ।  ଏହା ବ୍ୟତୀତ ୮ଟି ଟ୍ରେନକୁ ରିଶେଡ୍ୟୁଲ କରାଯାଇଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ନାହିଁ ତାହା ଜାଣି ନିଅନ୍ତୁ । ଏହି ବାତିଲ, ଡାଇଭର୍ଟ ଏବଂ ରିଶିଡ୍ୟୁଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । 

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ବଢ଼ିବା ସହ ଦରମାରେ ହେବ ବଡ଼ ବୃଦ୍ଧି!

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେ ନା ଏକନାଥ ସିନ୍ଦେ କାହାର ହେବ ଶିବସେନା? ଆବେଦନ ଉପରେ ସୁପ୍ରିମକୋର୍ଟ ଦେଲେ ଏହି ରାୟ

ଏହା ବି ପଢ଼ନ୍ତୁ:-ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଗଦୀପ ଧନଖର ନେଲେ ଏହି ପଦକ୍ଷେପ

ଆପଣଙ୍କୁ କହି ରଖୁଛୁ ଯେ ଟ୍ରେନ୍ ବାତିଲ୍ ପଛରେ ଅନେକ ଭିନ୍ନ କାରଣ ଅଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ପାଗ । ଏହି ସମୟରେ ଦେଶରେ ମୌସୁମୀ ଜାରି ରହିଛି । ଏଭଳି ପରିସ୍ଥିତିରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତିରେ ଅନେକ ଟ୍ରେନକୁ ବାତିଲ କରିବାକୁ ପଡିଛି କିମ୍ବା ଏହାର ସମୟ ଏବଂ ମାର୍ଗ ପରିବର୍ତ୍ତନ କରିବାକୁ ପଡ଼ିଛି । ଏହା ବ୍ୟତୀତ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନେକ ଥର ଟ୍ରେନକୁ ବାତିଲ କରିବାକୁ ପଡ଼ିଥାଏ । ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।