Shock News: ଆର୍ଥିକ ସଂକଟ ବେଳେ ପାକିସ୍ତାନକୁ ଜବରଦସ୍ତ ଝଟକା ଦେଲା କାଶ୍ମୀର, ଜାଣନ୍ତୁ କିପରି...
Advertisement

Shock News: ଆର୍ଥିକ ସଂକଟ ବେଳେ ପାକିସ୍ତାନକୁ ଜବରଦସ୍ତ ଝଟକା ଦେଲା କାଶ୍ମୀର, ଜାଣନ୍ତୁ କିପରି...

Survey on Kashmir: ଲଣ୍ଡନସ୍ଥିତ କିଙ୍ଗ କଲେଜ ବିଦ୍ୱାନ ରବର୍ଟ ବ୍ରୈଡାକ୍  କରିଥିବା ଏକ ସର୍ଭେ ଉପରେ ୩୭ ପୃଷ୍ଠାର ରିପୋର୍ଟ ଦାଖଲ କରିଥିଲେ। ଯେଉଁଥିରେ କୁହାଯାଇଛି ଯେ ଉଭୟ ଜାମ୍ମୁ କାଶ୍ମୀର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଠାରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଚମକାଇବା ଭଳି ତଥ୍ୟ ମିଳିଛି। 

 

Shock News: ଆର୍ଥିକ ସଂକଟ ବେଳେ ପାକିସ୍ତାନକୁ ଜବରଦସ୍ତ ଝଟକା ଦେଲା କାଶ୍ମୀର, ଜାଣନ୍ତୁ କିପରି...

Kasmir Rejects Pakistan: ବର୍ତ୍ତମାନ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନକୁ କାଶ୍ମୀର ପକ୍ଷରୁ ଲାଗିଛି ଜବରଦସ୍ତ ଝଟକା। ଗୋଟିଏ ପଟେ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ପାକିସ୍ତାନ, ବାରମ୍ବାର ଆନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇବାରେ ଲାଗିଛି। ହେଲେ ସମୟକ୍ରମେ କାଶ୍ମୀରବାସୀ ପାକିସ୍ତାନକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ ହୁଏତ କାଶ୍ମୀର ପ୍ରସଙ୍ଗରେ ଆନ୍ତର୍ଜାତୀୟ ହସ୍ତକ୍ଷେପ ଦାବି କରି ଆସୁଛନ୍ତି, କିନ୍ତୁ କାଶ୍ମୀରବାସୀ ପାକିସ୍ତାନକୁ ପ୍ରତ୍ୟାଖ୍ୟାନ କରୁଛନ୍ତି।

ଆଜକୁ ତେର ବର୍ଷ ପୂର୍ବେ ଅର୍ଥାତ୍ ଗତ ୨୦୦୯ ବର୍ଷରେ ଲଣ୍ଡନସ୍ଥିତ କିଙ୍ଗ କଲେଜ ବିଦ୍ୱାନ ରବର୍ଟ ବ୍ରୈଡାକ୍ ଏକ ସର୍ଭେ ମାଧ୍ୟମରେ କହିଥିଲେ ଯେ କାଶ୍ମୀରବାସୀ ପାକିସ୍ତାନ ସହ ରହିବାକୁ ଚାହାଁନ୍ତିନାହିଁ। ଗତ ୨୦୦୯ ସେପ୍ଟେମ୍ବର-ଅକ୍ଟୋବର ମାସରେ ରବର୍ଟ ବ୍ରୈଡାକ୍ ଉଭୟ ଭାରତ-ପାକିସ୍ତାନ ଅଧିନସ୍ଥ କାଶ୍ମୀରର ମୋଟ ୩୭୭୪ ଜଣ ଲୋକଙ୍କ ସାକ୍ଷାତକାର ନେଇଥିଲେ। ଏନେଇ ହୋଇଥିବା ସର୍ଭେ ଅନୁଯାୟୀ ପାକିସ୍ତାନ ଅଧିକୃତ କାଶ୍ମୀରର ୪୪% ଲୋକ ସ୍ୱାଧୀନତାକୁ ସମର୍ଥନ କରିଥିଲେ। ଯାହା ଭାରତୀୟ କାଶ୍ମୀରରେ ୪୩% ରହିଥିଲା।

ରବର୍ଟ ବ୍ରୈଡାକ୍ ଏହି ସର୍ଭେ ଉପରେ ୩୭ ପୃଷ୍ଠାର ରିପୋର୍ଟ ଦାଖଲ କରିଥିଲେ। ଯେଉଁଥିରେ କୁହାଯାଇଛି ଯେ ଉଭୟ ଜାମ୍ମୁ କାଶ୍ମୀର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଠାରେ କରାଯାଇଥିବା ଏକ ସର୍ବେକ୍ଷଣରେ ଭାରତୀୟ କାଶ୍ମୀରର ମାତ୍ର ୨% ଲୋକ ପାକିସ୍ତାନ ସହ ଶାମିଲ ହେବା ନେଇ ସହମତି ଜଣାଇଛନ୍ତି।

କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଜାମୁ କାଶ୍ମୀରକୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଏବଂ ୩୫ (ଏ) ଧାରାକୁ ହଟାଇ ଦେଇଛନ୍ତି। ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପାକିସ୍ତାନ ଲାଗି ଏକ ଝଟକା ସଦୃଶ୍ୟ ହୋଇଛି। ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଖରାପ ପ୍ରଚାର ପ୍ରସାର କରିବାରେ ଲାଗିଛି। ମୋଦି ସରକାରଙ୍କ ଏହି ନିଷ୍ପତ୍ତି କାରଣରୁ ଜାମୁ କାଶ୍ମୀର ଧୀରେ ଧୀରେ ଆତଙ୍କମୁକ୍ତ ରାଜ୍ୟ ଆଡକୁ ଗତି କରୁଛି। ହେଲେଲ ଆତଙ୍କବାଦର ପୃଷ୍ଠପୋଷକ ପାକିସ୍ତାନ ଏହାକୁ ପସନ୍ଦ କରୁନାହିଁ।

ଗୋଟିଏ ପାକିସ୍ତାନ କାଙ୍ଗାଳ ହେବାରେ ଲାଗିଛି ଆଉ ଅନ୍ୟପଟେ ପାକିସ୍ତାନୀଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ। ଦେଶବାସୀ ଭୋଗୁଥିବା ଆର୍ଥିକ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ କାଶ୍ମୀର ପ୍ରସଙ୍ଗ ଉଠାଇବାରେ ଲାଗିଛନ୍ତି। ଦେଶ ପରିଚାଳନା କରିବାରେ ଅସମର୍ଥ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତିସଂଘର ସଂକଳ୍ପ ଅନୁଯାୟୀ ସେମାନେ ଆତ୍ମନିର୍ଭରଶୀଳତା ହାସଲ ନକରିବା ପର୍ଯ୍ୟନ୍ତ ତାଙ୍କ ଦେଶ କାଶ୍ମୀରବାସୀଙ୍କୁ କୂଟନୈତିକ, ରାଜନୈତିକ ଏବଂ ନୈତିକ ସମର୍ଥନ ଦେବା ଜାରି ରଖିବ।

ପାକିସ୍ତାନ ଅଧିକୃତ କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ ଏଭଳି ବିବୃତ୍ତି ଦେବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାମୁ କାଶ୍ମୀର ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପାକିସ୍ତାନ ସର୍ବଦା ଚାହିଁଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ଅନୁଯାୟୀ ପାକିସ୍ତାନ କାଶ୍ମୀର ପ୍ରସଙ୍ଗର ସମାଧାନ ଚାହୁଁଛି।

ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ କାଶ୍ମୀର ପ୍ରସଙ୍ଗ ଉଠାଉଛନ୍ତି। ହେଲେ ଅନ୍ୟ ପଟେ ଗିଲଗିଟ ବାଲଟିସ୍ତାନ ଲୋକ ପାକିସ୍ତାନ ସରକାରଙ୍କ ବିରୋଧରେ କ୍ରମାଗତ ଭାବରେ ବିଦ୍ରୋହ କରୁଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀରକୁ ଭାରତ ସହ ବିଲୟ କରିବାକୁ ଗିଲଗିଟ ବାଲଟିସ୍ତାନ ଲୋକ ଚାହୁଁଛନ୍ତି। ପାକିସ୍ତାନ ଶାସକଙ୍କ ବିରୋଧରେ ଗିଲଗିଟ ବାଲଟିସ୍ତାନ ଠାରୁ ବେଲୁଚିସ୍ତାନ ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି।