Supreme Court: ସିନେମା ହଲ ମାଲିକଙ୍କ ସପକ୍ଷରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ, କହିଲେ...
Advertisement

Supreme Court: ସିନେମା ହଲ ମାଲିକଙ୍କ ସପକ୍ଷରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ, କହିଲେ...

Supreme Court News: ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପିଏସ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସିନେମା ହଲ ହେଉଛି ଏହାର ମାଲିକଙ୍କ ବ୍ୟକ୍ତିଗତ ସମ୍ପତ୍ତି ଏବଂ ସେମାନେ ନିଜ ହିସାବରେ ସେଠାରେ ନୀତି ନିୟମ ଲାଗୁ କରିପାରିବେ। 

Supreme Court: ସିନେମା ହଲ ମାଲିକଙ୍କ ସପକ୍ଷରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ, କହିଲେ...

Supre Court on Cinema Hall: ସିନେମା ହଲ ପରିସରକୁ ଖାଦ୍ୟ ପଦାର୍ଥ ଆଣିବା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସିନେମା ହଲ ମାଲିକ ସିନେମା ହଲ ପରିସରକୁ ବାହାର ଖାଦ୍ୟ କିମ୍ବା ପାନୀୟ ପଦାର୍ଥ  ଆଣିବାକୁ ରୋକି ପାରିବେ। ଅନ୍ୟପଟେ ସିନେମା ହଲ ମାଲିକଙ୍କୁ ସିନେମା ହଲ ପରିସରରେ ଲୋକଙ୍କ ପାଇଁ ମାଗଣା ପାନୀୟ ଜଳ ସୁବିଧା ଯୋଗାଇବାକୁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ସହିତ ଅଭିଭାବକ ଛୋଟ ପିଲାଙ୍କ ପାଇଁ ବାହାରୁ ଖାଦ୍ୟ ସିନେମା ହଲ ପରିସରକୁ ନେଇପାରିବେ। 

ସୁପ୍ରିମ କୋର୍ଟ (Supre Court) ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପିଏସ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସିନେମା ହଲ (Cinema Hall) ହେଉଛି ଏହାର ମାଲିକଙ୍କ (Cinema Hall Owner) ବ୍ୟକ୍ତିଗତ ସମ୍ପତ୍ତି ଏବଂ ସେମାନେ ନିଜ ହିସାବରେ ସେଠାରେ ନୀତି ନିୟମ ଲାଗୁ କରିପାରିବେ। ହେଲେ ଏହି ନୀତି ନିୟମ ଲୋକଙ୍କ ସ୍ୱାର୍ଥ କିମ୍ବା ସୁରକ୍ଷା ବିରୋଧି ନହେବା ଆବଶ୍ୟକ। ଯଦି କେହି ସିନେମା ହଲ ଆସନ୍ତି, ତାହେଲେ ସେଠାରେ ତାଙ୍କୁ ନିୟମ ପାଳନ କରିବାକୁ ହେବ। 

ସିନେମା ହଲ୍ ମାଲିକଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି। ଯେଉଁଥିରେ ଜାମୁ କାଶ୍ମୀର ହାଇକୋର୍ଟ (Jammu Kashmir High Court) ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଗତ ୨୦୧୮ ବର୍ଷରେ ଜାମୁ କାଶ୍ମୀର ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି କହିଥିଲେ ଯେ ସିନେମା ହଲ୍ ମାଲିକ ଏଠାକୁ ଆସୁଥିବା ଲୋକଙ୍କୁ ବାହାରୁ ସେମାନଙ୍କର ମନ ପସନ୍ଦର ଖାଦ୍ୟ ପଦାର୍ଥ କିମ୍ବା ପାନୀୟ ଆଣିବାରୁ ରୋକି ପାରିବେ ନାହିଁ।

ଜାମୁ କାଶ୍ମୀର ହାଇକୋର୍ଟ କହିଥିଲେ ଯେ ଜାମୁ କାଶ୍ମୀର ସରକାର (Jammu Kashmir Govt) ସ୍ଥିର କରିଥିବା ନିୟମ ଅନୁଯାୟୀ ସିନେମା ହଲ ପରିସରରେ ବାହାର ଖାଦ୍ୟ ଆଣିବା ନିଷେଧ ନୁହେଁ। ଏହା ବିରୋଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ଆବେଦନ ଜରିଆରେ ସିନେମା ହଲ୍ ମାଲିକ କହିଥିଲେ ଯେ ସିନେମା ହଲ୍ ସର୍ବସାଧାରଣ ସ୍ଥାନ ନୁହେଁ। ଯେଉଁମାନେ ଏଠାକୁ ଆସନ୍ତି ସେମାନଙ୍କ ପାଇଁ ନିୟମ ସ୍ଥିର କରିବାର ଅଧିକାର ସେମାନଙ୍କ ପାଖରେ ରହିଛି। ଆହୁରି ମଧ୍ୟ ସେମାନେ ସେମାନଙ୍କ ପାଖରୁ କାହାକୁ ଖାଦ୍ୟ ନେବାକୁ କାହାକୁ ବାଧ୍ୟ କରିପାରିବେ ନାହିଁ।

ସୁପ୍ରିମକୋର୍ଟ ଜାମୁ କାଶ୍ମୀର ହାଇକୋର୍ଟ ଆଦେଶକୁ ରଦ୍ଦ କରି କହିଛନ୍ତି ଯେ, ଯଦିଓ ସିନେମା ହଲ ପରିସରକୁ ବାହାର ଖାଦ୍ୟ ଆଣିବା ଉପରେ ନିଷେଧାଦେଶ ଜାରି ହୋଇନାହିଁ, ହେଲେ ସିନେମା ହଲ ମାଲିକଙ୍କୁ ସେମାନଙ୍କ ନିୟମ ଅନୁଯାୟୀ ବ୍ୟବସାୟ କରିବାର ଅଧିକାର ରହିଛି। ଯଦି ମାଲିକ ଚାହାଁନ୍ତି, ତାହେଲେ ସେ ସିନେମା ହଲ ପରିସରକୁ ବାହାରର ଖାଦ୍ୟ କିମ୍ବା ପାନୀୟ ଆଣିବା ଉପରେ ପ୍ରତିବନ୍ଧକ ଲଗାଇ ପାରିବେ।