Supreme Court: ତଟରକ୍ଷୀ ବାହିନୀରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟର ଚେତାବନୀ
Advertisement

Supreme Court: ତଟରକ୍ଷୀ ବାହିନୀରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟର ଚେତାବନୀ

Supreme Court:  ସୋମବାର ଏନେଇ ପିଟିସନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ (Supreme Court) କହିଛନ୍ତି, ଆପଣ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଦିଅନ୍ତୁ, ନଚେତ୍ ଆମେ ଆଦେଶ ଜାରି କରିବୁ । ଆସନ୍ତା ମାର୍ଚ୍ଚ ୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Supreme Court: ତଟରକ୍ଷୀ ବାହିନୀରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟର ଚେତାବନୀ

Supreme Court: ଭାରତୀୟ ତଟରକ୍ଷୀ ବାହିନୀ ବା ଇଣ୍ତିଆନ୍ କୋଷ୍ଟଗାର୍ଡ଼ (Indian Coast Guard )ରେ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି । ସୋମବାର ଏନେଇ ପିଟିସନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ (Supreme Court) କହିଛନ୍ତି, ଆପଣ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଦିଅନ୍ତୁ, ନଚେତ୍ ଆମେ ଆଦେଶ ଜାରି କରିବୁ । ଆସନ୍ତା ମାର୍ଚ୍ଚ ୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ, ଭାରତୀୟ ନୌସେନାର ତଟରକ୍ଷୀ ବାହିନୀରେ ମହିଳାଙ୍କୁ ସ୍ଥାୟୀ ନିଯୁକ୍ତ ମାମଲାରେ ପ୍ରଧାନ ବିଚାରପତି ଡ଼ିୱାଇ ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାରଙ୍କୁ ଏଭଳି କଠୋର ମନ୍ତବ୍ୟ ଶୁଣାଇଛନ୍ତି । ତଟରକ୍ଷା ବାହିନୀର ଯୋଗ୍ୟ ମହିଳା ସର୍ଟ- ସର୍ଭିସ୍ କମିଶନ ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବା ଲାଗି ଜଣେ ମହିଳା ଅଧିକାରୀଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ, ଆଇସିଜି ଦ୍ବାରା ବୋର୍ଡ଼ ଗଠନ କରାଯାଇଛି ।

Also Read- Fishermen Strike: ୬ ଦଫା ଦାବି ନେଇ ରାଜ ରାସ୍ତାରେ ମତ୍ସଜୀବୀଙ୍କ ଗର୍ଜନ

ବୋର୍ଡ଼ ଦ୍ବାରା ଏହି ପ୍ରସଙ୍ଗରେ ବିଚାରବିମର୍ଶ ଚାଲିଛି । ଏଭଳି ଉତ୍ତରରେ ଖଣ୍ତପୀଠ ଅସନ୍ତୋଷ ବ୍ୟକ୍ତ କରିବା ସହ ଯୋଗ୍ୟ ମହିଳା ଅଧିକାରୀଙ୍କୁ ତଟରକ୍ଷୀ ବାହିନୀରେ ସ୍ଥାୟୀ ନିଯୁକ୍ତି ଦେବ । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାରକୁ ସ୍ଥିର କରାଯାଇଛି । ଏହା ପୂର୍ବରୁ ଗତ ୨୦ ତାରିଖରେ  ଏହି ମାମଲାରେ ଶୁଣାଣି ହୋଇଥିଲା । ସେତେବେଳେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ । କୋଷ୍ଟଗାର୍ଡ଼ରେ ମହିଳାଙ୍କ ପ୍ରତି ସରକାର କାହିଁକି ଏତେ ଉଦାସୀନ ବୋଲି ପଚାରିଥିଲେ । ଯଦି ମହିଳାମାନେ ସୀମା ରକ୍ଷା କରିପାରୁଛନ୍ତି ତେବେ ତଟରକ୍ଷୀ ମଧ୍ଯ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ ।

Also Read- ପ୍ରକାଶ ପାଇଲା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟ, ରାଜ୍ୟରେ ଏତିକି ରହିଛି ବାଘ ସଂଖ୍ୟା