Taj Mahal: ବଦଳିବ ତାଜମହଲର ନାଁ, ପଢନ୍ତୁ କଣ ରହିଛି ଯୁକ୍ତି
Advertisement
Article Detail0/zeeodisha/odisha1328324

Taj Mahal: ବଦଳିବ ତାଜମହଲର ନାଁ, ପଢନ୍ତୁ କଣ ରହିଛି ଯୁକ୍ତି

Taj Mahal: ସପ୍ତମ ଆଶ୍ଚର୍ଯ୍ୟ ଭାବେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତାଜମହଲକୁ (Taj Mahal) ନେଇ ଏବେ ଚର୍ଚ୍ଚା। ଚର୍ଚ୍ଚା ତାର ସୌନ୍ଦର୍ଯ୍ୟକୁ ନେଇ ନୁହେଁ। ବରଂ  ନାମ ପରିବର୍ତ୍ତନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 

Taj Mahal: ବଦଳିବ ତାଜମହଲର ନାଁ, ପଢନ୍ତୁ କଣ ରହିଛି ଯୁକ୍ତି

Taj Mahal: ନୂଆଦିଲ୍ଲୀ: ସପ୍ତମ ଆଶ୍ଚର୍ଯ୍ୟ ଭାବେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତାଜମହଲକୁ (Taj Mahal) ନେଇ ଏବେ ଚର୍ଚ୍ଚା। ଚର୍ଚ୍ଚା ତାର ସୌନ୍ଦର୍ଯ୍ୟକୁ ନେଇ ନୁହେଁ। ବରଂ  ନାମ ପରିବର୍ତ୍ତନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରେ (UttarPradesh) ଆଗ୍ରାରେ (Agra) ରହିଥିବା ଏହି କୀର୍ତ୍ତିରାଜିର ନାମ ପରିବର୍ତ୍ତନ କରିବାକୁ ବିଜେପି ସରକାର ଦାବି କରିଛି। ଏହି କୀର୍ତ୍ତିରାଜିର ନାମ 'ତାଜମହଲ' (Taj Mahal)  ପରିବର୍ତ୍ତେ 'ତେଜୋ ମହାଳୟ' (Tejomahalaya) ରଖିବାକୁ ଦାବି ଉଠିଛି। ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ତାଜମହଲର ନାମ ପରିବର୍ତ୍ତନ କରିବାକୁ ବିଜେପି କାଉନସିଲର ଶୋଭାରାମ ରାଠୋର ବୁଧବାର ମ୍ୟୁନିସିପାଲିଟି କର୍ପୋରେସନ ବୈଠକରେ ଏକ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ପ୍ରସ୍ତାବ ଗୃହରେ ପଢାଯିବ ଏବଂ ସମସ୍ତ ଦିଗ ଉପରେ ବିଚାର କରିବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଜେପି କାଉନସିଲର ଶୋଭରାଜ ରାଠୋର କହିଛନ୍ତି ଯେ ବର୍ତ୍ତମାନ ତାଜମହଲର ନାମ ବଦଳାଇବାର ସମୟ ଆସିଛି। ଅନୁରୂପ ଭାବେ ଶୋଭରାଜଙ୍କ ଏହି ନିଷ୍ପତ୍ତି ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଫଳରେ ଏହି ସୌନ୍ଦର୍ଯ୍ୟର କୀର୍ତ୍ତିରାଜି ତାଜମହଲକୁ ନେଇ ବିବାଦ ସୃଷ୍ଟି ହୋଇଛି। 

ସୂଚନାଯୋଗ୍ୟ ବେଳେବେଳେ ତାଜମହଲରେ ପ୍ରବେଶକୁ ନେଇ ବିବାଦ ସୃଷ୍ଟି ହୋଇଥାଏ। ଏହା ସହିତ 'ତାଜ' ନାମକୁ ନେଇ ବିବାଦ ଲାଗି ରହିଥାଏ। ଦୁନିଆର ଅନ୍ୟତମ ସୁନ୍ଦର ଅଟ୍ଟାଳିକା ତାଜମହଲର ନାମ ପରିବର୍ତ୍ତନ କରିବାର ଦାବି ବର୍ତ୍ତମାନ ମ୍ୟୁନିସିପାଲିଟି କର୍ପୋରେସନଙ୍କ ଘରେ ମଧ୍ୟ ସ୍ୱର ଉଠାଇବ। ବୁଧବାର ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ବୈଠକରେ ବିଜେପି କାଉନସିଲର ଶୋଭାରାମ ରାଠୋର ଏକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଗ୍ରାର ତାଜଗଞ୍ଜ ଅଞ୍ଚର ବିଜେପି ପାର୍ଷଦ ଶୋଭାରାମ ରାଠୋର କହିଛନ୍ତି କି ତାଜମହଲରେ ପଦ୍ମ କଳଶ ରହିଥିବାର ପ୍ରମାଣ ତାଙ୍କ ନିକଟରେ ରହିଛି । ଏହାର ମଧ୍ୟ ମଜବୁତ ପ୍ରମାଣ ତାଙ୍କ ନିକଟରେ ରହିଛି।ତାଙ୍କର ଏହି ପ୍ରସ୍ତାବ ଉପରେ ପ୍ରଶାସନିକ ଅଧିକାରୀମାନେ ନିରବ ରହିଛନ୍ତି। ସଦନରେ ପ୍ରସ୍ତୁତ ହୋଇଥିବା ପ୍ରସ୍ତାବ ପଢାଯିବ ଓ ସବୁ ଦିଗରୁ ଏହାର ବିଚାର କରାଯିବ। ଏହା ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବା ନେଇ ସେ କହିଛନ୍ତି। 

