Devraha Baba Prediction: ରାମ ମନ୍ଦିରରେ ହେଉଛି ସେହି କାମ, ଯାହାର ୩୦ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଦେବରହା ବାବା
Advertisement

Devraha Baba Prediction: ରାମ ମନ୍ଦିରରେ ହେଉଛି ସେହି କାମ, ଯାହାର ୩୦ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଦେବରହା ବାବା

Ayodhya Ram Mandir: ଯେତେବେଳେ ଦେବରହା ବାବା ସମସ୍ତଙ୍କ ସହମତିରେ ରାମ ମନ୍ଦିର ନିର୍ମାଣ ହେବା କଥା କହିଥିଲେ, ସେତେବେଳେ କାହାରି ଧାରଣା ନଥିଲା ଯେ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ କେଉଁଠାରେ ବନ୍ଦ ହେବ, ଏହା କେଉଁ ଦିଗକୁ ଯିବ? ହେଲେ ଦେବରହା ବାବାଙ୍କ ଭବିଷ୍ୟବାଣୀ ଅନୁମାନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ହେଉଛି। 

Devraha Baba Prediction: ରାମ ମନ୍ଦିରରେ ହେଉଛି ସେହି କାମ, ଯାହାର ୩୦ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଦେବରହା ବାବା

 Devraha Baba Prediction on Ram Mandir: ସିଦ୍ଧ ପୁରୁଷ ଦେବରହା ବାବାଙ୍କ ବୟସ ବିଷୟରେ କୌଣସି ଦୃଢ ପ୍ରମାଣ ମିଳିନାହିଁ। ଦେବରାହ ବାବାଙ୍କ ବୟସ କେହି କେହି ୯୦୦ ବର୍ଷ, କେହି କେହି ୫୦୦ ବର୍ଷ ଏବଂ କେହି କେହି ୨୫୦ ବର୍ଷ ବୋଲି କହୁଛନ୍ତି। ଏନେଇ ଦାବି କରାଯାଇଛି ଯେ ଦେବରହା ବାବା ଜଣେ ସିଦ୍ଧ ବ୍ୟକ୍ତି ଥିଲେ। ଅନେକ ଚମତ୍କାର ତାଙ୍କ ସହିତ ଜଡିତ ରହିଥିଲା ବୋଲି କୁହାଯାଏ। ଗତ ୧୯୯୦ ମସିହାରେ ଦେବରହା ବାବା ତାଙ୍କ ମୃତ୍ୟୁ ପୂର୍ବରୁ ଏପରି ଏକ ଭବିଷ୍ୟବାଣୀ କରିଥିଲେ ଯାହା ଆଜିର ଦିନରେ ସତ୍ୟରେ ପରିଣତ ହେଉଛି। ଧର୍ମନଗରୀ ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ଭଗବାନ ରାମଙ୍କ ମନ୍ଦିର ଉପରେ ଦେବରହା ବାବା ପୂର୍ବାନୁମାନ କରିଥିଲେ, ଯାହା ଏବେ ସତ୍ୟ ବୋଲି ପ୍ରମାଣିତ ହେଉଛି। 

ମୃତ୍ୟୁ ପୂର୍ବରୁ ସିଦ୍ଧ ପୁରୁଷ ଦେବରହା ବାବା କ'ଣ ପୂର୍ବାନୁମାନ କରିଥିଲେ? ଏକ ସାକ୍ଷାତକାରରେ ଦେବରହା ବାବା କହିଥିଲେ ଯେ ରାମ ମନ୍ଦିର ନିଶ୍ଚିତ ଭାବରେ ନିର୍ମାଣ ହେବ। ଏହି ମନ୍ଦିର ସମସ୍ତଙ୍କ ସହମତିରେ ନିର୍ମିତ ହେବ। ଏନେଇ ଦାବି କରାଯାଇଛି ଯେ ୧୯୮୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦେବରହା ବାବାଙ୍କ ପରାମର୍ଶ ପରେ ଅଯୋଧ୍ୟା ଠାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରର ମୂଳଦୁଆ ପକାଇବାକୁ ବିଶ୍ୱ ହିନ୍ଦୁ ପରିଷଦକୁ ଅନୁମତି ଦେଇଥିଲେ।

ଯେତେବେଳେ ଦେବରହା ବାବାଙ୍କ ଦେହାନ୍ତ ହେଲା, ସେତେବେଳେ ଅଯୋଧ୍ୟା ଠାରେ ରାମ ମନ୍ଦିର ନିର୍ମାଣ ଲାଗି ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ରଥ ଯାତ୍ରା ଆରମ୍ଭ ହୋଇନଥିଲା। ହେଲେ ମୃତ୍ୟୁ ପୂର୍ବରୁ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ରଥ ଯାତ୍ରା ପୂର୍ବରୁ ଦେବରହା ବାବା କହିଥିଲେ ଯେ ରାମ ମନ୍ଦିର ନିଶ୍ଚିତ ଭାବରେ ନିର୍ମାଣ ହେବ। ସେଠାରେ ରହିଥିବା ଜନ୍ମସ୍ଥାନରେ ଏକ ଢାଞ୍ଚା ରହିଥିଲା। ହେଲେସେତେବେଳେ ତିଆରି ହୋଇଥିବା ରାମ ମନ୍ଦିର ଉପରେ ତାଙ୍କର ଭବିଷ୍ୟବାଣୀ କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ।

ରାମ ମନ୍ଦିର ମାମଲାରେ ୨୦୧୯ ନଭେମ୍ବର ୯ ତାରିଖରେ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ଏହି ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟଳୟ ପ୍ରଦାନ କରିଥିବା ରାୟକୁ ସମାଜର ସମସ୍ତ ବର୍ଗ ସ୍ୱାଗତ କରିଥିଲା। ଆଜି ସମସ୍ତଙ୍କ ସହମତିରେ ଅଯୋଧ୍ୟା ଠାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି। ରାମ ମନ୍ଦିର ନିର୍ମାଣକୁ ନେଇ କୌଣସି ବିରୋଧ କରାଯାଉନାହିଁ। ଏହା ଥିଲା ଦେବରହା ବାବାଙ୍କ ପୂର୍ବାନୁମାନ। 

ଯେତେବେଳେ ଦେବରହା ବାବା ସମସ୍ତଙ୍କ ସହମତିରେ ରାମ ମନ୍ଦିର ନିର୍ମାଣ ହେବା କଥା କହିଥିଲେ, ସେତେବେଳେ କାହାରି ଧାରଣା ନଥିଲା ଯେ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ କେଉଁଠାରେ ବନ୍ଦ ହେବ, ଏହା କେଉଁ ଦିଗକୁ ଯିବ? ହେଲେ ଦେବରହା ବାବାଙ୍କ ଭବିଷ୍ୟବାଣୀ ଅନୁମାନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ହେଉଛି। ରାମ ମନ୍ଦିର ନିର୍ମାଣ ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟକୁ ସମାଜର ସମସ୍ତ ବର୍ଗ ସ୍ୱୀକାର କରିଛନ୍ତି।