Ismail Haniyeh: ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା
Advertisement
Article Detail0/zeeodisha/odisha2361404

Ismail Haniyeh: ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା

Ismail Haniyeh: ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଇରାନର ତେହେରାନରେ ହମାସ ମୁଖ୍ୟ ଇସମାଇଲଙ୍କୁ ହତ୍ୟା ହୋଇଛି ।  ୨୦୨୩, ଅକ୍ଟୋବର ୭ରେ ହୋଇଥିବା ଆତଙ୍କୀ ଆକ୍ରମଣ ପାଇଁ ଇସ୍ରାଏଲ୍ ପ୍ରତିଶୋଧ ନେଇଛି। 

Ismail Haniyeh: ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା

Ismail Haniyeh: ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଇରାନର ତେହେରାନରେ ହମାସ ମୁଖ୍ୟ ଇସମାଇଲଙ୍କୁ ହତ୍ୟା ହୋଇଛି ।  ୨୦୨୩, ଅକ୍ଟୋବର ୭ରେ ହୋଇଥିବା ଆତଙ୍କୀ ଆକ୍ରମଣ ପାଇଁ ଇସ୍ରାଏଲ୍ ପ୍ରତିଶୋଧ ନେଇଛି। (Iran's Revolutionary Guards informed) ଇସଲାମିକ ରିଭୋଲ୍ୟୁସାରୀ ଗାର୍ଡ କର୍ପସ ଏକ ବିବୃତ୍ତିରେ ନିଶ୍ଚିତ କରିଛି ଯେ, ତେହେରାନରେ ଥିବା ବାସଭବନକୁ ଟାର୍ଗେଟ କରାଯିବାବେଳେ ହମାସ ମୁଖ୍ୟ ଓ ତାଙ୍କର ଜଣେ ଅଙ୍ଗରକ୍ଷୀଙ୍କର ମୃତ୍ୟୁ ଘଟିଛି। ବୁଧବାର ସକାଳେ ଏହି ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ହାନିଆ ଇରାନର ନୂତନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ସେପଟେ, ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା ପାଇଁ ଇସ୍ରାଏଲକୁ ଦାୟୀ କରାଯାଉଛି। ତେବେ ହତ୍ୟା କିପରି ହୋଇଛି ସେନେଇ କୌଣସି ପ୍ରକାର ତଥ୍ୟ ସାମ୍ନାକୁ ଏପର୍ଯ୍ୟନ୍ତ ଆସି ନାହିଁ। 

ସୂଚନାଯୋଗ୍ୟ,  ୨୦୨୩, ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା ହମାସ। ଏହି ଆକ୍ରମଣରେ ଇସ୍ରାଏଲର ୧୨ ଶହ ଲୋକଙ୍କ ଜୀବନ ଯାଇଥିଲା। ଏହାସହ ୨୫୦ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ନେଇଥିଲେ ହମାସ। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଛାଡିଥିବାବେଳେ କିଛି ପଣବନ୍ଦୀଙ୍କୁ ହତ୍ୟା କରିଥିଲେ। ଏବେବି ହମାସ ପାଖରେ ୧୫୦ ପଣବନ୍ଦୀ ରହିଛନ୍ତି। ଏହା ପରଠାରୁ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରି ଆକ୍ରମଣ ଜାରି ରଖିଛି ଇସ୍ରାଏଲ।