Team India: ବିଶ୍ୱକପ ଟ୍ରଫିକୁ କାହିଁକି ଛୁଇଁଲେନି ପ୍ରଧାନମନ୍ତ୍ରୀ ମୋଦୀ, ପଢନ୍ତୁ ପୂରା ରିପୋର୍ଟ
Advertisement
Article Detail0/zeeodisha/odisha2321623

Team India: ବିଶ୍ୱକପ ଟ୍ରଫିକୁ କାହିଁକି ଛୁଇଁଲେନି ପ୍ରଧାନମନ୍ତ୍ରୀ ମୋଦୀ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱକପ ବିଜୟ ଦଳକୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେପଟେ ସ୍ୱଦେଶ ଫେରିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ ଦଳର ସଦସ୍ୟମାନେ। ଏଠାରେ କହି ରଖୁ କି ବାର୍ବାଡସରେ ଫସି ରହିଥିବା ଭାରତୀୟ ଦଳ ଆଜି ସକାଳ ୬ଟାରେ ଆସି ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ରୋହିତ ସେନା

Team India: ବିଶ୍ୱକପ ଟ୍ରଫିକୁ କାହିଁକି ଛୁଇଁଲେନି ପ୍ରଧାନମନ୍ତ୍ରୀ ମୋଦୀ, ପଢନ୍ତୁ ପୂରା ରିପୋର୍ଟ

Team India: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱକପ ବିଜୟ ଦଳକୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେପଟେ ସ୍ୱଦେଶ ଫେରିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ ଦଳର ସଦସ୍ୟମାନେ। ଏଠାରେ କହି ରଖୁ କି ବାର୍ବାଡସରେ ଫସି ରହିଥିବା ଭାରତୀୟ ଦଳ ଆଜି ସକାଳ ୬ଟାରେ ଆସି ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ରୋହିତ ସେନା ପ୍ରଥମେ ହୋଟେଲ ଯାଇଥିଲେ। ସେଠାରେ ସାମାନ୍ୟ ବିଶ୍ରାମ ନେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନ ଅଭିମୁଖେ ଯାତ୍ରା କରିଥିଲା ଦଳ। ଦଳ ସହିତ ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼, ଟିମ ଇଣ୍ଡିଆର ପ୍ରତିଟି ସଦସ୍ୟ, ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନି ଓ ବିସିସିଆଇ ସେକ୍ରେଟାରୀ ଜୟ ଶାହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ବାସଭବନ ଅଭିମୁଖେ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ଖେଳାଳିଙ୍କ ସହିତ ଆଲୋଚନା କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ନେଇ ଖେଳାଳିଙ୍କ ଅଭିଜ୍ଞତା କିଭଳି  ତାହା ଉପରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ତେବେ ଏହାରି ମଧ୍ୟ କିଛି ଏପରି ଘଟିଥିଲା ଯାହାକୁ ନେଇ ଏବେ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। 

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବିଶ୍ୱକପ ଟ୍ରଫି ଓ ଖେଳାଳିଙ୍କ ସହିତ ଫଟୋ ଉଠାଇବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ମୋଦୀଙ୍କ ଦୁଇ ପାର୍ଶ୍ୱରେ କୋଚ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମା ଛିଡା ହୋଇଥିଲେ। ରୋହିତ ଓ ରାହୁଲ ଟ୍ରଫି ଧରିଥିଲେ। ଏହି ସମୟରେ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରଫି ବଦଳରେ ରାହୁଲ ଓ ରୋହିତଙ୍କ ହାତକୁ ଧରିଥିବାର ନଜର ଆସିଥିଲେ। ଟ୍ରଫିକୁ ସିଧାସଳଖ ଧରି ନଥିଲେ ପ୍ରଧାନମନ୍ତ୍ରୀ। ଏହି ଫଟୋକୁ ମୋଦୀ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି। 

ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡ଼ିଆ ୟୁଜରମାନେ ଜୋରଦାର ପ୍ରତିକ୍ରିୟା ଦେଉଛନ୍ତି। ମୋଦୀଙ୍କ ଏଭଳି କାର୍ଯ୍ୟକଳାପକୁ ଅନେକ ପ୍ରଶଂସା କରୁଥିବାର ମଧ୍ୟ ନଜର ଆସିଛନ୍ତି। ଏଠାରେ କହି ରଖୁ କି ଟିମ ଇଣ୍ଡିଆ ଗତ ୨୯ ତାରିଖରେ ବାର୍ବାଡସ ଠାରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ବିଶ୍ୱକପ ବିଜୟୀ ହୋଇଥିଲା। ଏହି ବିଜୟର ଗୋଟିଏ ଦିନ ପରେ ଭାରତ ଫେରିବାର ଥିଲା ଟିମ ଇଣ୍ଡିଆ। କିନ୍ତୁ ସେଠାରେ ବାତ୍ୟା ସ୍ଥିତି ଉପୁଜିବାରୁ ସ୍ୱଦେଶ ଫେରିବାରେ ବିଳମ୍ବ ହୋଇଥିଲା।