Supreme Court: ଚାକିରିଆ ପତ୍ନୀଙ୍କ ଠୁ କମ୍ ନୁହଁନ୍ତି ଗୃହିଣୀ, ଜାଣନ୍ତୁ କ'ଣ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ?
Advertisement
Article Detail0/zeeodisha/odisha2114854

Supreme Court: ଚାକିରିଆ ପତ୍ନୀଙ୍କ ଠୁ କମ୍ ନୁହଁନ୍ତି ଗୃହିଣୀ, ଜାଣନ୍ତୁ କ'ଣ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ?

Supreme Court On House Wife:ମହିଳା ଯେଉଁ କାରରେ ଯାଉଥିଲେ ତାହା ବୀମାଭୁକ୍ତ ହୋଇନଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ଦେବାର ଦାୟିତ୍ୱ ଗାଡି ମାଲିକଙ୍କ ଉପରେ ପଡ଼ିଲା । ଯେତେବେଳେ ଏହି ଦାବି କରାଯାଇଥିଲା, ଟ୍ରିବ୍ୟୁନାଲ ମହିଳାଙ୍କ ପରିବାରକୁ (ତାଙ୍କ ସ୍ୱାମୀ ଏବଂ ନାବାଳକ ପୁଅ) ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲେ।

 

Supreme Court: ଚାକିରିଆ ପତ୍ନୀଙ୍କ ଠୁ କମ୍ ନୁହଁନ୍ତି ଗୃହିଣୀ, ଜାଣନ୍ତୁ କ'ଣ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ?

Supreme Court On House Wife: ମା କିମ୍ବା ପତ୍ନୀ ଯଦି ଘରର ଯତ୍ନ ନେଉଛନ୍ତି ତେବେ ସେମାନଙ୍କର ସେମିତି କିଛି କାର୍ଯ୍ୟ କରିବାର ସମୟ ସ୍ଥିର କରାଯାଇନାହିଁ। କାରଣ ଜଣେ ହାଉସ ୱାଇଫ୍ ନିଜ କାମକୁ ନିଜର ନୁହେଁ ବରଂ ପରିବାରର ଭାବି ଦିନ ରାତି କରିଥାଏ । ହେଲେ ଆଜିକାଲିର ଯୁଗରେ ସମସ୍ତା ଚାକିରି କରିଥିବା ପତ୍ନୀ ଖୋଜୁଛନ୍ତି ଏହା ତାଙ୍କ ପାଇଁ ଭଲ ବୋଲି ଭାବନ୍ତି । ହେଲେ ହାଉସୱାଇଫ ହେବା ଏତେ ସହଜ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କିଛି ଲୋକ ଏମିତି ବି କୁହନ୍ତି ସେ ହାଉସ ୱାଇଫ୍ 'ତାର କଣ କାମ, ସେ କେବଳ ଘରେ ହିଁ ତ ରୁହେ' । ହେଲେ ସେହି ଘରେ ରହି ଜଣେ ଗୃହିଣୀ କେତେ କାମ କରୁଛି ତାହାକୁ ଲକ୍ଷ୍ୟ କରାଯାଇନଥାଏ। ହେଲେ ବର୍ତ୍ତମାନ ସୁପ୍ରିମକୋର୍ଟ ଗୃହିଣୀ କିମ୍ବା ଘର କାମ କରୁଥିବା ମହିଳାଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। 

ଜଣେ ଗୃହିଣୀଙ୍କ ଅବଦାନକୁ ଅମୂଲ୍ୟ ବୋଲି ବର୍ଣ୍ଣନା କରି Supreme Court କହିଛନ୍ତି ଯେ ଘରେ ଜଣେ ମହିଳାଙ୍କ କାର୍ଯ୍ୟର ମୂଲ୍ୟ ଅଫିସରେ କାମ କରି ବେତନ ଅର୍ଜନ କରୁଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ନୁହେଁ। ଜଷ୍ଟିସ ସୁର୍ଯ୍ୟନ କାନ୍ତ ଏବଂ କେବି ବିଶ୍ୱନାଥନଙ୍କ ଏକ ବେଞ୍ଚ ଶୁକ୍ରବାର ଦିନ କହିଛନ୍ତି ଯେ ପରିବାରର ଯତ୍ନ ନେଉଥିବା ଜଣେ ମହିଳାଙ୍କର ବିଶେଷ ଗୁରୁତ୍ୱ ରହିଛି ଏବଂ ତାଙ୍କ ଅବଦାନକୁ ଟଙ୍କାରେ ମାପିବା କଷ୍ଟକର। ଏକ HT ରିପୋର୍ଟ ଅନୁଯାୟୀ, ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ମୋଟର ଦୁର୍ଘଟଣା ଦାବି ମାମଲାରେ ଟ୍ରିବ୍ୟୁନାଲ ଏବଂ କୋର୍ଟ ଗୃହିଣୀମାନଙ୍କ ଆୟର ହିସାବ କରିବା ଉଚିତ୍।