ସେପଟେ ଶୋଭାରାମଙ୍କ ଯୁକ୍ତି ବ୍ୟତୀତ ନାଁ ପରିବର୍ତ୍ତନକୁ ନେଇ ବିଭିନ୍ନ ପ୍ରକାର ଦାବି ଉଠିଛି। ବିଭିନ୍ନ ପ୍ରକାର ଯୁକ୍ତି ମଧ୍ୟ ଉପସ୍ଥାପିତ କରାଯାଉଛି। ବିଶେଷତଃ ଭାବେ ଦାବି ଗୁଡ଼ିକ ମଧ୍ୟରେ କୁହାଯାଇଛି କି ବିଶ୍ୱରେ କୌଣସି ଶ୍ମଶାନ ସହିତ ମହଲର ଶବ୍ଦ ଯୋଡ଼ା ଯାଇନାହିଁ। ସେହିପରି ଐତିହାସିକ ଓ ଲିଖିତ ପ୍ରମାଣ ମଧ୍ୟ ରହିଛି କି ତାଜମହଲ ପରିସରରେ ରାଜା ଜୟସିଂହଙ୍କ ସମ୍ପତ୍ତି ରହିଛି। ଯାହାକୁ ଶାହାଜାହାନ ହଡ଼ପ କରିନେଇଥିଲେ। ସେହିପରି ଆଉ ଏକ ବଡ଼ ଯୁକ୍ତି ଭାବରେ ଶାହାଜାହାନଙ୍କ ପ୍ରେମକୁ ନେଇ ଉପସ୍ଥାପିତ କରାଯାଏ। କୁହାଯାଏ ଶାହାଜାହାନଙ୍କ ପ୍ରେମ କାହାଣୀ କାଳ୍ପନିକ ଲାଗିଥାଏ। କାରଣ ତାଙ୍କର ଅନେକ ପତ୍ନୀ ରହିଥିଲେ। 

ସେପଟେ ରାଣୀ ମୁମତାଜଙ୍କ ନାଁକୁ ନେଇ ମଧ୍ୟ ଯୁକ୍ତି ରଖାଯାଉଛି। ମୁମତାଜଙ୍କ ନାଁ ମୁମତାଜ ନଥିଲା, ବରଂ ଅର୍ଜୁମନ୍ଦ ରହିଥିଲା ବୋଲି ଦାବି ହୁଏ। ଏହି କୀର୍ତ୍ତିରାଜିର ନିର୍ମାଣ ମୁମତାଜଙ୍କ ମୃତ୍ୟୁର ୨୨ ବର୍ଷ ପରେ ଗଢାଯାଇଥିଲା। ଏତେ ବର୍ଷ ମୁମତାଜଙ୍କ ମରଶରୀରକୁ କିପରି ସାଇତି ରଖାଗଲା ବୋଲି ପ୍ରଶ୍ନ ମଧ୍ୟ ସୃଷ୍ଟି ହୁଏ। ଏହାର ମଧ୍ୟ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ। 

ସେହିପରି ତାଜମହଲକୁ ନେଇ ବିବାଦ ମଧ୍ୟ ଅନେକ ଥର ଦେଖାଦେଇଛି। ମେ ୨୦୧୭ରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ସମେତ ଦକ୍ଷିଣପନ୍ଥୀ ସଂଗଠନ ତାଜମହଲରେ ବିରୋଧ କରିଥିଲେ। ସେହିପରି ନଭେମ୍ବର ୨୦୧୮ରେ, ଜାତୀୟ ବଜରଙ୍ଗ ଦଳର ମହିଳା ଶାଖା ଜିଲ୍ଲା ସଭାପତି ମୀନା ଦିୱାକର ତାଜମହଲ କମ୍ପ୍ଲେକ୍ସ ଭିତରେ ଥିବା ମସଜିଦରେ ଆରତୀ ପରିବେଷଣ କରି ବିବାଦ ସୃଷ୍ଟି କରିଥିଲେ। ଜାନୁୟାରୀ ୨୦୨୧ରେ, ହିନ୍ଦୁ ଜାଗରଣ ମଞ୍ଚର ଚାରିଜଣ କାର୍ଯ୍ୟକର୍ତ୍ତା ଶିବ ଚଲିସା ପାଠ କରିଥିଲେ ଏବଂ ତାଜମହଲ କମ୍ପ୍ଲେକ୍ସରେ ଜାଫର ପତାକା ଉତ୍ତୋଳନ କରି ବିବାଦକୁ ଆହୁରି ମଜବୁତ କରିଦେଇଥିଲେ।

ଅଧିକ ପଢନ୍ତୁ: ୨୦୨୪ରେ ନରେନ୍ଦ୍ର ମୋଦିଙ୍କୁ କିଏ ଦେବେ ଟକ୍କର