supreme court: ସୁପ୍ରିମକୋର୍ଟରେ ରେକର୍ଡ କଲା ମାମଲା ସଂଖ୍ୟା, ପଡି ରହିଛି ୮୩ ହଜାର ମାମଲା
Advertisement
Article Detail0/zeeodisha/odisha2406996

supreme court: ସୁପ୍ରିମକୋର୍ଟରେ ରେକର୍ଡ କଲା ମାମଲା ସଂଖ୍ୟା, ପଡି ରହିଛି ୮୩ ହଜାର ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ ମାମଲାଗୁଡ଼ିକର ସଂଖ୍ୟା ହ୍ରାସ ହେବାର ନାଁ ଧରୁନାହିଁ। ଗତ ୧୦ ବର୍ଷ ମଧ୍ୟରେ ମାମଲା ସଂଖ୍ୟା ୮ ଗୁଣ ବୃଦ୍ଧି ପାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ଏପର୍ଯ୍ୟନ୍ତ ସର୍ବାଧିକ ୮୩ ହଜାର ମାମଲା ବିଚାରାଧୀନ ଅଛି। ୨୦୦୯ ମସିହାରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୬ ରୁ ୩୧କୁ ବ

supreme court: ସୁପ୍ରିମକୋର୍ଟରେ ରେକର୍ଡ କଲା ମାମଲା ସଂଖ୍ୟା, ପଡି ରହିଛି ୮୩ ହଜାର ମାମଲା

supreme court: ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ ମାମଲାଗୁଡ଼ିକର ସଂଖ୍ୟା ହ୍ରାସ ହେବାର ନାଁ ଧରୁନାହିଁ। ଗତ ୧୦ ବର୍ଷ ମଧ୍ୟରେ ମାମଲା ସଂଖ୍ୟା ୮ ଗୁଣ ବୃଦ୍ଧି ପାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ଏପର୍ଯ୍ୟନ୍ତ ସର୍ବାଧିକ ୮୩ ହଜାର ମାମଲା ବିଚାରାଧୀନ ଅଛି। ୨୦୦୯ ମସିହାରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୬ ରୁ ୩୧କୁ ବୃଦ୍ଧି କରାଯାଇଥିଲା। ଏହା ସତ୍ତ୍ୱେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୩ରେ ଏହି ସଂଖ୍ୟା ୫୦ ହଜାରରୁ ବୃଦ୍ଧି ପାଇ ୬୬ ହଜାରରେ ପହଞ୍ଚିଥିଲା। ୨୦୧୪ରେ ତତ୍କାଳୀନ ମୁଖ୍ୟ ବିଚାରପତି ପି ସଦାଶିବମ ଏବଂ ଆରଏମ ଲୋଡାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ସଂଖ୍ୟା ୬୩ ହଜାରକୁ ହ୍ରାସ ପାଇଥିଲା। ଏହା ପରେ ୨୦୧୫ ମସିହାରେ ମୁଖ୍ୟ ବିଚାରପତି ରହିଥିବା ଏଚଏଲ ଦତ୍ତୁଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ସଂଖ୍ୟା ୫୯ ହଜାରକୁ ହ୍ରାସ ପାଇଥିଲା। 

କିପରି ବଢିଲା ମାମଲା ସଂଖ୍ୟା
ଏହା ପରେ ମୁଖ୍ୟ ବିଚାରପତି ଥିବା ଟିଏସ ଠାକୁରଙ୍କ କାର୍ଯ୍ୟକାଳରେ ଏହି ସଂଖ୍ୟା ବଢି ୬୩ ହଜାରରେ ପହଞ୍ଚିଥିଲା।  ଜଷ୍ଟିସ୍ ଜେ.ଏସ ଖେହର ପ୍ରଥମେ ପରିଚାଳନା ମାମଲାରେ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏକ କାଗଜହୀନ କୋର୍ଟର ପ୍ରସ୍ତାବ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ୫୬ ହଜାରକୁ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ୨୦୧୮ରେ, ଯେତେବେଳେ ଜଷ୍ଟିସ୍ ଦୀପକ ମିଶ୍ର ମୁଖ୍ୟବିଚାରପତି ଥିଲେ, ବିଚାରାଧୀନ ମାମଲା ସଂଖ୍ୟା ୫୭ ହଜାରକୁ ବୃଦ୍ଧି ପାଇଥିଲା। 

