Ground Water With Antibiotics: ପାଣିକୁ ପିଇବା ପାଇଁ ଲଗାଯାଇଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟସ ରୁ ନଳ ପର୍ଯ୍ୟନ୍ତ ଯେଉଁ କନେକସନ ଦିଆଯାଇଛି ସେଥିରେ ଆଣ୍ଟିବାୟୋଟିକ୍ସ ମଧ୍ୟ ରହିଛି। ଯାହାଫଳରେ ପାଣି ସହ ମନୁଷ୍ୟ ଶରୀରକୁ ଯାଉଛି ଆଣ୍ଟିବାୟୋଟିକ୍ସ।
Trending Photos
Drinking Water With Antibiotics: ଲାନସେଟ୍ ର ରିପୋର୍ଟ ଅନୁସାରେ ଭାରତ ଓ ଚୀନର ପାଣିରେ ଆଣ୍ଟିବାୟୋଟିକ ରହିଛି। ଯାହାଫଳରେ ଏହି ପାଣି ସାହାଯ୍ୟରେ ଶରୀରରେ ପହଞ୍ଚୁଛି। ଏହି ଅଧ୍ୟୟନ କରିବାକୁ ଲାନସେଟର ବୈଜ୍ଞାନିକଙ୍କୁ ୨୦୦୬ ରୁ ୨୦୧୯ ପର୍ଯ୍ୟନ୍ତ ଅଲଗା ଅଲଗା ଦେଶକୁ ନେଇ ଆନାଲିସିସ କରିବାକୁ ପଡ଼ିଥଲା। । ଏହି ଅଲଗା ଅଲଗା ଅଧ୍ୟୟନ ଦେଶର ଗ୍ରାଉଣ୍ଡ ୱାଟରକୁ ନେଇ କରାଯାଇଥିଲା। ପାଖାପାଖି ୨୪୦ ଟି ଷ୍ଟଡିକୁ ପରଖାଯାଇଛି। ଯାହାଫଳରେ ଏହି ଆଣ୍ଟିବାୟୋଟିକ୍ସ କେବଳ ଭାରତ ଓ ଚୀନ ପାଣିରେ ଦେଖିବାକୁ ପାଇଛନ୍ତି ବୈଜ୍ଞାନିକ।
ଅଧ୍ୟୟନରୁ ସାମ୍ନାକୁ ଆସିଛି ଯେ, ଭାରତରେ ସବୁଠାରୁ ବିଶୁଦ୍ଧ ପାଣି ଓ ଏହି ପାଣିକୁ ପିଇବା ପାଇଁ ଲଗାଯାଇଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟସ ରୁ ନଳ ପର୍ଯ୍ୟନ୍ତ ଯେଉଁ କନେକସନ ଦିଆଯାଇଛି ସେଥିରେ ଆଣ୍ଟିବାୟୋଟିକ୍ସ ମଧ୍ୟ ରହିଛି। ଯାହାଫଳରେ ପାଣି ସହ ମନୁଷ୍ୟ ଶରୀରକୁ ଯାଉଛି ଆଣ୍ଟିବାୟୋଟିକ୍ସ। ଅଧ୍ୟୟନରେ ଏହା ବି ସାମ୍ନାକୁ ଆସିଛି ଯେ, କିଛି ଟ୍ରିଟମେଣ୍ଟ ପ୍ଲାଣ୍ଟସ୍ ଏହି ତତ୍ୱକୁ ହଟାଇ ପାରୁନାହାଁନ୍ତି। ଯିଏ ଆଣ୍ଟିବାୟୋଟିକ ରେଜିମେଣ୍ଟକୁ ନାଶ କରିପାରିବ।
ଶରୀରକୁ ଗଲେ କ'ଣ ହୋଇଥାଏ ଆଣ୍ଟିବାୟୋଟିକ ପାଣି
ଭାରତରେ ଅଲଗା ଅଲଗା ହସ୍ପିଟାଲରେ କରାଯାଇଥିବା ଅଧ୍ୟୟନ କହୁଛି ଯେ, ଭାରତ ହସ୍ପିଟାଲରେ ଆଇସିୟୁରେ ଆଡମିଟ ହୋଇଥିବା ୪୦ ରୁ ୭୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଆଣ୍ଟିବାୟୋଟିକ ଔଷଧ କାମ କରୁନାହିଁ। ଯାହାଫଳରେ ତାଙ୍କର ଅକାଳରେ ମୃତ୍ୟୁ ହେଉଛି। ଏହାର କାରଣ ହେଲା ମନୁଷ୍ୟ ଶରୀରରେ ଅଲଗା ଅଲଗା ତରିକାରେ ଆଣ୍ଟିବାୟୋଟିକ୍ ପହଞ୍ଚୁଛି। ଯାହାଫଳରେ ଶରୀରରେ ଥିବା ଇନଫେକସନ ବ୍ୟାକ୍ଟେରିଆରୁ ଧିରେ ଧିରେ ଆଣ୍ଟିବାୟୋଟିକ ବିପକ୍ଷରେ ଅଧିକ ମଜଭୁତ କରିଦେଇଥାଏ। ଏମିତି ହେଲେ ସତରେ ଯଦି କୌଣସି ମନୁଷ୍ୟ ଗମ୍ଭୀର ରୋଗରେ ପୀଡ଼ିତ ହୁଏ ବା ଇନଫେକସନର ଶିକାର ହୁଏ ସେତେବେଳେ ଆଣ୍ଟିବାୟୋଟିକ ଶରୀରରେ କାମ କରିବା ବନ୍ଦ କରିଦିଏ।
ଲାନସେଟର ଅଧ୍ୟୟନ ଅନୁସାରେ Antibiotics କେବଳ ଔଷଧ ମାଧ୍ୟମରେ ଶରୀରରେ ପହଞ୍ଚୁନି। ପୋଲଟି ଫାର୍ମରେ କୁକୁଡାଙ୍କୁ, ଡେରି ଫାର୍ମରେ ରେ ଗାଇ ଓ ମହିଁଷିଙ୍କୁ ଇନଫେକସନରୁ ବଞ୍ଚାଇବା ପାଇଁ ଆଣ୍ଟିବାୟୋଟିକ ଦିଆଯାଇଥାଏ। ମାତ୍ର ବିଭିନ୍ନ ଉପାୟରୁ ଏବେ ଭୂତଳ ଜଳରେ ଆଣ୍ଟବାୟୋଟିକ ମିଶୁଛି ଯାହା ଫଳରେ ମନୁଷ୍ୟ ଏବେ ବିପଦରେ।
ବିଶେଷଜ୍ଞଙ୍କ କହିବାନୁସାରେ, ବିଶୁଦ୍ଧ ପାନୀୟ ଜଳ ଶରୀରକୁ ସୁସ୍ଥ ରଖେ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଯଦି ପାଣି ପ୍ରଦୂଷିତ ହୋଇଥାଏ ତେବେ ଟାଇଫଏଡ ଓ ହେପାଟାଇଟସ ପରି ଗମ୍ଭୀର ରୋଗ ହୋଇଥାଏ। ଦୂଷିତ ପାଣି ପେଟରେ ଇନଫେକସନକୁ ବଢାଇଥାଏ। ସେତେବେଳେ ଆମକୁ ଆଣ୍ଟିବାୟୋଟିକର ଦରକାର ପଡ଼ିଥାଏ।
Also Read: Accident History: ବଢୁଛି ସଡ଼କ ଦୁର୍ଘଟଣା, ଜାଣନ୍ତୁ ଦୁନିଆରେ ପ୍ରଥମେ କେବେ ହୋଇଥିଲା କାର୍ ଆକ୍ସିଡେଣ୍ଟ
Also Read: Heart Attack Risk: ବାଥରୁମରେ ହୋଇଥାଏ ଅଧିକ ହାର୍ଟଆଟାକ୍, ଗାଧୋଇଲା ବେଳେ ଭୁଲରେ ବି କରନ୍ତୁନି ଏହି କାମ