ଡାଇବେଟିସ୍ ରୋଗୀଙ୍କ ପାଇଁ ଜୀବନ ଘାତକ ଏହି ୩ ଖରାପ ଅଭ୍ୟାସ
Advertisement
Article Detail0/zeeodisha/odisha1127196

ଡାଇବେଟିସ୍ ରୋଗୀଙ୍କ ପାଇଁ ଜୀବନ ଘାତକ ଏହି ୩ ଖରାପ ଅଭ୍ୟାସ

ଡାଇବେଟିସ୍ ରୋଗୀଙ୍କୁ (Diabetes Patient) ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ, କାରଣ ନିଜର ସାମାନ୍ୟ ଭୁଲ୍ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।  

 

ସାଙ୍କେତିକ ଛବି

ନୂଆଦିଲ୍ଲୀ: ଡାଇବେଟିସ୍ (Diabetes) ଏକ ଏଭଳି ଗମ୍ଭୀର ରୋଗ ଯାହା ପୂରା ଶରୀର ଉପରେ ପ୍ରଭାବ ପକାଇଥାଏ । ଡାଇବେଟିସ୍ ବା ମଧୁମେହ ରୋଗ ଯୋଗୁଁ ଶରୀରରେ ସଠିକ୍ ମାତ୍ରାରେ ଇନସୁଲିନ୍ (Insulin) ହୋଇପାରେ ନାହିଁ କିମ୍ବା ଶରୀର ସେତେ ପରିମାଣର ଇନସୁଲିନ୍ ଉତ୍ପନ କରିପାରିନଥାଏ । ଯାହାଫଳରେ ବହୁ ସମସ୍ୟା ଆସିଥାଏ ଏବଂ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ ।

ଡାଇବେଟିସ୍ ରୋଗୀଙ୍କୁ ଏହି ୩ ଖରାପ ଅଭ୍ୟାସକୁ ଛାଡ଼ିବା ଜରୁରୀ 
ଇନସୁଲିନର ଅଭାବରେ ଶରୀରର ଅନେକ କୋଷ ଏବଂ ଅଙ୍ଗକୁ ପ୍ରଭାବିତ କରିଥାଏ । ମଧୁମେହ ଯୋଗୁଁ ହୃଦଘାତ, ଆଖି ଦୁର୍ବଳତା ଏବଂ କିଡନୀ ରୋଗର ଆଶଙ୍କା ରହିଥାଏ । ଆପଣ ଜାଣନ୍ତି କେଉଁ ୩ ଖରାପ ଅଭ୍ୟାସ, ଯାହା ମଧୁମେହ ରୋଗୀଙ୍କୁ ଅଧିକ କ୍ଷତି ପହଞ୍ଚାଇଥାଏ।

1. ଅସ୍ୱାସ୍ଥ୍ୟକର ଜୀବନଶୈଳୀ
ଆପଣଙ୍କ ଶରୀର ସର୍ବଦା ଆକ୍ଟିଭ୍ ରହିବା ଅତ୍ୟନ୍ତ ଜରୁରୀ, ଯେଉଁମାନେ ନିୟମିତ ବ୍ୟାୟାମ (workout) କରନ୍ତି ନାହିଁ ସେମାନଙ୍କ ପ୍ରତି କ୍ରୋନିକ୍ ରୋଗ ହେବାର ଆଶଙ୍କା ଅଧିକ ଥାଏ। ସେଥିପାଇଁ ପ୍ରତ୍ୟେକ ଦିନ ପାଖାପାଖି ଏକ ଘଣ୍ଟା ବ୍ୟାୟାମ କରିବା ଜରୁରୀ । ଯଦି ଆପଣଙ୍କୁ ପୂର୍ବରୁ ମଧୁମେହ (Diabetes) ରୋଗ ଅଛି ତେବେ ନିଜର ରୁଟିନ୍ ପରିବର୍ତ୍ତନ କରନ୍ତୁ ।

2. ଅତ୍ୟଧିକ ମିଠା ଖାଇବା
କିଛି ଲୋକ ଅଧିକ ମିଠା ଖାଇବାକୁ ଭଲ ପାଇଥାନ୍ତି, କିନ୍ତୁ ମଧୁମେହ ହେବା ପରେ ଜୀବନ ପ୍ରତି ବିପଦ ବଢ଼ିଯାଇଥାଏ । କାରଣ କ୍ୟାଲୋରୀ ବୃଦ୍ଧି ଶରୀର ପ୍ରତି ଘାତକ ରହିଥାଏ । ସେଥିପାଇଁ ସୀମିତ ପରିମାଣର ମିଠା ଖାଇବା ଉଚିତ୍ ।

3. ମେଦବହୁଳତା
ଯଦି ଆପଣଙ୍କ ଓଜନ ଲଗାତାର ବୃଦ୍ଧି ପାଉଛି, ତେବେ ଆଜିଠାରୁ ହିଁ ବ୍ୟାୟାମ କରିବା ଆରମ୍ଭ କରିଦିଅନ୍ତୁ। କାରଣ ଶରୀର ମୋଟା ହେଲେ ବ୍ଲଡ୍ ସୁଗାର ଲେବଲ୍ କଣ୍ଟ୍ରୋଲ ହେବାରେ ସମସ୍ୟା ଉପୁଜିଥାଏ। ଆଉ ଧିରେ ଧିରେ ଡାଇବେଟିକ୍ (Diabetes) ରୋଗୀଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡିବାରେ ଆଶଙ୍କା ରହିଥାଏ ।

ଏହା ବି ପଢ଼ନ୍ତୁ: ସାମ୍ନାକୁ ଆସିଲା କୋରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହା କେତେ ବିପଜ୍ଜନକ?

ଏହା ବି ପଢ଼ନ୍ତୁ: ପୁଟିନଙ୍କ ଚିନ୍ତା ବଢ଼ାଇଲେ ବାଇଡେନ, ୟୁକ୍ରେନକୁ ନେଇ ଏହି ବଡ଼ ପଦକ୍ଷେପ ନେଲା ଆମେରିକା