CJI ଭାବରେ ଜଷ୍ଟିସ୍ ରଂଜନ ଗୋଗୋଇ ଏସସି ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସରକାରଙ୍କୁ ମନାଇବାରେ ସଫଳ ହୋଇଥିଲେ। ୨୦୧୯ରେ, ଏସସି ବିଚାରପତିଙ୍କ ସଂଖ୍ୟାକୁ ୩୧ ରୁ ୩୪କୁ ବୃଦ୍ଧି କରିବାକୁ ସଂସଦରେ ଏକ ଆଇନ ପ୍ରଣୟନ କରାଯାଇଥିଲା। କିନ୍ତୁ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପରେ ମଧ୍ୟ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇ ୬୦ ହଜାରରେ ପହଞ୍ଚିଥିଲା। ଜଷ୍ଟିସ୍ ଏସ୍ ଏ ବାୱଡେ ଯେତେବେଳେ ମୁଖ୍ୟବିଚାରପତି ରହିଥିଲେ, କୋଭିଡ ମହାମାରୀ ହେତୁ ନ୍ୟାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଅଟକି ଯାଇଥିଲା। କିଛି ସମୟ ପରେ, ଭର୍ଚୁଆଲ୍ ଶୁଣାଣି ମାଧ୍ୟମରେ ନ୍ୟାୟ ବ୍ୟବସ୍ଥା ପୁଣି ଆରମ୍ଭ ହେଲା, କିନ୍ତୁ ବିଚାରାଧୀନ ମାମଲା ସଂଖ୍ୟା ୬୫ ହଜାରକୁ ବୃଦ୍ଧି ପାଇଥିଲା। 

ସେହିପରି ୨୦୨୧-୨୨ ମସିହାରେ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ସମୟରେ କୋରୋନା କାରଣରୁ ମାମଲା ବୃଦ୍ଧି ପାଇଥିଲା। ୨୦୨୧ରେ ଥିବା ମାମଲା ୭୦ ହଜାରରେ ପହଞ୍ଚିଥିବା ବେଳେ ୨୦୨୨ ଶେଷ ବେଳକୁ ମାମଲା ସଂଖ୍ୟା ୭୯ ହଜାରରେ ପହଞ୍ଚିଥିଲା। ତେବେ ଏହି ସମୟରେ ସିଜେଆଇ ୟୁୟୁ ଲଳିତଙ୍କ ଅବସର ନେଇଥିଲେ। ଓ ଡିୱାଇ ଚନ୍ଦ୍ରଚୂଡ଼ ଦାୟିତ୍ୱ ନେଇଥିଲେ। 

ବିଗତ ଦୁଇ ବର୍ଷ ମଧ୍ୟରେ ୪ ହଜାରରୁ ଅଧିକ ମାମଲା ସୁପ୍ରିମକୋର୍ଟରେ ଦାଖଲ ହୋଇଛି। ଏହି ମାମଲା ସଂଖ୍ୟା ଏବେ ୮୩ ହାଜରରେ ପହଞ୍ଚିଛି। ଜଷ୍ଟିସ ଚନ୍ଦ୍ରଚୂଡ଼ ମାମଲା ସଂଖ୍ୟା କମାଇବାକୁ ଭିନ୍ନ ଭିନ୍ନ ଉପାୟ ଗ୍ରହଣ କରିଆସୁଛନ୍ତି। ପୁରୁଣା ମାମଲକୁ ଭିନ୍ନ ଭିନ୍ନ ବର୍ଗରେ ରଖିଥିବା ବେଳେ ଏକାଭଳି ମାମଲାକୁ ଏକସଂଗେ ଶୁଣାଣୀ କରିବାକୁ ଏଆଇ ଓ ଆଇଟିର ସହାୟତା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟରେ ୮୨୮୩୧ ମାମଲା ସୁପ୍ରିମ କୋର୍ଟରେ ରହିଛି। ଏଥି ମଧ୍ୟରୁ ୨୭୬୦୪ଟି ମାମଲା ଗୋଟିଏ ବର୍ଷ ଧରି ଶୁଣାଣୀ ହୋଇଛି। ଏହି ବର୍ଷ  ୩୮୯୯୫ଟି ନୂଆ ମାମଲା ସୁପ୍ରିମକୋର୍ଟରେ ଦାୟର ହୋଇଛି। ସେହିପରି ଏହି ବର୍ଷ ୩୭୧୫୮ଟି ମାମଲାର ଶୁଣାଣୀ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।