ବେଞ୍ଚ ଶୁକ୍ରବାର ଦିନ ତାଙ୍କ ଆଦେଶରେ କହିଛି ଯେ ସ୍ଥିର ଆୟ ଥିବା ପରିବାର ସଦସ୍ୟଙ୍କ ପରି ଜଣେ ଗୃହିଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଜଣେ ଗୃହିଣୀଙ୍କ କାର୍ଯ୍ୟ ଗୋଟିଏ ପରେ ଗୋଟିଏ ଗଣାଯାଏ, ତେବେ ଏଥିରେ ତାଙ୍କର ଅବଦାନ ଉଚ୍ଚ ସ୍ତରୀୟ ଏବଂ ଅମୂଲ୍ୟ ବୋଲି ଏଥିରେ କୌଣସି ସନ୍ଦେହ ନାହିଁ। ବାସ୍ତବରେ, କେବଳ ତାଙ୍କ ଟଙ୍କା ଏବଂ ପଇସା ଦୃଷ୍ଟିରୁ ତାଙ୍କର ଅବଦାନ ଗଣନା କରିବା କଷ୍ଟକର। ୨୦୦୬ ମସିହାରେ ଉତ୍ତରପ୍ରଦେଶର ଜଣେ ମହିଳା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ସମ୍ବନ୍ଧୀୟ ମୋଟର ଦୁର୍ଘଟଣା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। 

ପ୍ରକୃତରେ, ମହିଳା ଯେଉଁ କାରରେ ଯାଉଥିଲେ ତାହା ବୀମାଭୁକ୍ତ ହୋଇନଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ଦେବାର ଦାୟିତ୍ୱ ଗାଡି ମାଲିକଙ୍କ ଉପରେ ପଡ଼ିଲା । ଯେତେବେଳେ ଏହି ଦାବି କରାଯାଇଥିଲା, ଟ୍ରିବ୍ୟୁନାଲ ମହିଳାଙ୍କ ପରିବାରକୁ (ତାଙ୍କ ସ୍ୱାମୀ ଏବଂ ନାବାଳକ ପୁଅ) ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲେ। ଅଧିକ କ୍ଷତିପୂରଣ ପାଇଁ ପରିବାର ଉତ୍ତରାଖଣ୍ଡ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ୨୦୧୭ ରେ ସେମାନଙ୍କ ଆବେଦନ ଖାରଜ କରାଯାଇଥିଲା। ହାଇକୋର୍ଟ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ମହିଳା ଜଣକ ଜଣେ ଗୃହିଣୀ ହୋଇଥିବାରୁ ତାଙ୍କ ଆୟୁ ଏବଂ ସର୍ବନିମ୍ନ ଆୟର ଆଧାରରେ କ୍ଷତିପୂରଣ ସ୍ଥିର କରିବାକୁ ପଡିବ। ଟ୍ରିବ୍ୟୁନାଲର ଆଦେଶରେ ହାଇକୋର୍ଟ କୌଣସି ତ୍ରୁଟି ପାଇଲେ ନାହିଁ ଯେଉଁଥିରେ ମହିଳାଙ୍କ ଆନୁମାନିକ ଆୟ ଦୈନିକ ମଜୁରୀ ଶ୍ରମିକଙ୍କ ତୁଳନାରେ କମ୍ ବୋଲି ବିବେଚନା କରାଯାଉଥିଲା। ତେବେ ଶୁକ୍ରବାର ଦିନ ସୁପ୍ରିମକୋର୍ଟ (Supreme Court) ହାଇକୋର୍ଟଙ୍କ ଆଭିମୁଖ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବେଞ୍ଚ କହିଛି ଯେ ଜଣେ ଗୃହିଣୀଙ୍କ ଆୟ କିପରି ଦୈନିକ ମଜୁରୀ ଶ୍ରମିକଙ୍କ ତୁଳନାରେ କମ୍ ବିବେଚନା କରାଯାଇପାରିବ? ଆମେ ଏହି ପ୍ରକାର ପନ୍ଥା ଗ୍ରହଣ କରୁନାହୁଁ । ଜଣେ ଗୃହିଣୀ କାମରେ କେତେ ସମୟ ବିତାଉଛନ୍ତି ତାହା ବେଞ୍ଚ ଉପରେ ଗୁରୁତ୍ୱାରୋପ କରାଯାଇଛି। ଶେଷରେ ବେଞ୍ଚ ୬ ସପ୍ତାହ ମଧ୍ୟରେ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି।

Also Read: Odisha News: ଆପାର୍ଟମେଣ୍ଟ କିଣିବା ପୂର୍ବରୁ ଜାଣିନିଅନ୍ତୁ ନିୟମ,ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଜାରି